ଗଞ୍ଜାମ ଜିଲାରେ ଖୋଲିବ ୩ ଟ୍ରମା କେୟାର ସେଣ୍ଟର

ଛତ୍ରପୁର,୫ା୪(ଡି.ଏନ୍‌.ଏ): ୨୦୨୨ରେ ଗଞ୍ଜାମ ଜିଲାରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ଓଡିଶାରେ ସର୍ବାଧିକ ରହିଛି। ଠିକ୍‌ ସମୟରେ ଦୁର୍ଘଟଣାରେ ଆହତଙ୍କୁ ଆବଶ୍ୟକୀୟ ଚିକିସତ୍। ଏବଂ ଏଥିପାଇଁ ଆବଶ୍ୟକ ପଡୁଥିବା ହସ୍ପିଟାଲରେ ଭର୍ତ୍ତି କରାଇବାରେ ବିଳମ୍ବ ଯୋଗୁଁ ମଧ୍ୟ ମୃତ୍ୟୁ ସଂଖ୍ୟା ବଢୁଛି। ସଡ଼କ ଦୁର୍ଘଟଣାରେ ଆହତଙ୍କୁ ଆଶୁ ଚିକିସତ୍। ପାଇଁ ରାଜ୍ୟରେ ୫୮ ଟି ହସ୍ପିଟାଲରେ ଟ୍ରମା କେୟାର ସେଣ୍ଟର ଖୋଲିବା ନେଇ ରାଜ୍ୟ ସରକାର ଗତ ସପ୍ତାହରେ ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲାରେ ମଧ୍ୟ ୩ଟି ଟ୍ରମା କେୟାର ସେଣ୍ଟର ଖୋଲିବ। ଏନେଇ ଗଞ୍ଜାମ ଜିଲା ମୁଖ୍ୟ ଚିକିସତ୍। ଅଧିକାରୀ ସୂଚନା ଦେଇଛନ୍ତି। ସେଗୁଡିକ ମଧ୍ୟରେ ଖଲିକୋଟ, ଆସିକା ଓ ଭଞ୍ଜନଗର ବୋଲି ଜଣାପଡିଛି। ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଖଲିକୋଟ ଅବସ୍ଥିତ ଥିବାବେଳେ ବ୍ରହ୍ନପୁର- ଭଞ୍ଜନଗର ମୁଖ୍ୟ ରାସ୍ତାରେ ଆସିକା ସହର ରହିଛି। ସେହିପରି ଭଞ୍ଜନଗର ଜିଲାର ସୀମାବର୍ତ୍ତୀ ଅଞ୍ଚଳରେ ରହିଥିବା ବେଳେ କନ୍ଧମାଳ ଜିଲା ଅବସ୍ଥିତ। ପୂର୍ବରୁ ଗଞ୍ଜାମ ଜିଲାର ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରମା କେୟାର ସେଣ୍ଟର ଲେଭଲ-୧ ରହିଛି। ତେବେ ଏତେବଡ ଜିଲା ସହ ୧୬ ନଂ ଜାତୀୟ ରାଜପଥ ଓ ରାଜ୍ୟପଥ ମଧ୍ୟ ଯାଇଛି। ଏଥିସହ ପୂର୍ବତଟ ରେଳପଥ ମଧ୍ୟ ଜିଲା ଦେଇ ଯାଇଛି। ଏଥିଲାଗି ବିଭିନ୍ନ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି। ଆହତମାନଙ୍କ ଆଶୁ ଚିକିସତ୍। ପାଇଁ ଜିଲାରେ ଥିବା ଉକ୍ତ ଗୋଟିଏ ମାତ୍ର ଟ୍ରମା କେୟାର ସେଣ୍ଟର ଉପରେ ନିର୍ଭର କରିବାକୁ ପଡୁଛି। ଏପରିକି ଜିଲାର କୋଣ ଅନୁକୋଣରୁ ଆହତମାନଙ୍କୁ ବ୍ରହ୍ମପୁର ଆଣିବାରେ ମଧ୍ୟ ବିଳମ୍ବ ହୋଇଥାଏ। ସୂଚନାଯୋଗ୍ୟ ଜିଲାରେ ଆଉ କିଛି ଟ୍ରମା କେୟାର ସେଣ୍ଟର ଖୋଲିବା ପାଇଁ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ଆକ୍ସନ ପ୍ଲାନ୍‌ରେ ଉଲ୍ଲେଖ କରି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ପଠାଇଥିଲେ। ଏଥିସହ ଆରଟିଓ ଓ ସିଡିଏମଓଙ୍କ ପକ୍ଷରୁ ମଧ୍ୟ ଏନେଇ ପ୍ରସ୍ତାବ ପଠାଯାଇଥିଲା। ଏପରିକି ଗତବର୍ଷ ସେପ୍ଟେମ୍ବର ୨୩ରେ ଅନୁଷ୍ଠିତ ସଂସଦୀୟ ସଡକ ସୁରକ୍ଷା କମିଟି ବୈଠକରେ ଟ୍ରମା କେୟାର ସେଣ୍ଟର ଉପରେ ଆଲୋଚନା ହୋଇଥିଲା। ବ୍ରହ୍ମପୁର ଏମ୍‌କେସିଜିରେ ଥିବା ଟ୍ରମା କେୟାର ସେଣ୍ଟରକୁ ଅପଗ୍ରେଡ କରିବା ସହ ଅନ୍ୟ ସ୍ଥାନ ମାନଙ୍କରେ ଟ୍ରମା କେୟାର ସେଣ୍ଟର ଖୋଲିବା ନେଇ ସର୍ବସମ୍ମତି ପ୍ରସ୍ତାବ ଗୃହୀତ ହୋଇଥିଲା। ଏହାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ପଠାଯାଇଥିଲା। ପ୍ରକାଶଯୋଗ୍ୟ ୨୦୨୨ରେ ସଡକ ଦୁର୍ଘଟଣା ଓ ତଦ୍‌ଜନିତ ମୃତ୍ୟୁ ସଂଖ୍ୟା ୨୦୨୧ ତୁଳନାରେ ଅହେତୁକ ବୃଦ୍ଧିପାଇଛି। ୨୦୨୨ରେ ଜିଲାରେ ୮୩୧ ସଡକ ଦୁର୍ଘଟଣା ଘଟିଥିବା ବେଳେ ୪୧୪ ଜଣଙ୍କ ମୃତ୍ୟୁ ଓ ୬୩୨ ଜଣ ଗୁରୁତର ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

ଅପହଞ୍ଚ ଅଞ୍ଚଳରେ ଆଇଏଏସ୍‌ ଅଧିକାରୀ: ପାହାଡ଼ ଚଢ଼ି ଆଦିବାସୀଙ୍କ ବୁଝିଲେ ଦୁଃଖ, ପ୍ରସ୍ତୁତ ହେଲା ବିକାଶର ବ୍ଲୁ-ପ୍ରିଣ୍ଟ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅତି ଦୁର୍ଗମ ଥୁଆମୂଳ ରାମପୁର ବ୍ଲକର କନ୍ଦାଗୁଡ଼ା, କେନ୍ଦୁଗୁଡ଼ା ଓ ଦେର୍ଲାଠି ଭଳି ଅପହଞ୍ଚ ଗ୍ରାମଗୁଡ଼ିକରେ ପ୍ରଥମକରି…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ଆକ୍ରମଣ: ଘରେ ଏକୁଟିଆ ଥିବାବେଳେ ଟାଣି ନେଇ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏନ.କସ୍ତୁରୀ ରେଡ୍ଡୀ(୭୦)ଙ୍କୁ ତାଙ୍କ ପଡୋଶୀ ଭି.ଭିକି ରେଡ୍ଡୀ,ଭି. ମାମି ରେଡ୍ଡୀ…

ତାମ୍ପରା ହ୍ରଦର ହେବ ପୁନଃରୁଦ୍ଧାର: ବିଧାୟକଙ୍କ ଉପସ୍ଥିତରେ ସମୀକ୍ଷା କଲେ ଜିଲାପାଳ

ଛତ୍ରପୁର,୬।୪(ଦିଲ୍ଲୀପ ସାମଲ): ଛତ୍ରପୁର ସହର ନିକଟରେ ଥିବା ତାମ୍ପରା ହ୍ରଦର ପୁନଃରୁଦ୍ଧାର l ତା’ସହିତ ତାମ୍ପରା ଓ ସମୁଦ୍ର ମଧ୍ୟରେ ନୋଳିଆନୁଆଁ ଗାଁ ବେଳାଭୂମି ରହିଛି l…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri