Posted inଜାତୀୟ

୩୦ ସହରବାସୀ ଭୋଗିବେ ଜଳଯନ୍ତ୍ରଣା

ନୂଆଦିଲ୍ଲୀ,୩।୧୧(ଆଇଏଏନ୍‌ଏସ୍‌): କଥାରେ ଅଛି ଜଳ ହିଁ ଜୀବନ। ଜଳ ବିନା ଜୀବଜଗତ ତିଷ୍ଠିରହିବା ଅସମ୍ଭବ। ହେଲେ ଜଳବାୟୁରେ ପରିବର୍ତ୍ତନ ସହ ସାମାଜିକ ଚାଲିଚଳଣି ପରିବେଶକୁ ବିଗାଡ଼ିବାରେ ଲାଗିଛି। ଏବେଠାରୁ ଏହାକୁ ନ ସୁଧାରିଲେ କିମ୍ବା ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗକୁ ବିଷମୟ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଏକ ଓ୍ବାଲର୍‌ଡ ଓ୍ବାଇଡ୍‌ ଫଣ୍ଡ୍‌ (ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌) ଅଧ୍ୟୟନରୁ ଜଣାପଡ଼ିଛି ଯେ, କିଛି ଦଶନ୍ଧି ମଧ୍ୟରେ ଭାରତର ୩୦ ସହରରେ ଉତ୍କଟ ଜଳସଙ୍କଟ ଦେଖାଦେବ। ମୁ୍‌ମ୍ବାଇ, କୋଲକାତା, ଜୟପୁର, ଅମ୍ରିତସର, ବିଶାଖାପାଟଣା, ଇନ୍ଦୋର, ଶ୍ରୀନଗର, ପୁଣେ, କୋଝିକୋଡେ ଆଦି ସହରରେ ଏଭଳି ସ୍ଥିତି ଉପୁଜିବ ବୋଲି ରିପୋର୍ଟରେ ଦର୍ଶାଯାଇଛି।
ସହରୀ ସଭ୍ୟତାର ଦ୍ରୁତ ବିକାଶ ପରିଲକ୍ଷିତ ହେଉଛି। ସହରଗୁଡ଼ିକର ପରିବେଶ ଦିନକୁଦିନ ପ୍ରଦୂଷିତ ହେବାରେ ଲାଗିଛି। ବିକାଶ ସହ ପରିବେଶ ସନ୍ତୁଳନ ରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଥିବା ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌, ଇଣ୍ଡିଆର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ସେଜଲ ଓ୍ବେରହ ପ୍ରକାଶ କରିଛନ୍ତି। ସ୍ମାର୍ଟସିଟିରେ ଯୋଜନା ମୁତାବକ ସମନ୍ବିତ ଜଳ ପରିଚାଳନା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଜଳ ସଂରକ୍ଷଣ, ଜଳ ଯୋଗାଣ, ଜଳ ପରିଚାଳନା ଓ ବ୍ୟବହାର ଉପରେ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଏନେଇ ଏବେଠାରୁ ସଜାଗ ହେବାକୁ କୁହାଯାଇଛି। ବିଭିନ୍ନ ଘରୋଇ କଳ କାରଖାନା ଓ ଅନୁଷ୍ଠାନ ଏସବୁ ନିୟମ ପାଳନ କରିବା ଉଚିତ। କେବଳ ଭାରତ ନୁହେଁ, ବିଶ୍ୱର ଅନେକ ସହରରେ ଏବେଠାରୁ ଜଟିଳ ସ୍ଥିତି ଦେଖାଦେଲାଣି। ୨୦୫୦ ମସିହା ବେଳକୁ ବିଶ୍ୱର ୧୦୦ ସହର କିମ୍ବା ଅତି କମ୍‌ରେ ୩୫ କୋଟିରୁ ଊର୍ଦ୍ଧ୍ୱ ଲୋକ ଜଳକଷ୍ଟ ଭୋଗକରିବାର ଆଶଙ୍କା ରହିଥିବା କୁହାଯାଇଛି। ୨୦୨୦ରେ ୧୭% ଲୋକ ଜଳସଙ୍କଟର ସମ୍ମୁଖୀନ ହୋଇଥିବାବେଳେ ୨୦୫୦ ବେଳକୁ ୫୧% ବିଶ୍ୱବାସୀ ଭୟଙ୍କର ଜଳଯନ୍ତ୍ରଣା ଭୋଗକରିବାର ଆଶଙ୍କା ରହିଥିବା ଅନୁଧ୍ୟାନରୁ ଜଣାପଡ଼ିଛି। ବିଶେଷକରି ସହରବାସୀ ଅଧିକ ଜଳକଷ୍ଟ ଭୋଗିବେ। ବିଶ୍ୱରେ ବେଜିଂ, ଜାକର୍ତ୍ତା, ଜୋହାନ୍ସବର୍ଗ , ହଂକଂ, ମକ୍କା, ଇସ୍ତାନ୍‌ବୁଲ, ରିଓ ଡି ଜାନିରୋ ସ୍ଥିତି ଅଧିକ ଖରାପ ହେବାର ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଯୁଦ୍ଧବିରତି ପରେ ଭାରତୀୟଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ନିର୍ଦ୍ଦେଶ, ହେଲ୍‌ପଲାଇନ ନମ୍ବର ଜାରି କରି…

ତେହରାନ,୮ା୪: ଇରାନରେ ବଢ଼ୁଥିବା ସଂଘର୍ଷ ମଧ୍ୟରେ ତେହରାନର ଭାରତୀୟ ଦୂତାବାସ ବୁଧବାର ଏକ ନୂଆ ସୁରକ୍ଷା ପରାମର୍ଶ ଜାରି କରିଛି। ଏଥିରେ ଇରାନରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

ଯୁଦ୍ଧବିରତି ଭିତରେ ପୁଣି ହାଇ ଆଲର୍ଟ, ମିସାଇଲ ମାଡ଼ କଲା ଇରାନ୍‌…

ତେହରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, ଇସ୍ରାଏଲ ଏବଂ ଇରାନ ଉଭୟ ଯୁଦ୍ଧକ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏହା କାତାର ଏବଂ କୁୱେତ ସମେତ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ଇରାନ-ଆମେରିକା ଯୁଦ୍ଧବିରତିକୁ ଇସ୍ରାଏଲର ଝଟକା: ବଡ଼ ଘୋଷଣା କରିଦେଲେ ନେତାନ୍ୟାହୁ, ଭୟରେ ଥରିଲା…

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଘୋଷଣା ଅନେକ ଦେଶକୁ ଆଶ୍ୱସ୍ତି ଦେଇଛି। ଏହି ସମୟରେ ଇସ୍ରାଏଲ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ଲେବନାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri