୩ ହଜାର ଯୁବତୀ ଯୁବକଙ୍କୁ ମିଳିବ ଶିକ୍ଷାଦାନ ତାଲିମ

ଭୁବନେଶ୍ୱର,୨୮।୬(ଅନୁରାଧା ମହାରଣା): ‘ମୋ କଲେଜ ଅଭିଯାନ ପରିଚାଳନା ସଙ୍ଗଠନ’ ଏବଂ ‘ଥିଙ୍କ୍‌ ଜୋନ୍‌’ ମଧ୍ୟରେ ଏକ ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ଥିଙ୍କ୍‌ ଜୋନ୍‌ ଫେଲୋଶିପ୍‌ ପ୍ରୋଗ୍ରାମ ନାମରେ ଏହି କାର୍ଯ୍ୟକ୍ରମ ଚାଲିବ। ମଙ୍ଗଳବାର ‘ମୋ କଲେଜ ଅଭିଯାନ ପରିଚାଳନା ସଙ୍ଗଠନ’ର ଅଧ୍ୟକ୍ଷ ଆକାଶ ଦାସ ନାୟକ ଏବଂ ଥିଙ୍କ୍‌ ଜୋନ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିନାୟକ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଏମ୍‌ଓୟୁ ସ୍ବାକ୍ଷର କରିଛନ୍ତି। ଏହି ଫେଲୋଶିପ୍‌ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ କଲେଜରୁ ୩ହଜାର ଛାତ୍ରୀଛାତ୍ରଙ୍କୁ ପ୍ରଶିକ୍ଷଣ ଦିଆଯିବ। ୧୮ରୁ ୨୬ ବର୍ଷ ବୟସର ଛାତ୍ରୀଛାତ୍ର କିମ୍ବା ସ୍ନାତକ ବା ସ୍ନାତକୋତ୍ତର ସାରିଥିବା ଯୁବତୀ ଯୁବକମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ। ଗ୍ରାମାଞ୍ଚଳ, ଅର୍ଦ୍ଧସହରାଞ୍ଚଳ, ବିଶେଷ ସୁବିଧା ନ ଥିବା ସହରାଞ୍ଚଳରୁ ଆସୁଥିବା ଛାତ୍ରୀଛାତ୍ରମାନେ ଆସନ୍ତା ୨ବର୍ଷ ପର୍ଯ୍ୟନ୍ତ ନିଜ ଅଞ୍ଚଳରେ ପିଲାଙ୍କୁ କିଭଳି ଗୁଣାତ୍ମକ ଶିକ୍ଷା ଦେଇପାରିବେ ତାହା ଉପରେ ପ୍ରଶିକ୍ଷଣ ଦିଆଯିବ। ପିଲାମାନେ ତାଲିମ ନେବା ପରେ ନିଜ ଅଞ୍ଚଳର ପ୍ରାୟ ୧୫ହଜାର କୁନି ପିଲାଙ୍କୁ ଭାଷା ଓ ଗଣିତ ପାଠ ପଢ଼ାଇବେ। କାର୍ଯ୍ୟକ୍ରମରେ ଯୋଗାଯୋଗ, ଡିଜିଟାଲ୍‌ ଦକ୍ଷତା ସହ ସୋସିଆଲ୍‌ ମିଡିଆର ବ୍ୟବହାର, ଅଣୁ ଉଦ୍ୟୋଗ, ଶ୍ରେଣୀଗୃହ ପରିଚାଳନା, ପ୍ରାଥମିକ ଛାତ୍ରୀଛାତ୍ରଙ୍କୁ ଓଡ଼ିଆ, ଇଂଲିଶ ଓ ଗଣିତ ପାଠ ଶିଖାଇବା, ନେତୃତ୍ୱ ନେବା, ଖେଳକୁଦ ମାଧ୍ୟମରେ କୁନି ପିଲାଙ୍କୁ ଶିକ୍ଷା ଦେବାର ବିଭିନ୍ନ କୌଶଳ ଉପରେ ପ୍ରଶିକ୍ଷଣ ଦିଆଯିବ। କଟକ, କେନ୍ଦ୍ରାପଡ଼ା ଏବଂ ଖୋର୍ଦ୍ଧା ଜିଲାର ସମସ୍ତ କଲେଜରେ ଏହି କାର୍ଯ୍ୟକ୍ରମ ହେବ। ଛାତ୍ରୀଛାତ୍ରଙ୍କୁ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ମାଧ୍ୟମରେ ପ୍ରଶିକ୍ଷଣ ମିଳିବ। ମୋଟ୍‌ ୧୨୦ ଘଣ୍ଟା ସେମାନେ ଏହି ପ୍ରଶିକ୍ଷଣରେ ବିତାଇବେ। ମାଗଣାରେ ପ୍ରଶିକ୍ଷଣ ପ୍ରଦାନ ସହ ପ୍ରମାଣପତ୍ର ଦିଆଯିବ। ଏପରିକି ପିଲାଙ୍କୁ ପଢ଼ାଇବା ପାଇଁ ଯୁବତୀ ଯୁବକଙ୍କୁ ଆର୍ଥିକ ସହାୟତା ମିଳିବ। ଏହି ଏମ୍‌ଓୟୁ ସମ୍ପର୍କରେ ‘ମୋ କଲେଜ’ ଅଧ୍ୟକ୍ଷ ଦାସନାୟକ କହିଛନ୍ତି, ବର୍ତ୍ତମାନ ସମୟରେ ବୈଷୟିକ ଶିକ୍ଷାର ଗୁରୁତ୍ୱ ସବୁଠୁ ଅଧିକ ରହିଛି। ଛାତ୍ରୀଛାତ୍ରମାନେ ଏକ୍ଷେତ୍ରରେ ଅଧିକରୁ ଅଧିକ ଦକ୍ଷ ହେବା ଦରକାର। ଏସମ୍ପର୍କରେ ଥିଙ୍କ୍‌ ଜୋନ୍‌ର ପ୍ରତିଷ୍ଠାତା ଆଚାର୍ଯ୍ୟ କହିଲେ, ଏହି ପ୍ରଶିକ୍ଷଣ ଛାତ୍ରୀଛାତ୍ରଙ୍କୁ ଶିକ୍ଷା କ୍ଷେତ୍ରରେ ନିଜର ଭବିଷ୍ୟତ ଗଠନ ଦିଗରେ ସହଯୋଗ କରିବ।
ସୂଚନା ଥାଉ କି, ବର୍ତ୍ତମାନ ସୁଦ୍ଧା ଥିଙ୍କ୍‌ ଜୋନ୍‌ ଗ୍ରାମାଞ୍ଚଳ ଓ ସହରାଞ୍ଚଳରୁ ପ୍ରାୟ ୬ହଜାର ଯୁବତୀଯୁବକଙ୍କୁ ପ୍ରଶିକ୍ଷିତ କରିସାରିଛି। ଏମାନଙ୍କ ମଧ୍ୟରୁ ୪୨୧୪ ଛାତ୍ରୀଛାତ୍ର ଫେଲୋଶିପ୍‌ ପୂରଣ କରି ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି। ବର୍ତ୍ତମାନ ଏହାର କାର୍ଯ୍ୟକ୍ରମ ଭଦ୍ରକ, କଟକ, ଯାଜପୁର, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଏବଂ ଖୋର୍ଦ୍ଧା ଜିଲାରେ ଚାଲୁଛି।


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri