Posted inଜାତୀୟ

କମିଟିରେ ୩ ଅବସରପ୍ରାପ୍ତ ମହିଳା ବିଚାରପତି

ନୂଆଦିଲ୍ଲୀ,୮ା୮: ମଣିପୁରରେ ୩ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଜାତିଆଣ ହିଂସା ଲାଗିରହିଥିବାବେଳେ ଏଥିରେ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଏବଂ ସହାୟତା ଦେବା ସମ୍ପର୍କରେ ଅନୁଧ୍ୟାନ କରିବା ଲାଗି ସୁପ୍ରିମକୋର୍ଟ ସୋମବାର ଏକ ୩ ଜଣିଆ କମିଟି ଗଠନ କରିଛନ୍ତି। କମିଟିରେ ହାଇକୋର୍ଟର ୩ ପୂର୍ବତନ ମହିଳା ବିଚାରପତି ରହିଛନ୍ତି। ସେହିପରି ଆପରାଧିକ ମାମଲାଗୁଡ଼ିକର ତଦନ୍ତକୁ ତଦାରଖ କରିବା ପାଇଁ ମହାରାଷ୍ଟ୍ରର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଦତ୍ତାତ୍ରେୟ ପଡ୍‌କାଲଗିକରଙ୍କୁ ସର୍ବୋଚ୍ଚ ଅଦାଲତ ଦାୟିତ୍ୱ ଦେଇଛନ୍ତି। ହିଂସାଗ୍ରସ୍ତ ରାଜ୍ୟରେ ଆଇନର ଶାସନ ପ୍ରତି ଲୋକଙ୍କ ଆସ୍ଥା ଫେରାଇଆଣିବା ଲାଗି ଅଦାଲତ ଉଦ୍ୟମ କରିଛନ୍ତି। ସମୁଦାୟ ସ୍ଥିତି ଅନୁଧ୍ୟାନ ଲାଗି ସର୍ବୋଚ୍ଚ ଅଦାଲତ ନିଷ୍ପତ୍ତି ନେଇଛନ୍ତି। ୩ ଜଣିଆ କମିଟି ସିଧାସଳଖ ସୁପ୍ରିମକୋର୍ଟଙ୍କୁ ତାଙ୍କ ରିପୋର୍ଟ ଦେବେ।
ଜମ୍ମୁ-କଶ୍ମୀର ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଗୀତା ମିତ୍ତଲ କମିଟିର ନେତୃତ୍ୱ ନେବାକୁ ଥିବାବେଳେ ବମ୍ବେ ହାଇକୋର୍ଟର ପୂର୍ବତନ ବିଚାରପତି ଶାଲିନୀ ପି ଜୋଷୀ ଏବଂ ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଆଶା ମେନନ ଏହାର ସଦସ୍ୟ ଅଛନ୍ତି। ସୀମାନ୍ତ ରାଜ୍ୟ ମଣିପୁରରେ ହିଂସାଜନିତ ଆତଙ୍କ ବଢ଼ିବାରେ ଲାଗିଛି। ଅଧିକରୁ ଅଧିକ ଲୋକଙ୍କ ଜୀବନ ଯିବା ସହ ପୋଡ଼ାଜଳା ଓ ଅଶାନ୍ତି ଲାଗିରହିଥିବା ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଜେ.ବି. ପର୍‌ଡିଓ୍ବାଲା ଏବଂ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ। ହିଂସାକାଣ୍ଡ ବେଳେ ଦୁଇଜଣ ଆଦିବାସୀ ମହିଳାଙ୍କୁ ଉଲଗ୍ନ ପରେଡ୍‌ କରାଇବାର ଭିଡିଓ ଅତ୍ୟନ୍ତ ବ୍ୟଥିତ କରିଛି। ସେଥିପାଇଁ ହିଂସା ପ୍ରଭାବିତ ଲୋକମାନଙ୍କୁ ସହାୟତା ଓ ଥଇଥାନର ଅନୁଧ୍ୟାନ ନିମନ୍ତେ ପୂର୍ବତନ ମହିଳା ବିଚାରପତିମାନଙ୍କୁ ନେଇ ଗଠିତ କମିଟିକୁ ଦାୟିତ୍ୱ ଦିଆଯାଇଥିବା ଖଣ୍ଡପୀଠ କହିଥିଲେ। ଉକ୍ତ କମିଟି ରିଲିଫ କ୍ୟାମ୍ପଗୁଡ଼ିକୁ ଯାଇ ସେଠାର ସ୍ଥିତି ଅନୁଧ୍ୟାନ କରିବ। ସେମାନଙ୍କ ସହାୟତା ପାଇଁ କ’ଣ ପଦକ୍ଷେପ ନିଆଯାଇପାରିବ, ପୁନର୍ବାସନ, କ୍ଷତିପୂରଣ ଏବଂ ଗୃହ ଓ ଉପାସନା ସ୍ଥଳଗୁଡ଼ିକର ପୁନଃନିର୍ମାଣ ସମ୍ପର୍କରେ କମିଟି ସର୍ବୋଚ୍ଚ ଅଦାଲତଙ୍କୁ ପ୍ରସ୍ତାବ ଦେବ।
ହିଂସାକାଣ୍ଡର ତଦନ୍ତ ସମ୍ପର୍କରେ ଖଣ୍ଡପୀଠ କହିଥିଲେ, ୧୧ଟି ଏତଲା ସିବିଆଇକୁ ହସ୍ତାନ୍ତର କରାଯାଇଛି। ରାଜ୍ୟ ସରକାରଙ୍କର ତଦନ୍ତକାରୀ ସଂସ୍ଥା ରହିଥିବାରୁ ଆମେ ସିବିଆଇକୁ ଅଧିକ ମାମଲା ଦେବାକୁ ଚାହୁଁନାହୁଁ। ଆସ୍ଥା ବଢ଼ାଇବା ପାଇଁ ବିଭିନ୍ନ ରାଜ୍ୟରୁ ୫ ଜଣ ଡିଏସ୍‌ପି କ୍ୟାଡରର ଅଫିସରଙ୍କୁ ତଦନ୍ତରେ ସହାୟତା ପାଇଁ ସିବିଆଇକୁ ଡେପୁଟେଶନରେ ପଠାଇବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଫିସରମାନେ ସିବିଆଇ ପ୍ରଶାସନ ଅଧୀନରେ କାର୍ଯ୍ୟ କରିବେ ଏବଂ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଜଣେ ଯୁଗ୍ମ ନିର୍ଦ୍ଦେଶକ ପାହ୍ୟାର ଅଫିସର ସେମାନଙ୍କୁ ତଦାରଖ କରିପାରିବେ ବୋଲି କୋର୍ଟ କହିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆଟର୍ନି ଜେନେରାଲ ଆର୍‌. ଭେଙ୍କଟରମଣୀ ଏବଂ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଉପସ୍ଥିତ ରହି ସିବିଆଇକୁ ଦିଆଯାଇ ନ ଥିବା ମାମଲାଗୁଡ଼ିକର ତଦନ୍ତ ପାଇଁ ୪୨ଟି ଏସ୍‌ଆଇଟି ଗଠନ କରାଯାଇଥିବା ଅଦାଲତଙ୍କୁ ଅବଗତ କରାଇଥିଲେ। ମଣିପୁର ପୋଲିସକୁ ସହାୟତା ନିମନ୍ତେ ପ୍ରତି ଏସ୍‌ଆଇଟି ପାଇଁ ଅନ୍ୟ ରାଜ୍ୟରୁ ଜଣେ ଲେଖାଏ ଇନ୍ସପେକ୍ଟର ଡେପୁଟେଶନରେ ଆଣିବାକୁ ଖଣ୍ଡପୀଠ ପରାମର୍ଶ ଦେଇଥିଲେ। ଏସ୍‌ଆଇଟିଗୁଡ଼ିକର ତଦନ୍ତର ତଦାରଖ ବାହାର ରାଜ୍ୟର ୬ ଜଣ ଡିଆଇଜି ପାହ୍ୟାର ଅଫିସରଙ୍କ ଦ୍ୱାରା କରାଯିବା ଆବଶ୍ୟକ ବୋଲି ଖଣ୍ଡପୀଠ କହିଥିଲେ। ଶୁଣାଣି ସମୟରେ ମଣିପୁର ମୁଖ୍ୟ ଶାସନ ସଚିବ ବିନୀତ ଜୋଷୀ ଏବଂ ପୋଲିସ ଡିଜି ରାଜୀବ ସିଂ ଉପସ୍ଥିତ ଥିଲେ।

ମଣିପୁରର କଂଗ୍ରେସ ନେତାଙ୍କୁ ଭେଟିଲେ ସୋନିଆ, ରାହୁଲ

ମଣିପୁରରୁ ଆସିଥିବା କଂଗ୍ରେସ ନେତାମାନଙ୍କ ସହ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଏମ୍‌ପି ରାହୁଲ ଗାନ୍ଧୀ ସୋମବାର ଭେଟି ରାଜ୍ୟ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ମଣିପୁରର କଂଗ୍ରେସ ନେତାମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ. ଇବୋବି ସିଂ, ଦଳର ରାଜ୍ୟ ସଭାପତି କେ. ମେଘଚନ୍ଦ୍ର ସିଂ ପ୍ରମୁଖ ଥିଲେ। ପାର୍ଲାମେଣ୍ଟର କଂଗ୍ରେସ ସଂସଦୀୟ ଦଳ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ କଂଗ୍ରେସ ସାଧାରଣ ସମ୍ପାଦକ (ସଂଗଠନ) କେ.ସି. ବେଣୁଗୋପାଳ ମଧ୍ୟ ଉପସ୍ଥିତ ଥିଲେ। ମଣିପୁରରେ ମେ’ ୩ରୁ ଜାତିଆଣ ହିଂସା ଲାଗିରହିଥିବାବେଳେ ଏଥିରେ ୨୦୦ ଲୋକଙ୍କ ମୃତ୍ୟୁ ହେବା ସହ ୬୦ ହଜାର ଲୋକ ଘରଦ୍ୱାର ଛାଡ଼ି ଅନ୍ୟତ୍ର ଆଶ୍ରୟ ନେଇଛନ୍ତି। ରାଜ୍ୟରେ ଶାନ୍ତି ଓ ସ୍ବାଭାବିକ ସ୍ଥିତି ଫେରାଇଆଣିବା ଦିଗରେ କ’ଣ ପଦକ୍ଷେପ ନିଆଯାଇଛି ପ୍ରଧାନମନ୍ତ୍ରୀ ପାର୍ଲାମେଣ୍ଟରେ ବିବୃତି ରଖନ୍ତୁ ବୋଲି କଂଗ୍ରେସ ଦାବି କରିଆସୁଛି।
ଅନ୍ୟପକ୍ଷରେ ମଣିପୁରର ଆଦିବାସୀ ସଂଗଠନ ଆଇଟିଏଲ୍‌ଏଫ୍‌ର ପ୍ରତିନିଧି ମଙ୍ଗଳବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ଏହି ପ୍ରତିନିଧି ଦଳ କୁକି-ଜୋ ସମ୍ପ୍ରଦାୟଙ୍କ ପାଇଁ ଅଲଗା ରାଜନୈତିକ ପ୍ରଶାସନ, ହିଂସାରେ ପ୍ରାଣ ହରାଇଥିବା କୁକି-ଜୋ ସଦସ୍ୟମାନଙ୍କ ନିମନ୍ତେ ଚୁରାଚାନ୍ଦପୁର ଜିଲାରେ ଏକ ଗଣସମାଧିସ୍ଥଳ ନିର୍ମାଣ ସମେତ ୫ଟି ଦାବି ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri