ଭଦ୍ରକରେ ଆଜି ୩୦ ନୂଆ କରୋନା ପଜିଟିଭ୍‌, ଆକ୍ରାନ୍ତଙ୍କ ସଂଖ୍ୟା ୪୨୪ରେ ପହଞ୍ଚିଲା

ଭଦ୍ରକ ଅଫିସ,୨୩ା୭: ଗୁରୁବାର ଭଦ୍ରକ ଜିଲାରେ ୩୦ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୪୨୪ରେ ପହଞ୍ଚିଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୧୨ ଜଣ ଏବଂ ୧୮ ଜଣ ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ହୋଇଛନ୍ତି।
ସୂଚନାଯୋଗ୍ୟ, ଜିଲାରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୪୨୪ରେ ପହଞ୍ଚିଥିବା ବେଳେ ୩୩୫ ଜଣ ସୁସ୍ଥ ହୋଇଛନ୍ତି। ୮୮ ଜଣ ଚିକିତ୍ସିତ ହେଉଛନ୍ତି। ଜଣଙ୍କର ମୃତ୍ୟୁ ଘଟିଛି।