୩ବର୍ଷର ଶିଶୁଙ୍କୁ କଚାଡ଼ି ହତ୍ୟା: ପାରିବାରିକ କଳହର କରୁଣ ପରିଣତି

କେନ୍ଦୁଝର,୨୮ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଝୁମ୍ପୁରା ଥାନା ଅନ୍ତର୍ଗତ ନହବେଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାରିବାରିକ କଳହକୁ ନେଇ ଜଣେ ୩ ବର୍ଷର ଶିଶୁଙ୍କୁ କଚାଡ଼ି ହତ୍ୟା କରାଯାଇଛି। ପୋଲିସ ମଙ୍ଗଳବାର ସକାଳେ ମୃତଦେହ ଥାନା ଅଧୀନ ଖେଣ୍ଡରା ଗ୍ରାମ ନିକଟସ୍ଥ କେନାଲ ନିକଟରୁ ଜବତ କରିଛି।

ମୃତକ ହେଲେ ଚନ୍ଦନ ମୁଣ୍ଡାଙ୍କ ପୁଅ ଲକି ମୁଣ୍ଡା (୩)। ଘଟଣାରେ ଅଭିଯୁକ୍ତ ଶ୍ରୀତମ ମୁଣ୍ଡା (୨୦)ଙ୍କୁୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ଝୁମ୍ପୁରା ଥାନା ଅଧିକାରୀ ସମ୍ବାରି ହଁାସଦା କହିଛନ୍ତି।
ସୂଚନା ଅନୁଯାୟୀ, ଲକି ଗତ ୨୬ ତାରିଖରୁ ନିଖୋଜ ଥିଲେ। ଘରକୁ ନ ଫେରିବାରୁ ଏହାକୁ ନେଇ ପରିବାର ଲୋକେ ପ୍ରଥମେ ନିଖୋଜ ଓ ପରେ ଲକିକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ।

ଲକି ଘର ନିକଟରେ ଖେଳୁଥିବା ସମୟରେ ଶ୍ରୀତମ୍‌ ବୁଲାଇ ନେବାକୁ କହି ନେଇଯାଇଥିଲେ। ପୋଲିସ ଶ୍ରୀତମ୍‌ ମୁଣ୍ଡାକୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲା। ମଙ୍ଗଳବାର ମୃତଦେହ କେନାଲ ନିକଟରୁ ଜବତ ହୋଇଥିଲା। ଘଟଣାସ୍ଥଳରେ ଚମ୍ପୁଆ ଏସ୍‌ଡିପିଓ ଓ ଝୁମ୍ପୁରା ତହସିଲଦାର ପହଞ୍ଚତ୍ ତଦନ୍ତ କରିଥିଲେ। ତଦନ୍ତ ପରେ ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି।

ମାଘ ପରବ ସମୟରେ ୨ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା। ଏଣୁ ଏହାକୁ ନେଇ ଆକ୍ରୋଶମୂଳକ ଭାବେ ପ୍ରତିଶୋଧ ପରାୟଣ ହୋଇ ଶ୍ରୀତମ୍‌ ଶିଶୁଙ୍କୁ କେନାଲ ନିକଟରେ କଚାଡି ଓ ତଣ୍ଟିଚିପି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ଧକ୍କାଦେଇ ଫେରାର ମାରିଲେ ହାଇଓ୍ବା ଚାଳକ, ଘଟଣାସ୍ଥଳରେ ପଡ଼ିରହିଛି ମୃତଦେହ

ବାଲେଶ୍ୱର,୧୨ା୪(ବାଞ୍ଛାନିଧି ଦେ): ଏଆର୍‌ଏସ୍‌ଏସ୍‌ କମ୍ପାନୀର ହାଇଓ୍ବା ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲା ବସ୍ତା ଥାନା ଅମର୍ଦ୍ଦାରୋଡ୍‌ ରେଳ ଷ୍ଟେଶନ ପରିସରରେ ମୋରମ ବୋଝେଇ ହାଇଓ୍ବା…

କେନ୍ଦ୍ରାପଡ଼ା ଜିଲାର ଏହି ବ୍ଲକରେ ବିଜେଡିରୁ ସମସ୍ତେ ଦେଇଦେଲେ ଇସ୍ତଫା

ପାଟକୁରା,୧୨ା୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡା ଜିଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ବିଜେଡି ସମର୍ଥିତ ତଥା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଅନୁଗତମାନେ ବିଜେଡିରୁ ସମୂହ ଇସ୍ତଫା…

ଜିଲାପାଳଙ୍କ ତଦାରଖ ପରେ ଫେରିଘାଟ ବନ୍ଦ ନିର୍ଦ୍ଦେଶ, ଡଙ୍ଗା ଇଞ୍ଜିନ ଚାବି ଜବତ କରି…

ମହାକାଳପଡ଼ା,୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବାହାକୁଦ-ମୂଷଡିଆ ମହାନଦୀ ଫେରିଘାଟରେ ଲାଇଫ ଜ୍ୟାକେଟ, ସିସିଟିଭି ଆଦି ବ୍ୟବାହର ହେଉ ନ ଥିବା…

ଚର୍ଚ୍ଚ କବାଟ ଭାଙ୍ଗି ବୁଲାଇଲେ କଳାକନା : ଥାନାରେ…

ଦାରିଙ୍ଗବାଡି, ୧୨।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିଆଙ୍ଗବାଲି ଚର୍ଚ୍ଚ ଗୃହର ମୁଖ୍ୟ କବାଟକୁ ତଡାଯାଇ ବହୁ ସାଉଣ୍ଡ ସିଷ୍ଟମର ଯନ୍ତ୍ରପାତି ଚୋରି ହୋଇଥିବା…

ମା ’ ବାଙ୍କେଶ୍ୱରୀ ମନ୍ଦିର ନିକଟ ରାସ୍ତାରେ ସ୍କୁଟିରୁ ପଡି ଆଖିବୁଜିଲେ ଗ୍ରାମରକ୍ଷୀ: କାନ୍ଦବୋବାଳିରେ ଫାଟିପଡୁଛି…

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗାଁ ର ଗ୍ରାମରକ୍ଷୀ ଭାବେ କାର୍ଯ୍ୟକରୁଥିବା ରଙ୍କ ନାଇକ(୭୦)ରବିବାର ସକାଳେ ସ୍କୁଟିରୁ ଖସିପଡ଼ି ମୃତ୍ୟୁବରଣ କରିଛନ୍ତି।…

ରେଷ୍ଟୁରାଣ୍ଟରେ ଘରୋଇ ଏଲ୍‌ପିଜି ସିଲିଣ୍ଡର: ମାଡିବସିଲା…

ନୂଆପଡ଼ା,୧୨ା୪ (ମକାରୁ ବେମାଲ): ନୂଆପଡ଼ା ଜିଲା ଖରିଆର ରୋଡ୍‌ସ୍ଥିତ ପାଳ ରେଷ୍ଟୁରାଣ୍ଟରେ ଘରୋଇ ଏଲ୍‌ପିଜି ସିଲିଣ୍ଡରକୁ ବାଣିଜି୍ୟକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବା ଅଭିଯୋଗ ପରେ ଯୋଗାଣ ବିଭାଗର…

ଭବିଷ୍ୟତ ଗଠନ ପାଇଁ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଲେ ଅଧ୍ୟକ୍ଷ

ଭଞ୍ଜନଗର,୧୨।୪(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀଛାତ୍ରଙ୍କୁ ଶନିବାର ବିଦାୟ ସମ୍ବର୍ଦ୍ଧନା…

ବୋଲେରୋ ଧକ୍କାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ,୨୦ ଘଣ୍ଟା ହେଲା ହୋଇପାରିନି ମୃତଦେହ ବ୍ୟବଚ୍ଛେଦ

ଦାରିଙ୍ଗବାଡ଼ି,୧୨ା୪(ଅରୁଣ ସାହୁ): ବୋଲେରୋ ଧକ୍କାରେ ବାଇକ୍‌ଚାଳକଙ୍କ ମୃତ୍ୟୁ ଘଟଣାର ଇତିମଧ୍ୟରେ ପ୍ରାୟ ୨୦ ଘଣ୍ଟା ବିତିଯାଇଥିଲେ ମଧ୍ୟ କୌଣସି ମାମଲା ରୁଜୁ ହୋଇ ନ ଥିବା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri