ଗଠନ ହେବ ୩ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ

ଭୁବନେଶ୍ୱର,୨୦ା୧୦(ଅନିଲ ଦାସ):ପୁରାତନ ଐତିହ୍ୟ, ସଂସ୍କୃତି, ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କୀର୍ତ୍ତିରାଜି ତଥା ଗ୍ରନ୍ଥାଗାରଗୁଡ଼ିକର ବିକାଶ ପାଇଁ ରାଜ୍ୟ ସରକାର ୩ଟି ନୂତନ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ଗଠନ କରିବେ। ସେଗୁଡ଼ିକ ହେଲା ଗ୍ରନ୍ଥାଗାର ନିର୍ଦ୍ଦେଶାଳୟ, ପ୍ରତ୍ନତତ୍ତ୍ୱ ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ସଂଗ୍ରହାଳୟ ନିର୍ଦ୍ଦେଶାଳୟ। ଉକ୍ତ ନିର୍ଦ୍ଦେଶାଳୟ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ କାର୍ଯ୍ୟ କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ଲୋକସେବା ଭବନଠାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକରେ ଉକ୍ତ ନିର୍ଦ୍ଦେଶାଳୟ ଗଠନକୁ ଅନୁମୋଦନ କରାଯାଇଛି।
ଐତିହ୍ୟ କ୍ୟାବିନେଟ୍‌ର ପ୍ରଥମ ବୈଠକ ନିଷ୍ପତ୍ତି ଅନୁଯାୟୀ ସର୍ବସାଧାରଣ ଗ୍ରନ୍ଥାଗାର ନିର୍ଦ୍ଦେଶାଳୟ ଗଠନକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ଦେଶର ବିଭିନ୍ନ ରାଜ୍ୟରେ ଗ୍ରନ୍ଥାଗାରଗୁଡ଼ିକର ପରିଚାଳନା ନିମିତ୍ତ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ରହିଛି। ରାଜ୍ୟ ସର୍ବସାଧାରଣ ଗ୍ରନ୍ଥାଗାର ନିର୍ଦ୍ଦେଶାଳୟ ଗଠନ ହେଲେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର, ବିଭିନ୍ନ ଜିଲାରେ ଥିବା ଜିଲା ଗ୍ରନ୍ଥାଗାର ଓ ବ୍ଲକସ୍ତରୀୟ ବିଭିନ୍ନ ଗ୍ରାମୀଣ ଗ୍ରନ୍ଥାଗାରଗୁଡ଼ିକର ସୁପରିଚାଳନା ହୋଇପାରିବ।
ଏହି ନୂତନ ନିର୍ଦ୍ଦେଶାଳୟ ନିମନ୍ତେ ଆବଶ୍ୟକ ପଦବୀ ସୃଷ୍ଟିକୁ ମଧ୍ୟ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ନିର୍ଦ୍ଦେଶାଳୟ ପାଇଁ ଗ୍ରନ୍ଥାଗାରିକ ସେବା ସଂବର୍ଗ ସୃଷ୍ଟି ସହିତ ସହକାରୀ ଗ୍ରନ୍ଥାଗାରିକ, ଉପଗ୍ରନ୍ଥାଗାରିକ, ସହନିର୍ଦ୍ଦେଶକ/ଗ୍ରନ୍ଥାଗାରିକ, ଉପନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ ତଥା ମୁଖ୍ୟ ଗ୍ରନ୍ଥାଗାରିକ, ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ଓ ସର୍ବସାଧାରଣ ଗ୍ରନ୍ଥାଗାର ନିର୍ଦ୍ଦେଶକ ଇତ୍ୟାଦି ପଦବୀ ସୃଷ୍ଟି କରାଯାଇଛି।
ଦ୍ୱିତୀୟ ଐତିହ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି ଅନୁଯାୟୀ ସ୍ବତନ୍ତ୍ର ପ୍ରତ୍ନତତ୍ତ୍ୱ ନିର୍ଦ୍ଦେଶାଳୟ ଗଠନ କରିବା ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି। ଓଡ଼ିଶାର ବହୁ ପୁରାତନ ମନ୍ଦିର ଓ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କୀର୍ତ୍ତିରାଜି ଆବିଷ୍କୃତ ହୋଇସାରିଥିବା ବେଳେ ଏବେ ମଧ୍ୟ ବିଭିନ୍ନ କୀର୍ତ୍ତିରାଜି ଆବିଷ୍କୃତ ହେଉଛି। ସ୍ବତନ୍ତ୍ର ରାଜ୍ୟ ପ୍ରତ୍ନତତ୍ତ୍ୱ ନିର୍ଦ୍ଦେଶାଳୟ ସ୍ଥାପନ ହେଲେ ଓଡ଼ିଶାର କୋଣ ଅନୁକୋଣରୁ ଆବିଷ୍କୃତ ପ୍ରତ୍ନତାତ୍ତ୍ୱିକ କୀର୍ତ୍ତିରାଜିଗୁଡିକର ସଂରକ୍ଷଣ ହୋଇପାରିବ। ଏହି ନୂତନ ନିର୍ଦ୍ଦେଶାଳୟ ନିମନ୍ତେ ଆବଶ୍ୟକ ପଦବୀ ସୃଷ୍ଟି ପାଇଁ ମଧ୍ୟ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ଏହି ନିର୍ଦ୍ଦେଶାଳୟ ପାଇଁ ସହକାରୀ ସଂଗ୍ରାହକ, ସଂଗ୍ରାହକ/ସହନିର୍ଦ୍ଦେଶକ, ଉପନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ ତଥା ଅଧୀକ୍ଷକ, ରାଜ୍ୟ ପ୍ରତ୍ନତତ୍ତ୍ବ ଓ ନିର୍ଦ୍ଦେଶକ ପଦବୀ ସୃଷ୍ଟି କରାଯାଇଛି। ଏହି ନିର୍ଦ୍ଦେଶାଳୟ ନିମନ୍ତେ ଏକ ସ୍ବତନ୍ତ୍ର ଯାନ୍ତ୍ରିକ ଶାଖା ମଧ୍ୟ ସୃଷ୍ଟି ହୋଇଛି। ଓଡ଼ିଶାରେ ବହୁ ପୁରାତନ ମନ୍ଦିର ତଥା ବିଭିନ୍ନ ସମୟର ପ୍ରତ୍ନତତ୍ତ୍ୱ କୀର୍ତ୍ତିରାଜି ଆବିଷ୍କୃତ ହୋଇଛି ଓ ବର୍ତ୍ତମାନ ମଧ୍ୟ ବିଭିନ୍ନ କୀର୍ତ୍ତିରାଜିର ଆବିଷ୍କାର ହେବାକୁ ଅଛି। ସେସବୁର ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ପୁନରୁଦ୍ଧାର ନିମିତ୍ତ ଏହି ସ୍ବତନ୍ତ୍ର ନିର୍ଦ୍ଦେଶାଳୟ କାର୍ଯ୍ୟ କରିବ।
ସେହିପରି ତୃତୀୟ ଐତିହ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି ଅନୁଯାୟୀ ସ୍ବତନ୍ତ୍ର ସଂଗ୍ରହାଳୟ (ମ୍ୟୁଜିୟମ) ନିର୍ଦ୍ଦେଶାଳୟ ଗଠନ କରିବା ପ୍ରସ୍ତାବକୁ ମଧ୍ୟ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ କରିଛି। ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଆନ୍ଧ୍ର ପ୍ରଦେଶ ଭଳି ରାଜ୍ୟରେ ସଂଗ୍ରହାଳୟଗୁଡ଼ିକର ପରିଚାଳନା ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ରହିଛି। ସେହିପରି ଓଡ଼ିଶାର ବିଭିନ୍ନ ସମୟରେ ଆବିଷ୍କୃତ ସମୃଦ୍ଧ ଐତିହାସିକ, ସାଂସ୍କୃତିକ, କଳା କୀର୍ତ୍ତିରାଜିଗୁଡିକର ସଂରକ୍ଷଣ ଏବଂ ଏହା ଉପରେ ଗବେଷଣା ଓ ପ୍ରଚାର ନିମିତ୍ତ ଏକ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ଗଠନର ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ସଂଗ୍ରହାଳୟ ନିମିତ୍ତ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନୂତନ ନିର୍ଦ୍ଦେଶାଳୟ ନିମନ୍ତେ ନୂତନ ପଦବୀ ସୃଷ୍ଟି ପାଇଁ ମଧ୍ୟ କ୍ୟାବିନେଟ ଅନୁମୋଦନ ମିଳିଛି। ଏହି ନିର୍ଦ୍ଦେଶାଳୟ ସହକାରୀ ସଂଗ୍ରାହକ, ସଂଗ୍ରାହକ/ ସହ-ନିର୍ଦ୍ଦେଶକ, ଉପ ନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ ତଥା ଅଧୀକ୍ଷକ, ରାଜ୍ୟ ସଂଗ୍ରହାଳୟ ଓ ସଂଗ୍ରହାଳୟ ନିର୍ଦ୍ଦେଶକ ପଦବୀ ସୃଷ୍ଟି ହେବ। ଏହା ଦ୍ୱାରା ରାଜ୍ୟର କଳା, ଭାସ୍କର୍ଯ୍ୟ ଓ ଐତିହ୍ୟଗୁଡିକର ସୁଚାରୁରୂପେ ସଂରକ୍ଷଣ, ପରିଚାଳନା ଓ ଗବେଷଣା ସହ ଉପଯୁକ୍ତ ପ୍ରଚାର ହୋଇପାରିବ।
ଏଥିସହିତ ରାଜ୍ୟ ସରକାର ରାଜ୍ୟରେ ସାର ସଂଗ୍ରହ ଓ ଆଗୁଆ ମହଜୁଦ ପାଇଁ କର୍ପସ ପାଣ୍ଠିର ପରିମାଣ ବୃଦ୍ଧି କରିଛନ୍ତି। ଓଡ଼ିଶା ରାଜ୍ୟ ସମବାୟ ବିପଣନ ମହାସଂଘ ଏବଂ ଓଡ଼ିଶା କୃଷି ଶିଳ୍ପ ନିଗମ ଜରିଆରେ ରାଜ୍ୟର ମୋଟ ଆବଶ୍ୟକତାର ପ୍ରାୟ ୨୦ରୁ ୨୫ ପ୍ରତିଶତ ସାର ମହଜୁଦ କରାଯାଉଛି। ଏଥିପାଇଁ ଏହି ଦୁଇ ସଂସ୍ଥାକୁ ପ୍ରତି ବର୍ଷ ଯଥାକ୍ରମେ ୯୦ କୋଟି ଟଙ୍କା ଏବଂ ୧୦ କୋଟି ଟଙ୍କାର କର୍ପସ ପାଣ୍ଠି ବିନା ସୁଧରେ ରାଜ୍ୟ ସରକାରଙ୍କ ଦ୍ବାରା ଯୋଗାଇ ଦିଆଯାଉଛି। ରାଜ୍ୟରେ ସାରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୦୨୪-୨୫ ବର୍ଷଠାରୁ ଓଡ଼ିଶା ରାଜ୍ୟ ସମବାୟ ବିପଣନ ମହାସଂଘ ପାଇଁ ଥିବା କର୍ପସ ପାଣ୍ଠିର ପରିମାଣ ପ୍ରତି ବର୍ଷ ୯୦ କୋଟିରୁ ୧୫୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ସମବାୟ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ କରିଛି। ଏଥିସହିତ ଓଡ଼ିଶା କୃଷି ଶିଳ୍ପ ନିଗମ ପାଇଁ ଥିବା କର୍ପସ ପାଣ୍ଠିର ବ୍ୟବସ୍ଥାକୁ ବନ୍ଦ କରାଯାଇଛି। ଏହି ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ କ୍ୟାବିନେଟ୍‌ ଆସନ୍ତା ୫ବର୍ଷ (୨୦୨୩-୨୪ରୁ ୨୦୨୭-୨୮) ପାଇଁ ୭୦୦ କୋଟି ଟଙ୍କାର ଆନୁମାନିକ ବ୍ୟୟ ଅଟକଳକୁ ମଧ୍ୟ ମଞ୍ଜୁରୀ ଦେଇଛି। କର୍ପସ ପାଣ୍ଠି ବୃଦ୍ଧି ଦ୍ବାରା ରାଜ୍ୟର ସମୁଦାୟ ଆବଶ୍ୟକତାର ୫୦ ପ୍ରତିଶତ ସାର ଓଡ଼ିଶା ରାଜ୍ୟ ସମବାୟ ବିପଣନ ମହାସଂଘ ଜରିଆରେ ପ୍ରତି ବର୍ଷ ଆଗୁଆ ମହଜୁଦ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଏହି ସାରକୁ ରାଜ୍ୟର ଚାଷୀମାନଙ୍କୁ ଠିକ୍‌ ସମୟରେ ଏବଂ ଉପଯୁକ୍ତ ମୂଲ୍ୟରେ ପଞ୍ଜୀକୃତ ଖୁଚୁରା ବ୍ୟବସାୟୀ, ମୁଖ୍ୟତଃ ସମବାୟ ସମିତି ମାଧ୍ୟମରେ ଯୋଗାଇ ଦିଆଯାଇପାରିବ।
ଆଗାମୀ ୫ ବର୍ଷ ପାଇଁ ସଘନ କୃଷି କାର୍ଯ୍ୟକ୍ରମ ସହିତ ବିଲୁପ୍ତପ୍ରାୟ ଫସଲର ପୁନରୁଦ୍ଧାର କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରିବା ପାଇଁ ରାଜ୍ୟ ସରକାର ୪୮୧୯୪.୦୮ ଲକ୍ଷ ଟଙ୍କା ବ୍ୟୟବରାଦ କରିଛନ୍ତି। କୃଷି ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି।
ଏହି ଯୋଜନାକୁ ବୈଜ୍ଞାନିକ ଏବଂ ପ୍ରଗତିଶୀଳ ଉପାୟରେ କାର୍ଯ୍ୟକାରୀ କରାଯିବ। ଏହା ଡାଲି, ତୈଳବୀଜ, ଫାଇବର (କପା ଓ ଝୋଟ) ଓ ମକା ଫସଲର ଆୟତନ, ଉତ୍ପାଦନ ଏବଂ ଉତ୍ପାଦକତା ବୃଦ୍ଧିରେ ସହାୟକ ହେବ। ଏହା କୃଷକ ଉତ୍ପାଦକ ସଂଗଠନ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ଆଗ୍ରହୀ କୃଷକ ଗୋଷ୍ଠୀ ମାଧ୍ୟମରେ ଉତ୍ପାଦର ବଜାରରେ ବିକ୍ରିବଟା, ଏକକୀକରଣ, ପ୍ରାଥମିକ ପ୍ରକ୍ରିୟାକରଣ ଏବଂ ବଜାର ସଂଯୋଗୀକରଣ ଦ୍ବାରା କୃଷିକୁ ଲାଭଜନକ କରିବା ସହ କୃଷକର ଆର୍ଥିକ ମାନଦଣ୍ଡ ବୃଦ୍ଧି କରିବାରେ ସହାୟକ ହେବ। ନୂତନ ଭାବେ କାର୍ଯ୍ୟକାରୀ କରାଯାଇଥିବା ‘ମୁଖ୍ୟମନ୍ତ୍ରୀ ମକା ମିଶନ’କୁ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଏହାଦ୍ୱାରା ରାଜ୍ୟରେ ମକାର ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି ପାଇବ। ଏହାକୁ ମୂଲ୍ୟଯୁକ୍ତ କରାଯିବା ସହ ବଜାରୀକରଣର ସୁବିଧା ଉପଲବ୍ଧ କରାଯାଇପାରିବ। ଏହା ଗ୍ରାମାଞ୍ଚଳରେ ରୋଜଗାର ଯୋଗାଇବା ସହ କୃଷି ଓ ସହଯୋଗୀ କ୍ଷେତ୍ରରେ ରାଜ୍ୟର କୃଷକଙ୍କ ଆୟ ବୃଦ୍ଧିରେ ସହାୟକ ହୋଇପାରିବ। ଏହାଦ୍ବାରା କୃଷି କ୍ଷେତ୍ରର ଦ୍ରୁତ ଆଧୁନିକୀରଣ ହେବ ଏବଂ କୃଷି କ୍ଷେତ୍ରରେ ନୂତନ ପ୍ରଯୁକ୍ତି ପଦ୍ଧତିର ବିନିଯୋଗ ହେବ। ଏଥିସହିତ କ୍ୟାବିନେଟ୍‌ ବୈଠକରେ ମୋଟ ୧୬ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୧ ପଦକ ଜିତିଲେ ଗଞ୍ଜାମର ୩ ଖେଳାଳି, ଛୁଟୁଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୩୦।୩ (ଦିଲ୍ଲୀପ ସାମଲ): ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ଦ୍ୱିତୀୟ ଜାତୀୟ ପାରା ଅସିଚାଳନା ପ୍ରତିଯୋଗିତାରେ ଦଶରୁ ଅଧିକ ପଦକ ଜିତିଛନ୍ତି ଗଞ୍ଜାମର ୩ ଖେଳାଳି। ଛତ୍ରପୁର ଗିଲିଟିପେଟା…

ଟ୍ରମ୍ପଙ୍କ ହୃଦୟ ଭାଙ୍ଗିଲେ ନେତାନ୍ୟାହୁ! ଇସ୍ରାଏଲ ଘୋଷଣା କରି କହିଲା….

ନୂଆଦିଲ୍ଲୀ,୩୦ା୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଇସ୍ରାଏଲ ଆମେରିକାକୁ ଏକ ବଡ଼ ଧୋକା ଦେଇଛି। ଇସ୍ରାଏଲ ସ୍ପଷ୍ଟ ଭାବରେ କହିଛି ଯେ ଏହାର ସେନା ଗ୍ରାଉଣ୍ଡ…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

ହୋମଗାର୍ଡ ପରୀକ୍ଷାରେ ଆସିଲା ଦୁର୍ନୀତି ଅଭିଯୋଗ: ଏସ୍‌ପିଙ୍କୁ ତଦନ୍ତ ପାଇଁ ଦାବିପତ୍ର ପ୍ରଦାନ କଲେ ପ୍ରାର୍ଥୀ

ଛତ୍ରପୁର,୩୦।୩ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ହୋମଗାର୍ଡ ପରୀକ୍ଷାରେ ମହାଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି। ଗଞ୍ଜାମ ଜିଲାର ବିଭିନ୍ନ ଥାନା ଅଧୀନରେ ଫର୍ମପୂଣର କରି ପରୀକ୍ଷା…

ହେମସାଗର ଭୋଇ ହେଲେ ପଦ୍ମପୁର ନୂତନ ଉପଜିଲାପାଳ

ପଦ୍ମପୁର,୩୦।୩( ପ୍ରଦୀପ୍ତ ଦାଶ ): ପଦ୍ମପୁର ଉପଖଣ୍ଡରେ ନୂତନ ଉପଜିଲାପାଳ ଭାବେ ହେମସାଗର ଭୋଇଙ୍କୁ ନିଯୁକ୍ତି ଦିଆଯାଇଛି। ଏନେଇ ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ…

୩୧ରେ ସରିଯିବ ଧାନ ସଂଗ୍ରହ ପ୍ରକ୍ରିୟା, ବିକ୍ରି ଅପେକ୍ଷାରେ ହଜାର ହଜାର ବସ୍ତା ଧାନ

ବରଗଡ଼,୩୦।୩(ପ୍ରେମାନନ୍ଦ ଖମାରୀ): ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିବାକୁ ଆଉମାତ୍ର ୨ଦିନ ବାକି। ଆସନ୍ତା ୩୧ତାରିଖରେ ଏହି ପ୍ରକ୍ରିୟା ଶେଷ ହୋଇଯିବ। ଅନ୍ୟପଟେ ଏବେ ମଧ୍ୟ ବରଗଡ଼…

ହଷ୍ଟେଲରେ ଖାଇବା ପରେ ବିଗିଡ଼ିଲା ଛାତ୍ରୀଙ୍କ ସ୍ବାସ୍ଥ୍ୟ, ହସ୍ପିଟାଲରେ ଭର୍ତ୍ତି ହେଲେ ୧୫

ମୋରଡ଼ା,୩୦।୩(ସ୍ମାରକ ମାଜୀ): କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୧୫ ଜଣ ଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri