୩୦ ମିନିଟ ବ୍ୟାୟାମ, ୧୫ ମିନିଟ ଧ୍ୟାନ କର

ଭୁବନେଶ୍ୱର,୨୨ା୮(ଅନିଲ ଦାସ):ସୁସ୍ଥ ଶରୀର, ମାନସିକ ଶକ୍ତି ହେଉଛି ସଫଳତାର ମୁଖ୍ୟ ଆଧାର। ଶରୀର ସୁସ୍ଥ ରହିଲେ ଆତ୍ମବିଶ୍ୱାସ ବଢ଼ିବ। ପ୍ରତିଦିନ ୩୦ ମିନିଟ୍‌ ବ୍ୟାୟାମ ଓ ୧୫ ମିନିଟ୍‌ ଧ୍ୟାନରେ ବସିଲେ ସ୍ମୃତିଶକ୍ତି ବଢ଼ିବ। ଏଭଳି ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(୫-ଟି) ଭି.କେ. ପାଣ୍ଡିଆନ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସୋମବାର ଜନତା ମଇଦାନଠାରେ ଅନୁଷ୍ଠିତ ୫-ଟି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲାର ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜରୁ ଆସିଥିବା ଛାତ୍ରୀଛାତ୍ରମାନଙ୍କ ସହ ୫-ଟି ସଚିବ ଭାବବିନିମୟ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ଏବେ ପ୍ରତିଯୋଗିତାର ସମୟ। ପରିଶ୍ରମ କରିବାକୁ ପଡ଼ିବ।
କ୍ରୀଡ଼ା, ଯୋଗ, ସାଇକ୍ଲିଂ କରି ଫିଟ୍‌ ରହିବାକୁ ହେବ। ଜୀବନରେ ଯାହା ପରିସ୍ଥିତି ଆସିବ, ମୁକାବିଲା କରିବାକୁ ପଡ଼ିବ। ଜୀବନରେ ଭଲ ସାଙ୍ଗର ବହୁତ ପ୍ରଭାବ ଥାଏ। ତେଣୁ ଭଲ ସାଙ୍ଗ ବାଛନ୍ତୁ। ଆତ୍ମବିଶ୍ୱାସ କମାଉଥିବା ସାଙ୍ଗଠାରୁ ଦୂରରେ ରହିବାକୁ ୫-ଟି ସଚିବ କହିଛନ୍ତି। ଗୁରୁ ଓ ଭଗବାନ ଏକା ସମୟରେ ଆସିଲେ, ଗୁରୁଙ୍କୁ ଆଗ ମୁଣ୍ଡିଆ ମାରିବେ। କାରଣ ସେମାନେ ପିଲାଙ୍କୁ ଭଗବାନଙ୍କ ସହ ପରିଚିତ କରାନ୍ତି ବୋଲି ୫ଟି ସଚିବ କହିଛନ୍ତି। କେବଳ ପାଠ ନୁହେଁ, ଜୀବନ ବିଷୟରେ ବି ଗୁରୁ ଶିକ୍ଷା ଦିଅନ୍ତି। ଗୁରୁମାନେ ଲିଡର ବାହାର କରନ୍ତି। ପିଲାମାନେ ନିଶା, ସୋସିଆଲ ମିଡିଆ, ମଦଠାରୁ ଦୂରରେ ରହିବା ଏବଂ ଭଲ ପାଠ ପଢ଼ି ଓଡ଼ିଶାକୁ ଗର୍ବିତ କରିବାକୁ ୫-ଟି ସଚିବ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଛନ୍ତି।
ନୂତନ ଓଡ଼ିଶା ଗଠନ ପାଇଁ ଷ୍ଟୁଡେଣ୍ଟ ହେଲ୍‌ପ ଲାଇନ୍‌ ପାଇଁ ଆସିଥିବା ପ୍ରସ୍ତାବକୁ ପାଇବେ। କଠିନ ପରିଶ୍ରମ କରିବେ, ଉଜ୍ଜ୍ୱଳ ହେବେ, ସଫଳ ଜୀବନ ପାଇ ତାଙ୍କୁ ଇମେଲ୍‌ କରିବାକୁ ୫-ଟି ସଚିବ ଛାତ୍ରୀଛାତ୍ରଙ୍କୁ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧା ଜଲାର ୭୦ଟି ଯୁକ୍ତ୨ ଓ ୩୮ ଡିଗ୍ରୀ କଲେଜକୁ ୫-ଟିରେ ସାମିଲ କରିଛନ୍ତି। ୫-ଟିରେ କଲେଜର ସମ୍ପୂର୍ଣ୍ଣ ରୂପାନ୍ତର ୬ ମାସ ଭିତରେ ହେବ। ଏଥିପାଇଁ ୬୬.୭୫ କୋଟି ଟଙ୍କା ଖର୍ଚ୍ଚ ହେବ। ମୁଖ୍ୟମନ୍ତ୍ରୀ ରାଜ୍ୟର ରୂପାନ୍ତର ପାଇଁ ନୂଆ ଓଡ଼ିଶା ଲକ୍ଷ୍ୟ ରଖିଛନ୍ତି। ନୂଆ ଓଡ଼ିଶାର ମୁଖ୍ୟ ଶକ୍ତି ହେଉଛନ୍ତି ଛାତ୍ରୀଛାତ୍ର। ଉଚ୍ଚ ଲକ୍ଷ୍ୟ ହାସଲ ପାଇଁ କଠିନ ପରିଶ୍ରମ କରିବାକୁ ୫-ଟି ସଚିବ ଛାତ୍ରୀଛାତ୍ରମାନଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟ ସରକାର ଛାତ୍ରୀଛାତ୍ରଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବାକୁ ପ୍ରୟାସ କରୁଛନ୍ତି। ବ୍ୟକ୍ତିଗତ ଜୀବନ ବିକାଶ ଉପରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲାର ସମସ୍ତ କଲେଜର ଛାତ୍ରୀଛାତ୍ର ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri