୩ ଶୁଷ୍କ ନଦୀରେ ମାଛଚାଷ ଯୋଜନା ପ୍ରହସନ

ଜଗତ୍‌ସିଂହପୁର ଅଫିସ, ୧୦।୧: ସମୟ ଚକ୍ରରେ ସୁଗଭୀର ଅଳକା ନଦୀ ତା’ର ସ୍ଥିତି ହରାଇ ବସିଛି । ଏହି ନଦୀର ଅଧିକାଂଶ ଅଞ୍ଚଳ ଶୁଷ୍କ ହୋଇଯାଇଛି। ସେହିପରି ବାଲିଆ ଓ କାଠଯୋଡ଼ି ନଦୀର କିଛି ଅଂଶରେ ମଧ୍ୟ ଅନୁରୂପ ଅବସ୍ଥା ହୋଇଛି। ଏହାର ସୁଯୋଗ ନେଇ ବହୁ ଜମି ମାଫିଆ ଏସବୁ ନଦୀର ସହସ୍ରାଧିକ ହେକ୍ଟର ଜମି ଜବରଦଖଲ କରିବାରେ ଲାଗିଛନ୍ତି। ତେଣୁ ନଦୀଶଯ୍ୟାଗୁଡିକର ସୁବିନିଯୋଗ କରିବାକୁ ୪ ବର୍ଷ ପୂର୍ବରୁ ଯୋଜନା ପ୍ରସ୍ତୁତ କରାଯାଥିଲା। କେନ୍ଦ୍ରୀୟ ଅନ୍ତସ୍ଥଳୀୟ ମତ୍ସ୍ୟ ଗବେଷଣା ସଂସ୍ଥା (ସିଆଇଏଫ୍‌ଆର୍‌ଆଇ) ପକ୍ଷରୁ ଏକ ଟିମ୍‌ ୪ ଦିନିଆ ଜଗତ୍‌ସିଂହପୁର ଗସ୍ତ କରି କ୍ଷେତ୍ର ପରିଦର୍ଶନ କରିଥିଲେ। ସେମାନଙ୍କ ମତ ଅନୁଯାୟୀ, ଜିଲାର ପାଖାପାଖି ୧୫୦ ହେକ୍ଟର ନଦୀଶଯ୍ୟାରେ ପୋଖରୀ କରାଯାଇ ମାଛଚାଷ ସମ୍ଭବ। ଏଥିରୁ ବାର୍ଷିକ ୬୦୦ ଟନ୍‌ ମାଛ ଉତ୍ପାଦନ ହୋଇପାରିବ। ଏହାର ଆନୁମାନିକ ମୂଲ୍ୟ ୭ କୋଟିରୁ ଅଧିକ ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା । କିନ୍ତୁ ସିଆଇଏଫ୍‌ଆର୍‌ଆଇ ସର୍ବେକ୍ଷଣ ରିପୋର୍ଟ ଦାଖଲ ସତ୍ତ୍ବେ ଯୋଜନା ଆଗେଇ ପାରୁନାହିଁ । ଫଳରେ ଲୋକଙ୍କ ମନରେ ଯେଉଁ ଖୁସି ପରିଲକ୍ଷିତ ହୋଇଥିଲା ତାହା ଏବେ ମଉଳିବାକୁ ଲାଗିଲାଣି।
୨୦୧୬-୧୭ରେ ଜିଲା ମତ୍ସ୍ୟ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଡିପିଆର୍‌ (ଡିଟେଲ୍‌ ପ୍ରୋଜେକ୍ଟ ରିପୋର୍ଟ) ପ୍ରସ୍ତୁତ କରାଯାଇଥିଲା । ମତ୍ସ୍ୟ ଯାନ୍ତ୍ରିକ ଖଣ୍ଡ ନିର୍ବାହୀ ଯନ୍ତ୍ରୀ ଓ ଜିଲା ମତ୍ସ୍ୟ ଅଧିକାରୀ ପ୍ରମୁଖ କ୍ଷେତ୍ର ପରିଦର୍ଶନ କରି କେଉଁଠି ମତ୍ସ୍ୟଚାଷ କରିବା ସମ୍ଭବ ସେହି ସ୍ଥାନ ଚିହ୍ନଟ କରିଥିଲେ। ଏହାପରେ ରାଜ୍ୟ ସରକାରଙ୍କ ପାଖକୁ ଡିପିଆର୍‌ ପଠାଯାଇଥିଲା। ଏଥିରେ ଦର୍ଶାଯାଇଥିଲା, ରଘୁନାଥପୁର ବ୍ଲକ ଅନ୍ତର୍ଗତ ସାଦେଇପୁରରୁ ରେଢୁଆ ପର୍ଯ୍ୟନ୍ତ ପାଖାପାଖି ୫ କିଲୋମିଟର ଲମ୍ବ କାଠଯୋଡି ନଦୀର ଶୁଷ୍କ ଅଂଶରେ ମାଛଚାଷ କରାଯାଇପାରିବ। ଫଳରେ ନିକଟବର୍ତ୍ତୀ ଅନ୍ୟ ୨ଟି ଗାଁ ଯଥା ତିହୁଡ଼ା ଓ ଗୋପାଳପୁରବାସୀ ମଧ୍ୟ ଉପକୃତ ହୋଇପାରିବେ । ନଦୀର ଶୁଷ୍କ ଅଂଶ ଓସାର ପାଖାପାଖି ୩୦୦ ମିଟର ହେବ। ଏହା କାଦୁଆ ଓ ଦଳପୂର୍ଣ୍ଣ । କିନ୍ତୁ ପାର୍ଶ୍ୱରେ ବିଜୁଳି ଓ ପିଚୁ ରାସ୍ତା ରହିଛି । ପ୍ରାଥମିକ ପର୍ଯ୍ୟାୟରେ ୭୫ ହେକ୍ଟର ଉନ୍ନତୀକରଣ କରାଯିବା ଆବଶ୍ୟକ। କୁଜଙ୍ଗ ବ୍ଲକ ଦେଇ ଯାଇଥିବା ବାଲିଆ ନଦୀର ଶୁଷ୍କଅଂଶ ମଧ୍ୟ ମାଛଚାଷ ପାଇଁ ଅନୁକୂଳ। କିନ୍ତୁ ପ୍ରାଥମିକ ପର୍ଯ୍ୟାୟରେ ୫୦ ହେକ୍ଟର ନଦୀ ଗର୍ଭ (୫ କିଲୋମିଟର ଦୈଘ୍ୟ ଓ ୨୦୦ ମିଟର ପ୍ରସ୍ଥ) ଉନ୍ନତୀକରଣର ଆବଶ୍ୟକତା ରହିଛି। ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବଡ଼ଙ୍ଗ, ବାଲିଆ, ପାରିଅଙ୍ଗା ଓ ପାଟପୁର ଗ୍ରାମବାସୀ ଉପକୃତ ହୋଇପାରିବେ। ସେହିପରି ଶୁଷ୍କ ଅଳକା ନଦୀର ବିରିଡ଼ି, ଜଗତ୍‌ସିଂହପୁର ଓ ନାଉଗାଁ ବ୍ଲକ ଅଞ୍ଚଳରେ ସର୍ବେକ୍ଷଣ କରାଯାଇଥିଲା। ଏଥିରୁ ଜଣାଯାଇଥିଲା, ବିରିଡ଼ି ବ୍ଲକ ଅନ୍ତର୍ଗତ ପୁରଣ ବସୁନ୍ଧରା ନିକଟରେ ପାଖାପାଖି ୩ ହେକ୍ଟର ନଦୀଶଯ୍ୟାରେ ପୋଖରୀ ହୋଇପାରିବ। ଏହା ହେଲେ ବାଲିଆ, କସ୍‌ପା, ଦଣ୍ଡିଲୋ ଓ ସଢ଼େଇ ଗ୍ରାମବାସୀ ଉପକୃତ ହୋଇପାରିବେ। ସେହିପରି ବାଲିକୁଦା ବ୍ଲକ ଇଚ୍ଛାପୁରରୁ ମଝିକୋରା ଭିତରେ ୨୫ ହେକ୍ଟର ଜମିରେ ମାଛଚାଷ ପାଇଁ ପୋଖରୀ କରାଯାଇପାରିବ। ଏହାଦ୍ୱାରା ଈଶ୍ୱରପୁର, ନାର୍ଦିଆ, ମଝିକୋରା ଓତିରା ଗ୍ରାମବାସୀ ଉପକୃତ ହେବେ। ସେହିପରି ଅଳକା ନଦୀର ପାର୍ଶ୍ୱବର୍ତ୍ତୀ ଜଗତ୍‌ସିଂହପୁର ବ୍ଲକର ରମ୍ଭାଦେଈପୁର, କେନ୍ଦାଳ ଓ ଜୋତ ଅଞ୍ଚଳରେ ଭବିଷ୍ୟତରେ ମତ୍ସ୍ୟଚାଷ ପାଇଁ ଯୋଜନା କରାଯାଇପାରିବ। ଶୁଷ୍କ ନଦୀଶଯ୍ୟାରେ କରାଯିବାକୁ ଥିବା ପୋଖରୀଗୁଡିକ ବିଶେଷକରି ୮୦ ଡେସିମିଲରୁ ୧ ଏକର ଭିତରେ (ପ୍ରତି ପୋଖରୀ) ହେବ । କିନ୍ତୁ ଯେଉଁଠି ନଦୀ ଓସାର ଅଧିକ, ସେ କ୍ଷେତ୍ରରେ ବଡ଼ ପୋଖରୀ କରାଯାଇପାରେ। ଏଗୁଡିକର ନିଲାମ କେବଳ ସ୍ବୟଂ ସହାୟକ ଗୋଷ୍ଠୀ ପିଏଫ୍‌ସିଏସ୍‌ (ପ୍ରାଇମେରୀ ଫିସରିଜ୍‌ କୋ-ଅପରେଟିଭ୍‌ ସୋସାଇଟି), ବଡ଼ଚାଷୀ ବା ଉଦ୍ୟୋଗୀ ନେଇପାରିବେ। ଡିପିଆର୍‌ ପାଇଲା ପରେ ରାଜ୍ୟ ସରକାର ଏ ସମ୍ପର୍କରେ ଅଧିକ ଅନୁଧ୍ୟାନ କରିବା ପାଇଁ ସିଆଇଏଫ୍‌ଆର୍‌ଆଇର ସହଯୋଗ ଚାହିଁଥିଲେ। ଏହି ମୁତାବକ ସିଆଇଏଫ୍‌ଆର୍‌ଆଇ ଟିମ୍‌ ଜଗତ୍‌ସିଂହପୁର ଗସ୍ତରେ ଆସି ଟେକ୍ନୋ ଇକୋନୋମିକ ଫିଜିବିଲିଟି ଷ୍ଟଡି କରିଥିଲେ। ଯୋଜନା କାର୍ଯ୍ୟକାରୀ ହେଲେ ସ୍ଥାନୀୟ ଅଞ୍ଚଳର ବହୁ ବେକାର ଯୁବକ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ଆଶା କରାଯାଉଥିଲା। ଜିଲା ପାଇଁ ଆବଶ୍ୟକ ମାଛକିଣା ପରିମାଣ କମିଯିବ। ହେଲେ ରାଜ୍ୟ ସରକାରଙ୍କ ନିକଟରେ ସିଆଇଏଫ୍‌ଆର୍‌ଆଇ ରିପୋର୍ଟ ଦାଖଲ କରିସାରିବା ପରେ ମଧ୍ୟ ଫାଇଲ ଘୁଞ୍ଚୁନି । ଏ ସମ୍ପର୍କରେ ଜିଲା ମତ୍ସ୍ୟ ଅଧିକାରୀ ସୁବ୍ରତ ଦାଶ କହିଛନ୍ତି, ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri