ଗଞ୍ଜାମ ଜିଲାରେ ଖୋଲିବ ୩ ଟ୍ରମା କେୟାର ସେଣ୍ଟର

ଛତ୍ରପୁର,୫ା୪(ଡି.ଏନ୍‌.ଏ): ୨୦୨୨ରେ ଗଞ୍ଜାମ ଜିଲାରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ଓଡିଶାରେ ସର୍ବାଧିକ ରହିଛି। ଠିକ୍‌ ସମୟରେ ଦୁର୍ଘଟଣାରେ ଆହତଙ୍କୁ ଆବଶ୍ୟକୀୟ ଚିକିସତ୍। ଏବଂ ଏଥିପାଇଁ ଆବଶ୍ୟକ ପଡୁଥିବା ହସ୍ପିଟାଲରେ ଭର୍ତ୍ତି କରାଇବାରେ ବିଳମ୍ବ ଯୋଗୁଁ ମଧ୍ୟ ମୃତ୍ୟୁ ସଂଖ୍ୟା ବଢୁଛି। ସଡ଼କ ଦୁର୍ଘଟଣାରେ ଆହତଙ୍କୁ ଆଶୁ ଚିକିସତ୍। ପାଇଁ ରାଜ୍ୟରେ ୫୮ ଟି ହସ୍ପିଟାଲରେ ଟ୍ରମା କେୟାର ସେଣ୍ଟର ଖୋଲିବା ନେଇ ରାଜ୍ୟ ସରକାର ଗତ ସପ୍ତାହରେ ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲାରେ ମଧ୍ୟ ୩ଟି ଟ୍ରମା କେୟାର ସେଣ୍ଟର ଖୋଲିବ। ଏନେଇ ଗଞ୍ଜାମ ଜିଲା ମୁଖ୍ୟ ଚିକିସତ୍। ଅଧିକାରୀ ସୂଚନା ଦେଇଛନ୍ତି। ସେଗୁଡିକ ମଧ୍ୟରେ ଖଲିକୋଟ, ଆସିକା ଓ ଭଞ୍ଜନଗର ବୋଲି ଜଣାପଡିଛି। ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଖଲିକୋଟ ଅବସ୍ଥିତ ଥିବାବେଳେ ବ୍ରହ୍ନପୁର- ଭଞ୍ଜନଗର ମୁଖ୍ୟ ରାସ୍ତାରେ ଆସିକା ସହର ରହିଛି। ସେହିପରି ଭଞ୍ଜନଗର ଜିଲାର ସୀମାବର୍ତ୍ତୀ ଅଞ୍ଚଳରେ ରହିଥିବା ବେଳେ କନ୍ଧମାଳ ଜିଲା ଅବସ୍ଥିତ। ପୂର୍ବରୁ ଗଞ୍ଜାମ ଜିଲାର ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରମା କେୟାର ସେଣ୍ଟର ଲେଭଲ-୧ ରହିଛି। ତେବେ ଏତେବଡ ଜିଲା ସହ ୧୬ ନଂ ଜାତୀୟ ରାଜପଥ ଓ ରାଜ୍ୟପଥ ମଧ୍ୟ ଯାଇଛି। ଏଥିସହ ପୂର୍ବତଟ ରେଳପଥ ମଧ୍ୟ ଜିଲା ଦେଇ ଯାଇଛି। ଏଥିଲାଗି ବିଭିନ୍ନ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି। ଆହତମାନଙ୍କ ଆଶୁ ଚିକିସତ୍। ପାଇଁ ଜିଲାରେ ଥିବା ଉକ୍ତ ଗୋଟିଏ ମାତ୍ର ଟ୍ରମା କେୟାର ସେଣ୍ଟର ଉପରେ ନିର୍ଭର କରିବାକୁ ପଡୁଛି। ଏପରିକି ଜିଲାର କୋଣ ଅନୁକୋଣରୁ ଆହତମାନଙ୍କୁ ବ୍ରହ୍ମପୁର ଆଣିବାରେ ମଧ୍ୟ ବିଳମ୍ବ ହୋଇଥାଏ। ସୂଚନାଯୋଗ୍ୟ ଜିଲାରେ ଆଉ କିଛି ଟ୍ରମା କେୟାର ସେଣ୍ଟର ଖୋଲିବା ପାଇଁ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ଆକ୍ସନ ପ୍ଲାନ୍‌ରେ ଉଲ୍ଲେଖ କରି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ପଠାଇଥିଲେ। ଏଥିସହ ଆରଟିଓ ଓ ସିଡିଏମଓଙ୍କ ପକ୍ଷରୁ ମଧ୍ୟ ଏନେଇ ପ୍ରସ୍ତାବ ପଠାଯାଇଥିଲା। ଏପରିକି ଗତବର୍ଷ ସେପ୍ଟେମ୍ବର ୨୩ରେ ଅନୁଷ୍ଠିତ ସଂସଦୀୟ ସଡକ ସୁରକ୍ଷା କମିଟି ବୈଠକରେ ଟ୍ରମା କେୟାର ସେଣ୍ଟର ଉପରେ ଆଲୋଚନା ହୋଇଥିଲା। ବ୍ରହ୍ମପୁର ଏମ୍‌କେସିଜିରେ ଥିବା ଟ୍ରମା କେୟାର ସେଣ୍ଟରକୁ ଅପଗ୍ରେଡ କରିବା ସହ ଅନ୍ୟ ସ୍ଥାନ ମାନଙ୍କରେ ଟ୍ରମା କେୟାର ସେଣ୍ଟର ଖୋଲିବା ନେଇ ସର୍ବସମ୍ମତି ପ୍ରସ୍ତାବ ଗୃହୀତ ହୋଇଥିଲା। ଏହାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ପଠାଯାଇଥିଲା। ପ୍ରକାଶଯୋଗ୍ୟ ୨୦୨୨ରେ ସଡକ ଦୁର୍ଘଟଣା ଓ ତଦ୍‌ଜନିତ ମୃତ୍ୟୁ ସଂଖ୍ୟା ୨୦୨୧ ତୁଳନାରେ ଅହେତୁକ ବୃଦ୍ଧିପାଇଛି। ୨୦୨୨ରେ ଜିଲାରେ ୮୩୧ ସଡକ ଦୁର୍ଘଟଣା ଘଟିଥିବା ବେଳେ ୪୧୪ ଜଣଙ୍କ ମୃତ୍ୟୁ ଓ ୬୩୨ ଜଣ ଗୁରୁତର ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri