Categories: ଫୁରସତ

ପୁଅ ହେବ ତ ଏମିତି: କରୋନା ସଂକ୍ରମିତ ମା’ଙ୍କୁ ଦେଖିବା ପାଇଁ…

କରୋନା ସମୟରେ ସାମାଜିକ ଦୂରତା ବଜାୟ ରଖିତ୍ବା ନିହାତି ଆବଶ୍ୟକ। କରୋନା ଆକ୍ରାନ୍ତଙ୍କଠାରୁ ଦୂରେଇ ରହିବା ତାଙ୍କ ପରିବାର ପାଇଁ ବେଶ୍‌ କଷ୍ଟର ସାବ୍ୟସ୍ତ ହୋଇଥାଏ। ଯାହାର ଏକ ନିଚ୍ଛକ ଉଦାହରଣ ପାଲେଷ୍ଟାଇନରେ ଦେଖିବାକୁ ମିଳିଛି। ଏଠାରେ ଜଣେ ମହିଳା କରୋନା ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ଥିଲେ। ତାଙ୍କ ପୁଅ ମା’ଙ୍କୁ ଦେଖିବା ପାଇଁ ଏକ ଅଭିନବ ଉପାୟ ବାଛିଥିଲେ। ସେ ପ୍ରତିଦିନ ରାତିରେ ହସ୍ପିଟାଲ କାନ୍ଥରେ ସିଡ଼ି ଲଗାଇ ଝରକା ଉପରେ ବସି ନିଜ ମା’ଙ୍କୁ ଦେଖୁଥିଲେ। ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପାଲେଷ୍ଟାଇନର ବେଟ ଆଓ୍ବାରେ ରହୁଥିବା ୩୦ ବର୍ଷୀୟ ଜିହାଦ୍‌ ଅଲ ସୁଓ୍ବେତିଙ୍କ ୭୩ ବର୍ଷୀୟ ମା’ ରଶ୍ମୀ ସୁଓ୍ବେତି କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କର ହେବ୍ରନ ଷ୍ଟେଟ୍‌ ହସ୍ପିଟାଲରେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ। ମା’ଙ୍କୁ ଦେଖିବା ପାଇଁ ଜିହାଦଙ୍କ ପାଖରେ କୌଣସି ଉପାୟ ନ ଥିଲା। ସେ ପ୍ରତିଦିନ ରାତିରେ ହସ୍ପିଟାଲ କାନ୍ଥରେ ଚଢି ମା’ଙ୍କୁ ଝରକା ବାହାରୁ ଦେଖୁଥିଲେ। ରଶ୍ମୀ କରୋନା ଆକ୍ରାନ୍ତ ପୂର୍ବରୁ ଲ୍ୟୁକେମିଆରେ ମଧ୍ୟ ପିଡିତ ଥିଲେ। ୫ ଦିନ ଧରି ଚିକିତ୍ସା ଚାଲିବା ପରେ ଶେଷରେ ଡାକ୍ତର ତାଙ୍କୁ ବଞ୍ଚାଇ ପାରି ନ ଥିଲେ। ଜିହାଦ ୧୫ ଦିନ ପୂର୍ବରୁ ନିଜ ପିତାଙ୍କୁ ହରାଇଥିଲେ।

Share