ଗଛ ତଳେ ନେଇଥିଲେ ଆଶ୍ରୟ, ହେଲା ବଜ୍ରପାତ

କୁଆଁରମୁଣ୍ଡା,୧୭।୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଏବଂ ଏହାର ଆଖପାଖ ଅଞ୍ଚଳରେ ଶୁକ୍ରବାର ଘଡଘଡି ସହ ପ୍ରବଳ ବର୍ଷ ହୋଇଥିଲା। ସେତିକିବେଳେ କୋଏଲ ନଦୀ ପାର୍ଶ୍ୱ ଚଇନପୁର ଗ୍ରାମର ୩ ଜଣ ବ୍ୟକ୍ତି ଏକ ବରଗଛ ତଳେ ଆଶ୍ରୟ ନେଇଥିବା ବେଳେ ବଜ୍ରପାତ ଘଟି ସେମାନେ ଗୁରୁତର ହୋଇଥିଲେ। ଆହତମାନେ ହେଲେ ଗୋପବନ୍ଧୁ ରାଉତ(୨୮), ଝମନ ବେହେରା(୫୨) ଓ ବାହ୍ନୁ ଠେଲା(୪୫)।

ବର୍ଷା ଛାଡିବା ପରେ ଗ୍ରାମବାସୀ ୩ଜଣଙ୍କୁ ଅଚେତ୍‌ ଅବସ୍ଥାରେ ଉଦ୍ଧାର କରି କୁଆଁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଚିକିତ୍ସା ପରେ ଗୋପବନ୍ଧୁ ଓ ବାହ୍ନୁ ସୁସ୍ଥ ଥିବା ବେଳେ ଝମନଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।