କେନ୍ଦୁଝର,୨୬ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ତିନୋଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର(ପିଏଚ୍ସି)କୁ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଉନ୍ନତମାନର ସ୍ବାସ୍ଥ୍ୟ ଭିତ୍ତିଭୂମି ଏବଂ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଣ ପାଇଁଏନ୍କ୍ୟୁଏଏସ୍ (ନ୍ୟାଶନାଲ କ୍ୱାଲିଟି ଆସ୍ୟୁରାନ୍ସ ଷ୍ଟାଣ୍ଡାର୍ଡ) ପ୍ରୋଗ୍ରାମ ଅନ୍ତର୍ଗତ ‘କ୍ୱାଲିଟି ସାର୍ଟିଫିକେଶନ’ ପ୍ରଦାନ କରାଯାଇଛି। ଏହି ହସ୍ପିଟାଲଗୁଡ଼ିକ ହେଉଛି ଘଟଗାଁ ବ୍ଲକର ପଣ୍ଡାପଡ଼ା ପିଏଚ୍ସି, ହରିଚନ୍ଦନପୁର ବ୍ଲକର ଜଙ୍ଘିରା ପିଏଚ୍ସି ଏବଂ ଚମ୍ପୁଆ ବ୍ଲକର ଭୂଇଁପୁର ପିଏଚ୍ସି। ନିକଟରେ ୨୩ ଜୁନ୍ରୁ ୨୮ ଜୁନ୍ ମଧ୍ୟରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟରୁ ଉଚ୍ଚସ୍ତରୀୟ ଟିମ୍ କେନ୍ଦୁଝର ଜିଲା ଗସ୍ତରେ ଆସି ଏସବୁ ହସ୍ପିଟାଲ ପରିଦର୍ଶନ କରିଥିଲେ। ଜିଲା ଖଣିଜ ପ୍ରତିଷ୍ଠାନ(ଡିଏମ୍ଏଫ୍) ସହାୟତାରେ ଏସବୁ ହସ୍ପିଟାଲରେ ଛିଡ଼ା ହୋଇଥିବା ଉନ୍ନତମାନର ଭିତ୍ତିଭୂମି ଦେଖି କେନ୍ଦ୍ରୀୟ ଟିମ୍ ଅଭିଭୂତ ହେବା ସହ ରୋଗୀଙ୍କୁ ମିଳୁଥିବା ଗୁଣାତ୍ମକ ସ୍ବାସ୍ଥ୍ୟସେବାକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ। ସମସ୍ତ ବ୍ୟବସ୍ଥା ଦେଖିସାରିବା ପରେ କେନ୍ଦ୍ରୀୟ ଟିମ୍ ତିନୋଟି ପିଏଚ୍ସିକୁ ଏନ୍କ୍ୟୁଏଏସ୍ ପ୍ରାବଧାନ ଆଧାରରେ ସ୍କୋର ପ୍ରଦାନ କରିଛନ୍ତି। ପଣ୍ଡାପଡ଼ା ପିଏଚ୍ସିକୁ ୯୦.୨୪ % ସ୍କୋର ମିଳିଥିବା ବେଳେ ଜଙ୍ଘିରା ଓ ଭୂଇଁପୁର ପିଏଚ୍ସିକୁ ଯଥାକ୍ରମେ ୮୯.୦୪% ଏବଂ ୮୫.୪୩ % ଲେଖାଏ ସ୍କୋର ମିଳିଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ବିଶାଳ ଚୌହାଣ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସଚିବଙ୍କୁ ଏକ ଚିଠି ଜରିଆରେ ଜଣାଇଛନ୍ତି।
କେନ୍ଦୁଝର ଜିଲାର ୩ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ମିଳିଲା ‘ଏନ୍କ୍ୟୁଏଏସ୍ ପ୍ରମାଣପତ୍ର’
Posted inHome, Home Left, ଆମ ଜିଲା ଖବର, କେନ୍ଦୁଝର View All
ଫେବୃଆରୀ ୧୨ରେ ଭାରତ ବନ୍ଦ: ସମର୍ଥନ ଜଣାଇ ପ୍ରସ୍ତୁତି ବୈଠକରେ…
ଦିଗପହଣ୍ଡି, ୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି କାର୍ଯ୍ୟାଳୟ ପରିସରରେ ଶନିବାର ସାରେ ଆସନ୍ତା ଫେବୃୟାରୀ ୧୨ ତାରିଖରେ ବିଭିନ୍ନ ଜନ ସମସ୍ୟାର ସମାଧାନ…
ପଦ୍ମନାଭପୁର ହାଇସ୍କୁଲର ବାର୍ଷିକୋତ୍ସବ: ନିଜର ଭବିଷ୍ୟତ ପାଇଁ କଠିନ ପରିଶ୍ରମ କରିବାକୁ…
ଦିଗପହଣ୍ଡି,୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ନୋଡାଲ ହାଇସ୍କୁଲର ବାର୍ଷିକୋତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷୟତ୍ରୀ ବିଦ୍ୟୁତଲତା ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର…
ଆର୍ଏସ୍ସିସି କପ୍ କ୍ରିକେଟ: ଦେଶୀ ବୟେଜ ସେମିରେ
ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍ଏସ୍ସିସି କପ…
ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…
ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…
ମା’ ରାମଚଣ୍ଡୀ ମହୋତ୍ସବର ଦ୍ୱିତୀୟ ସଂଧ୍ୟା: ଦର୍ଶକଙ୍କ ମନ ମୋହିଲା ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ର ନୃତ୍ୟ
ଗଞ୍ଜାମ, ୭।୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମ ନିକଟରେ ତିନିଦିନ ଧରି ହେବାକୁ ଥିବା ମାଁ ରାମଚଣ୍ଡୀ ମହୋତ୍ସବର ଶୁକ୍ରବାର ଶୁଭାରମ୍ଭ…
ଟ୍ରକ ନେଲା ୨ବାଇକ୍ ଆରୋହୀଙ୍କ ଜୀନନ
କୋକସରା/ବେହେରା,୭।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ/ଭୂପେଶ ତିୱାରୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସୱେ ବେହେରା ବିଦେଶୀ ମଦ ଦୋକାନ ଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ…
T20 World Cup: ଆରମ୍ଭରୁ ଆଣ୍ଠେଇଲାଣି ଟିମ୍ ଇଣ୍ଡିଆ, ବଡ଼ ସ୍କୋର କରିବା ମୁସ୍କିଲ; ବାଜି ମାରି ନେଇପାରେ USA
ମୁମ୍ବାଇ,୭।୨ଁ: ଆରମ୍ଭ ହୋଇଛି ୨୦୨୬ ଟି୨୦ ବିଶ୍ୱକପ । ଟିମ ଇଣ୍ଡିଆ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଖେଳୁଛି। ଏଥିରେ ଆମେରିକା…
ରଙ୍ଗାରଙ୍ଗ ଉଦ୍ଘାଟନୀରେ ଟି୨୦ ବିଶ୍ୱକପ୍ ଆରମ୍ଭ
ମୁମ୍ବାଇ, ୭ା୨: ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍ ଶନିବାର ସନ୍ଧ୍ୟାରେ ଓ୍ବାଙ୍ଖ୍ଡେ ଷ୍ଟାଡିୟମରେ ଏକ ରଙ୍ଗାରଙ୍ଗ ଉଦ୍ଘାଟନୀ ଉତ୍ସବ ସହ ଆରମ୍ଭ ହୋଇଛି। ଭାରତ ଓ ଆମେରିକା…
Archives

