ପିକ୍‌ଅପ୍‌ ଗାଡ଼ି ସହ ୩ କୁଇଣ୍ଟାଲ ଗଞ୍ଜେଇ ଜବତ

କୋକସରା,୨୫।୯(ଡି.ଏନ.ଏ.): କଳାହାଣ୍ଡି ଅବକାରୀ ବିଭାଗ ଚଢାଉ କରି ସାହାଜଖୋଲ ଜଙ୍ଗଲରୁ ୩ କୁଇଣ୍ଟାଲ ୨୦ କେଜି ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ସେ ହେଲେ ସାନପୋଡ଼ା ଗ୍ରାମର ଚନ୍ଦନ ପୂଝାରୀ (୩୩)। ଖବର ପାଇ ଜିଲା ଅବକାରୀ ଟିମ୍‌ ରାୟଗଡ଼ା-କଳାହାଣ୍ଡି ସୀମାନ୍ତ ଥୁ. ରାମପୁର ଲାଠିଆଗୁଡା ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଛକି ରହିଥିଲା। ଏକ ଧଳାରଙ୍ଗର ପିକ୍‌ଅପ୍‌ ଭ୍ୟାନ ଆସୁଥିବା ବେଳେ ଅବକାରୀ ଟିମ୍‌କୁ ଦ୍ରୁତଗତିରେ ଫେରାର ହୋଇଯାଇଥିଲା। ହେଲେ ଅବକାରୀ କର୍ମଚାରୀ ଗାଡିକୁ ପିଛା କରିିଥିଲେ। ଗାଡି ଆମପାଣି ବିଜୁ ଏକ୍ସପ୍ରେସୱେ ଦେଇ ଯାଉଥିବା ବେଳେ ଘଣ୍ଟିଗୁଡା ନିକଟରେ ପୂର୍ବରୁ ଧର୍ମଗଡ଼ ଅବକାରୀ କର୍ମଚାରୀ ଜଗି ରହିଥିବା ଦେଖି ଡ୍ରାଇଭର ଘଣ୍ଟିଗୁଡା ଦେଇ ସାହାଜଖୋଲ ଜଙ୍ଗଲ ଡୋକାରିଚଞ୍ଚରା ପଟେ ଯାଇ ଗଞ୍ଜେଇ ବସ୍ତାଗୁଡିକୁ ଜଙ୍ଗଲ ରାସ୍ତାରେ ଫିଙ୍ଗି ଦେଇଥିଲେ। ଏପରିକି ଗାଡିଟି ଏକ ପଥରରେ ପିଟି ହୋଇ ରହିଯିବାରୁ ଗଞ୍ଜେଇ ଚାଲାଣ କାରୀମାନେ ଜଙ୍ଗଲ ରାସ୍ତା ଦେଇ ଫେରାର ମାରିଥିଲେ। ହେଲେ ଅବକାରୀ କର୍ମଚାରୀଙ୍କ ଜଣଙ୍କୁ ଧରିବାରେ ସଫଳ ହୋଇଥିଲେ। ପରେ ଅବକାରୀ କର୍ମଚାରୀ ଜଙ୍ଗଲରେ ଫିଙ୍ଗି ଥିବା ଗଞ୍ଜେଇ ବସ୍ତା ସଂଗ୍ରହ କରିଥିଲା। ପିକ୍‌ଅପ୍‌, ଗଞ୍ଜେଇ ସହ ଚନ୍ଦନଙ୍କୁ ଗିରଫ କରି ଜିଲା କାର୍ଯ୍ୟାଳୟକୁ ଅଣାଯାଇଥିଲା। ଜବତ ଗଞ୍ଜେଇ ୩ କୁଇଣ୍ଟାଲ ୨୦ କେଜି ବୋଲି ଜଣାପଡିଛି। ଚଢ଼ାଉରେ ଧର୍ମଗଡ଼ ଅବକାରୀ ଇନ୍ସପେକ୍ଟର ଲଳିତ ମୋହନ ମିଶ୍ର, ମୋବାଇଲ ୟୁନିଟ ସଦର ଅବକାରୀ ଇନ୍ସପେକ୍ଟର ସୁଶାନ୍ତ କୁମାର ପ୍ରଧାନ, ସଦର ଓଆଇସି ତିଳକ ରାମ ନାଏକ, ବିଶ୍ୱଜିତ ଆରୁକ, ସବ୍‌ଇନ୍ସପେକ୍ଟର ମୋବାଇଲ ୟୁନିଟ ଅଜୟ କୁମାର ନାଏକ, ଏଏସ୍‌ଆଇ ଅଶୋକ କୁମାର ସାହୁ, ବସନ୍ତ କୁମାର ବିଶିଙ୍କ ସହ ଅନ୍ୟ କର୍ମଚାରୀ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…

ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…

ରକ୍ତରେ ଭିଜିଲା ସପ୍ତାମାତୃକା ଶୈବପୀଠ, ଶହ ଶହ ପଶୁପକ୍ଷୀଙ୍କୁ ଦିଆଗଲା ବଳି

ତୁଣ୍ଡଲା,୧୭।୨(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀର ସଙ୍ଗମରେ ଥିବା ସର୍ବପୁରାତନ ତଥା ଐତିହାସିକ ସପ୍ତମାତୃକା ଶୈବପୀଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri