୩ ରାଜସ୍ବ ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ

କେନ୍ଦ୍ରାପଡ଼ା ଅଫିସ, ୨୮ା୩:କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗଁା ପଞ୍ଚାୟତର କଣ୍ଠିଆନାଳ ଉପରେ ସେତୁ ନିର୍ମାଣ ଦୀର୍ଘ ୧୭ ବର୍ଷ ତଳେ ଆରମ୍ଭ ହୋଇଥିଲା। ତାହା ଅଦ୍ୟାବଧି ଶେଷ ହୋଇନାହିଁ। ଆଗକୁ ବର୍ଷାଋତୁ ଆସୁଥିବାରୁ ଏହି ପଞ୍ଚାୟତର ୩ ରାଜସ୍ବ ଗ୍ରାମବାସୀ ମୌଳିକ ସୁବିଧା ମିଳିବା ନେଇ ଆଶଙ୍କାରେ ଅଛନ୍ତି। ତୁରନ୍ତ ସେତୁ ନିର୍ମାଣ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ସୋମବାର ଦାବି କରିଛନ୍ତି।
ଏ ସମ୍ପର୍କରେ ସିଂହଗଁା ଗ୍ରାମର ହରିହର ଜେନା କହିଛନ୍ତି, ସହରଠାରୁ ସିଂହଗଁା ମାତ୍ର ୨୬ କି.ମି. ଦୂର। ସିଂହଗଁାର ପ୍ରସୂତିଙ୍କ ପାଇଁ ୧୦୨ ଆମ୍ବୁଲାନ୍ସ ସେବା ଏବେ ବି ଅପହଞ୍ଚ। ଗର୍ଭବତୀଙ୍କୁ ଭାର ସାହାଯ୍ୟରେ ୧୦ କି.ମି. ଦୂର ଅଣ୍ଡରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଥବା ୨୨ କି.ମି. ଦୂର ଆଳି ସିଏଚ୍‌ସିକୁ ନିଆଯାଉଛି। ସିଂହଗଁା, ରାଉଳିଆଢ଼ିଆ ଓ କୃଷ୍ଣଦାସପୁର ରାଜସ୍ବ ଗ୍ରାମରେ ନିଅଁା ଲାଗିଲେ ଅଗ୍ନିଶମ ଗାଡ଼ି ପହଞ୍ଚତ୍ପାରୁନାହିଁ। କେବଳ ଏତିକି ନୁହେଁ, ଏହି ୩ ରାଜସ୍ବ ଗ୍ରାମର ଛାତ୍ରୀଛାତ୍ର ନିକଟସ୍ଥ ବ୍ରାହ୍ମଣୀ କଲେଜକୁ ଯିବା ପାଇଁ କଣ୍ଠିଆନାଳ ବାଧା ସୃଷ୍ଟି କରୁଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ବୟ ଅଭାବରୁ ସିଂହଗଁା ସେତୁ ନିର୍ମାଣ ହୋଇପାରୁନାହିଁ। ଗ୍ରାମର ରମେଶ ଚନ୍ଦ୍ର ଜେନା କହିଛନ୍ତି, ୨୦୦୮ ମସିହାରେ ଭାରତୀୟ ଅନ୍ତର୍ଦେଶୀୟ ଜଳପଥ ପ୍ରାଧିକରଣ ଅଧୀନରେ ଥିବା ୬୨୩ କି.ମି. ଲମ୍ବର ୫ ନଂ. ଜାତୀୟ ଜଳପଥ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିଲା। ବ୍ରାହ୍ମଣୀ ନଦୀର ତାଳଚେରଠାରୁ ଧାମରା ପର୍ଯ୍ୟନ୍ତ ପ୍ରାଥମିକ ପର୍ଯ୍ୟାୟରେ ଉପଯୋଗୀ ପାଇଁ ଅର୍ଥ ମଞ୍ଜୁରୀ ଦିଆଯାଇଛି। ଏହି ଜଳପଥ ପ୍ରକଳ୍ପ କେତେକ କାରଣରୁ ନିର୍ମାଣ ବନ୍ଦ ହୋଇଥିବା ବେଳେ ଉଭୟ ସରକାରଙ୍କ ସମନ୍ବୟ ଅଭାବରୁ ଏହାର ଅଗ୍ରଗତି ହୋଇପାରୁନାହିଁ। ଏହି ଜଳପଥ ମଧ୍ୟରେ ସିଂହଗଁା କଣ୍ଠିଆନାଳ ଅନ୍ତର୍ଭୁକ୍ତ ହୋଇଛି। ଏଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୦୮ରେ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ଏହି ସେତୁ ନିର୍ମାଣ ସମୟରେ ଜାତୀୟ ଜଳପଥ ଅନ୍ତର୍ଭୁକ୍ତ ହେବାରୁ ତାହା ବନ୍ଦ ହୋଇଛି। ଜାତୀୟ ଜଳପଥ ନିର୍ମାଣର ଅହେତୁକ ବିଳମ୍ବ ଏବେ ଜିଲାର ଏହି ଧୋୟାଞ୍ଚଳବାସୀଙ୍କ ପାଇଁ କାଳ ସାଜିଛି। ସିଂହଗଁାର ପୂର୍ବତନ ସରପଞ୍ଚ ନିର୍ମଳ ଚନ୍ଦ୍ର ମଲ୍ଲିକ କହିଛନ୍ତି, ଏହି ସେତୁ ନିର୍ମାଣ ପରେ ୩ ରାଜସ୍ବ ଗ୍ରାମର ୩୦୦୦ରୁ ଅଧିକ ଅଧିବାସୀଙ୍କ ସମସ୍ୟାର ସମାଧାନ ହେବ। କେନ୍ଦ୍ରାପଡ଼ା ସଦରକୁ ରାସ୍ତା ମିଳିବା ସହ କେନ୍ଦ୍ରାପଡ଼ା ଓ ଯାଜପୁର ଜିଲାର ସଂଯୋଗ ହେବ। ୨୦୦୮ରେ ସେତୁ ନିର୍ମାଣ ପାଇଁ ଜମି ସମସ୍ୟା ଦେଖା ଦେଇଥିଲା। ୨୦୧୨ ମସିହାରେ ସରପଞ୍ଚ ଦାୟିତ୍ୱ ନେବା ପରେ ସ୍ଥାନୀୟ ଲୋକଙ୍କ ସହ ବୁଝାମଣା କରି ଜମି ଅଧିଗ୍ରହଣ ସମସ୍ୟାର ସମାଧାନ ହୋଇଛି। ଏହାପରେ ସେତୁ ନିର୍ମାଣ ବିଳମ୍ବକୁ ବରଦାସ୍ତ କରା ନ ଯାଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାରମ୍ବାର ଆନ୍ଦୋଳନ ହୋଇଛି। କଣ୍ଠିଆନାଳରେ ଏବେ କୁମ୍ଭୀର ଆତଙ୍କ ଦେଖାଦେଇଛି। ସେତୁ ନିର୍ମାଣ ହୋଇଥିଲେ ସ୍ଥାନୀୟ ଲୋକଙ୍କ କୁମ୍ଭୀର ଆତଙ୍କ କମିଥାନ୍ତା। ତୁରନ୍ତ ସେତୁ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ସେ ଦାବି କରିଛନ୍ତି। ପୂର୍ବତନ ସରପଞ୍ଚ ଜୟନ୍ତୀ ଦାସ କହିଛନ୍ତି, ସିଂହଗଁା ସେତୁ ନିର୍ମାଣ ବିଳମ୍ବ ଯୋଗୁ ପଞ୍ଚାୟତର ଉନ୍ନୟନ କାର୍ଯ୍ୟକୁ ବାଧା ସୃଷ୍ଟି କରିଛି। ଆବାସ ଯୋଜନାଠାରୁ ଆରମ୍ଭକରି ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ୟୁତ୍‌, ପାନୀୟ ଜଳ ଆଦି ମୌଳିକ ସୁବିଧା ଲୋକଙ୍କ ପାଇଁ କାର୍ଯ୍ୟକାରୀ ହୋଇପାରୁନାହିଁ। ଜଳପଥ ପ୍ରକଳ୍ପ ବନ୍ଦ ହୋଇଥିବାରୁ ରାଜ୍ୟ ସରକାର ଏହି ସେତୁ ନିର୍ମାଣକୁ ଗୁରୁତ୍ୱ ଦେବା କଥା। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଉଛି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ସେତୁ ପାଇଁ ପ୍ରାଥମିକ ଅବସ୍ଥାରେ ବାଧା ସୃଷ୍ଟି କରୁଥିବା ଜମି ସମସ୍ୟାର ସମାଧାନ ହୋଇଛି। ଏହି ସ୍ଥାନ ଦେଇ ଜାତୀୟ ଜଳପଥ ଯାଉଥିବାରୁ ସିଂହଗଁା ସେତୁ ନିର୍ମାଣ ବିଳମ୍ବ ହୋଇଛି। ତେବେ ଏହାର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri