Posted inଜାତୀୟ

ମନ୍ଦିରରେ ୩୦ ବର୍ଷର ବର୍ବରତା

ବେଙ୍ଗାଲୁରୁ,୨୮ା୭: ଜୁଲାଇ ୧୧ରେ କର୍ନାଟକର ଧର୍ମଶାଳା ସହରସ୍ଥିତ ବେଲଥାଙ୍ଗଡ଼ି କୋର୍ଟରେ ହାଜର କରାଯିବାବେଳେ ହ୍ବିସିଲବ୍ଲୋୟରଙ୍କ ମୁହଁ କଳା ହୁଡ୍‌ରେ ଢଙ୍କାଯାଇଥାଏ। ତାଙ୍କ ହାତରେ ଥାଏ କେତୋଟି କଙ୍କାଳର ଅବଶେଷ, ଯାହାକୁ ସେ ବଳାତ୍କାର ପୀଡ଼ିତାଙ୍କୁ ପୋତାଯାଇଥିବା ଏକ ଗଣସମାଧିରୁ ଆଣିଥିବା ଦାବି କରିଥିଲେ। ବ୍ୟକ୍ତି ଜଣକ ନିଜକୁ ୮୦୦ ବର୍ଷ ପୁରୁଣା ଉକ୍ତ ମନ୍ଦିରର ଜଣେ ପୂର୍ବତନ ସଫେଇ କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ଏପରି କି ନିର୍ମମ ବର୍ବରତା ଓ ଯୌନ ଉତ୍ପୀଡ଼ନର କ୍ଷତଚିହ୍ନଗୁଡ଼ିକୁ ଲୁଚାଇବା ପାଇଁ ପୀଡ଼ିତାମାନଙ୍କ ମୃତଦେହକୁ ଗୋପନୀୟ ଭାବେ ପୋତିଦେବାକୁ ତାଙ୍କୁ ବାଧ୍ୟ କରାଯାଉଥିଲା ବୋଲି ସେ ଅଭିଯୋଗ ଆଣିଥିଲେ।
କନ୍ନଡ ଜିଲା ପୋଲିସ ଅଧୀକ୍ଷକଙ୍କ ନିକଟରେ ଜୁଲାଇ ୩ରେ ପ୍ରଥମେ ହ୍ବିସିଲବ୍ଲୋୟର ଲିଖିତ ଅଭିଯୋଗ କରିଥିଲେ। ସେଥିରେ ସେ ଲେଖିଥିଲେ, ୨୦୧୪ରେ ନିଜ ପରିବାର ସହ ଲୁଚି ପଳାଇବା ପୂର୍ବରୁ ପ୍ରାୟ ୨୦ ବର୍ଷ ଧରି ତାଙ୍କୁ ସେଠାରେ ଜବରଦସ୍ତ ଉକ୍ତ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ଏହାର ପ୍ରାୟ ୧ ଦଶନ୍ଧି ପରେ ସେ ଅନୁତପ୍ତ ହୋଇ ଉକ୍ତ ଜଘନ୍ୟ ଅପରାଧର ପର୍ଦ୍ଦାଫାଶ କରିବା ପାଇଁ ଫେରିଛନ୍ତି। ଯୁବତୀ ଓ ମହିଳାମାନଙ୍କୁ ୧୯୯୫ରୁ ୨୦୧୪ ପର୍ଯ୍ୟନ୍ତ ବଳାତ୍କାର କରାଯିବା ପରେ ହତ୍ୟା କରି ସେମାନଙ୍କ ମୃତଦେହଗୁଡ଼ିକୁ ପୋତାଯାଉଥିଲା। ପୀଡ଼ିତାମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ସେଠାରୁ ଅନେକ ଶହ ମୃତଦେହ ଖୋଳିବାକୁ ହ୍ବିସିଲବ୍ଲୋୟର ଦାବି କରିଥିଲେ।
ନଦୀ କୂଳରେ ଥିବା ଧର୍ମଶାଳା ହିନ୍ଦୁମାନଙ୍କ ଏକ ବଡ଼ ତୀର୍ଥସ୍ଥାନ। ଏହି ମଧ୍ୟଯୁଗୀୟ ଶ୍ରୀମଞ୍ଜୁନାଥ ମନ୍ଦିରରେ ଭଗବାନ ଶିବ ପୂଜା ପାଆନ୍ତି। ମନ୍ଦିରଟି ଏକ ପରିବାର ଦ୍ୱାରା ପରିଚାଳିତ। ଏହା ପ୍ରତିବର୍ଷ ଉକ୍ତ ଛୋଟ ସହରକୁ ଅନେକ ଲକ୍ଷ ଭକ୍ତଙ୍କୁ ଟାଣିଆଣିଥାଏ।
ହ୍ବିସିଲବ୍ଲୋୟର ଜଣକ କହିଛନ୍ତି, ସେ ୧୯୯୫ରୁ ୨୦୧୪ ପର୍ଯ୍ୟନ୍ତ ସେହି ମନ୍ଦିରରେ କାର୍ଯ୍ୟ କରିଥିଲେ। ସେଠାରେ ତାଙ୍କ ଚାକିରି ନିୟମିତ କରାଯିବା ପରେ ଅତ୍ୟନ୍ତ ଜଘନ୍ୟ ଅପରାଧଗୁଡ଼ିକର ପ୍ରମାଣ ଲୁଚାଇବା ଦାୟିତ୍ୱ ତାଙ୍କୁ ଦିଆଯାଇଥିଲା। ତେବେ ଜଣେ ଝିଅଙ୍କୁ ବଳାତ୍କାର କରାଯିବା ପରେ ୨୦୧୪ ଡିସେମ୍ବରରେ ସେ ମାନସିକ ନିର୍ଯାତନା ସହି ନ ପାରି ସେଠାରୁ ଲୁଚି ପଳାଇବାକୁ ବାଧ୍ୟ ହୋଇଥିଲେ। ଏକ ପଡ଼ୋଶୀ ରାଜ୍ୟରେ ହ୍ବିସିଲବ୍ଲୋୟର ଓ ତାଙ୍କ ପରିବାର ଆମତ୍ଗୋପନ କରିଥିଲେ। ସେମାନେ ନିଜ ଜୀବନ ବଞ୍ଚାଇବା ପାଇଁ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିଲେ।
ନଦୀକୂଳରେ ସେ କେତେଜଣ ମହିଳାଙ୍କ ଗଳିତ ମୃତଦେହ ଠାବ କରିଥିଲେ। ସେତେବେଳେ ସେ ଏହାକୁ ଆମତ୍ହତ୍ୟା କିମ୍ବା ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ଧରିନେଇଥିଲେ। କିନ୍ତୁ ମହିଳାଙ୍କ ବିବସ୍ତ୍ର ମୃତଦେହଗୁଡ଼ିକରେ କ୍ଷତଚିହ୍ନ ଦେଖି ତାଙ୍କ ମନକୁ ପାପ ଛୁଇଁଥିଲା। ୧୯୯୮ରେ ତାଙ୍କୁ ଗୋପନୀୟ ଭାବେ ଏଭଳି ମୃତଦେହ ଲୁଚାଇବାକୁ କୁହାଯାଇଥିଲା। ସେ ମନା କରିବାରୁ ତାଙ୍କୁ ମାଡ଼ ମରାଯାଇଥିଲା ଓ ଧମକ ଦିଆଯାଇଥିଲା। ମହିଳାଙ୍କ ଭଳି ତୁମ ଶରୀରକୁ ଖଣ୍ଡ ଖଣ୍ଡ କରି ହାଣିବୁ ଓ ତୁମ ପରିବାରର ସମସ୍ତଙ୍କୁ ମାରିଦେବୁ ବୋଲି ସେତେବେଳେ ଧମକ ଦିଆଯାଇଥିଲା।
ଏକ ଘଟଣା। ଧର୍ମଶାଳାରୁ ୩୦ କି.ମି. ଦୂର ଏକ ସ୍ଥାନକୁ ତାଙ୍କୁ ପଠାଯାଇଥିଲା। ସେଠାରେ ୧୨ରୁ ୧୫ ବର୍ଷୀୟା ଜଣେ ଝିଅଙ୍କ ମୃତଦେହ ପୋତିବାକୁ ତାଙ୍କୁ କୁହାଯାଇଥିଲା। ଝିଅ ନିଜ ସ୍କୁଲ ବ୍ୟାଗ୍‌ ଧରିଥିବାବେଳେ ୟୁନିଫର୍ମ ପିନ୍ଧିଥିଲେ। କିନ୍ତୁ ତଳଭାଗରେ ବସ୍ତ୍ର ନ ଥିଲା। ତାଙ୍କୁ ବଳାତ୍କାର କରାଯାଇଥିବା କ୍ଷତଚିହ୍ନରୁ ସ୍ପଷ୍ଟ ବାରି ହୋଇଯାଉଥିଲା। ଗଳା ଚିପି ହତ୍ୟା କରାଯାଇଥିବା ଚିହ୍ନରୁ ଜାଣି ହେଉଥିଲା। ତାକୁ ନେଇ ସେ ବିଚଳିତ ହୋଇପଡ଼ିଥିଲେ। ବର୍ବରତା ଓ ହତ୍ୟାକୁ ନେଇ ସ୍ମୃତିର ବୋଝକୁ ଆଉ ସହିପାରିବେ ନାହିଁ ବୋଲି ହ୍ବିଶିଲବ୍ଲୋୟର କହିଛନ୍ତି।
ଓକିଲ କେଭି ଧନଞ୍ଜୟ କହିଛନ୍ତି, ଏହା ଏକ ଅଭୂତପୂର୍ବ ମାମଲା, ଯେଉଁଠି ସାକ୍ଷୀମାନେ କେବଳ ତାଙ୍କ ମହକିଲଙ୍କ ସପକ୍ଷରେ ଆଗେଇ ଆସିନାହାନ୍ତି, ବରଂ ଉତ୍ତରଦାୟିତ୍ୱ ସ୍ଥିର ପାଇଁ ସେମାନେ ମଧ୍ୟ ଅନେକ ପ୍ରମାଣ ସାମ୍ନାକୁ ଆଣିଛନ୍ତି। ଆଇନକୁ ଡରି ନୁହେଁ, ବରଂ ନିଜ ବିବେକ ଓ ନୈତିକତା ଦୃଷ୍ଟିରୁ ସାମ୍ନାକୁ ଆସିଛନ୍ତି। ଜୁଲାଇ ୨୦ରେ ମନ୍ଦିର କର୍ତ୍ତୃପକ୍ଷ ଜାରି କରିଥିବା ବିବୃତିରେ କହିଛନ୍ତି, ସେମାନେ ଏକ ଉପଯୁକ୍ତ ଓ ସ୍ବଚ୍ଛ ତଦନ୍ତକୁ ସମର୍ଥନ କରୁଛନ୍ତି। ଏସ୍‌ଆଇଟି ନିରପେକ୍ଷ ତଦନ୍ତ କରିବ ବୋଲି ଆଶାବାଦୀ ଥିବା ଶ୍ରୀକ୍ଷେତ୍ର ଧର୍ମଶାଳା ମୁଖପାତ୍ର କେ. ପାର୍ଶ୍ୱନାଥ ଜୈନ କହିଛନ୍ତି। କର୍ନାଟକ ମହିଳା କମିଶନ ମୁଖ୍ୟ ନାଗଲକ୍ଷ୍ମୀ ଚୌଧରୀ ତଦନ୍ତ ପାଇଁ ଏସ୍‌ଆଇଟି ଗଠନକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଅଭିହିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍‌କୁ ଇରାନର ଟାର୍ଗେଟ, ବଢ଼ିଲା…

ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍‌ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri