ଅସହାୟ ଅବସ୍ଥାରେ ୩ ଭଉଣୀ ଭାଇ

ଖଡ଼ିଆଳ,୨୦।୮(ସୁଜିତ୍‌ କୁମାର ପ୍ରଧାନ)ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଦୋହେଲପଡା ଗାଁର ନାଭ ରାଉତଙ୍କ ପରିବାରରେ ଦୁଃଖର ପାହାଡ଼ ପଡିଛି। ୩ ବର୍ଷ ତଳେ ରୋଗରେ ପଡ଼ି ସ୍ତ୍ରୀଙ୍କ ପରଲୋକ ପରେ ୩ କୁନି ଝିଅପୁଅକୁ ନେଇ ତାଙ୍କର ଅଭାବୀ ସଂସାର। ବଡ଼ ଝିଅ ଜେମତିଙ୍କୁ (୧୩), ଆଉ ଗୋଟିଏ ଝିଅ ଲିପିକା (୭) ଓ ସାନ ପୁଅ ଯୁବରାଜଙ୍କୁ ୪ ବର୍ଷ। ସ୍ତ୍ରୀ ନୁରଙ୍କ ମୃତ୍ୟୁ ପରେ ଦୁଃଖ କଷ୍ଟରେ ପୁଅ ଝିଅଙ୍କୁ ପାଳନ ପୋଷଣ କରୁଛନ୍ତି ନାଭ। ତାଙ୍କର ନା ଅଛି ଜମିବାଡ଼ି, ନା ଅଛି ଗାଁରେ କାମ କରିବାର ସୁଯୋଗ। ତେଣୁ ବଡ଼ଝିଅ ଜେମତିଙ୍କ ହାତରେ ଦୁଇ ଭଉଣୀଭାଇଙ୍କ ଦାୟିତ୍ୱ ଦେଇ ଦାଦନ ଖଟିବାକୁ ଯାଆନ୍ତି ନାଭ। କେବେ କେବେ ଆସି ସେମାନଙ୍କୁ ଦେଖି ଦେଇ ଯାଆନ୍ତି। ବାପାଙ୍କ ଅନୁପସ୍ଥିତିରେ ଜେମତି ଦୁଇ ଭଉଣୀଭାଇଙ୍କ ଦାୟିତ୍ୱ ନିଅନ୍ତି। ସେମାନଙ୍କ ସ୍ନାନ ଶୌଚ କରିବା ସହ ରାନ୍ଧି ଖୁଆଇ ଦିଅନ୍ତି। କେବେ କେବେ ଭୋକରେ ମଧ୍ୟ ଶୁଇ ଯାଆନ୍ତି ତିନିଜଣ। ବଡ଼ ଦୁଇ ଭଉଣୀ ପଢିବାକୁ ଯାଉ ନ ଥିବା ବେଳେ ସାନ ଯୁବରାଜ ଅଙ୍ଗନୱାଡି କେନ୍ଦ୍ର ଯାଏ। ନାଭ ୪ ବର୍ଷ ତଳେ ଆବାସ ଯୋଜନାରେ ଘର ଖଣ୍ଡେ ପାଇ ନିର୍ମାଣ ଆରମ୍ଭ କରିଥିଲେ, କିନ୍ତୁ ସ୍ତ୍ରୀ ରୋଗରେ ପଡିବା ପରେ ଘର କାମ ଆଉ ଆଗେଇଲାନି। ସେଥିପାଇଁ ନାଭଙ୍କ ବଡଭାଇଙ୍କ ଘରେ ୩ ଭାଇଭଉଣୀ ରହୁଛନ୍ତି। ବଡଭାଇଙ୍କ ପରିବାର ମଧ୍ୟ ଦାଦନ ଯାଇଛନ୍ତି। ରାଶନ କାର୍ଡରେ ମାତ୍ର ଦଶ କିଲୋଗ୍ରାମ ଚାଉଳ ମିଳେ। ଏତିକି ହିଁ ମାସକ ଚଳିବାର ସମ୍ବଳ ନାଭ ଓ ଜେମତିଙ୍କ ନାଁରେ ରାସନ ମିଳୁଥିବା ବେଳେ ଲିପିକା ଓ ଯୁବରାଜଙ୍କ ନାଁ ସଂଯୋଗ ହୋଇପାରିନି। ଗାଁରେ କର୍ମ ନିଯୁକ୍ତିର କୌଣସି ସୁବିଧା ନାହିଁ। ନାଭ ବାଧ୍ୟ ହୋଇ ଦାଦନ ଯାଆନ୍ତି। ତିନି ପୁଅ ଝିଅଙ୍କ ପାଇଁ ହୃଦୟ କାନ୍ଦୁଥିଲେ ମଧ୍ୟ ସେ ଛାତିକି ପଥର କରି ବାହାରେ ରହି କାମ କରନ୍ତି। ଦୋହେଲ ପଡା ସରପଞ୍ଚ ଦୀପିକା ବେହେରା ୩ଭାଇ ଭଉଣୀଙ୍କ ଥଇଥାନ ସକାଶେ ପ୍ରଶାସନ ନିକଟରେ ଦାବି କରିଥିବା ବେଳେ ବିଡ଼ିଓ ବିରସେନ ବେହେରା ସେମାନଙ୍କ ଥଇଥାନ ପାଇଁ ଜିଲା ଶିଶୁ ମଙ୍ଗଳ କମିଟି (ସିଡ୍ଲ୍ୟୁସି) ନୂଆପଡା ସହ କଥା ହେବେ ଓ ତାଙ୍କ ପରିବାରକୁ ଅନ୍ତ୍ୟଦୟ କାର୍ଡ ଯୋଗାଇ ଦେବେ ବୋଲି କହିଛନ୍ତି। ଗରିବଙ୍କ ପାଇଁ ସରକାର ଅନେକ ଯୋଜନା କରୁଥିବା ବେଳେ ନାଭଙ୍କ ପରିବାର ମଧ୍ୟ ଏବେ ସରକାରୀ ସହଯୋଗ ଅପେକ୍ଷାରେ। ତିନି ଭାଇ ଭଉଣୀଙ୍କୁ ଥଇଥାନ ସହ ଅନ୍ତ୍ୟଦୟ କାର୍ଡ ଖଣ୍ଡେ ଯୋଗାଇ ଦେଲେ ମଧ୍ୟ କିଛି ପରିମାଣରେ ଦୁଃଖ ତାଙ୍କର ଲାଘବ ହୋଇ ପାରନ୍ତା ବୋଲି ଗ୍ରାମବାସୀ କହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ନୂଆବର୍ଷରେ ମିଥୁନ ରାଶିରେ ଧନ ବର୍ଷା, ଶତ୍ରୁ ବନେଇବେ ସିଂହ ରାଶି; ୨୦୨୬ରେ ଧନୀ ହୋଇଯିବେ ଏହି ୫ରାଶି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନୂଆବର୍ଷ ୨୦୨୬ ଆରମ୍ଭରେ ଅନେକ ବଡ ଗ୍ରହ ଗୋଚର କରିବାକୁ ଯାଉଛନ୍ତି । ଏହାସହ, ଗୋଚର କରୁଥିବା ଏହି ଗ୍ରହମାନଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri