ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍ରେ ଗୋଲ୍ଡେନ ବୁଟ୍ ରେସରେ ସାମିଲ ହୋଇଛନ୍ତି।
ଏହି ଦୁଇ ଗୋଲ ସହ ଚଳିତ ବିଶ୍ୱକପ୍ରେ ତାଙ୍କ ଗୋଲ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଏଥିସହିତ ସେ ଆର୍ଜେଣ୍ଟିନାର ଲଓନେଲ ମେସି ଓ ଫ୍ରାନ୍ସର କିଲିଆନ ଏମ୍ବାପେଙ୍କ ସମକକ୍ଷ ହୋଇଛନ୍ତି। ସଭିଙ୍କ ନାମରେ ଏପର୍ଯ୍ୟନ୍ତ ୭ଟି ଲେଖାଏ ଗୋଲ ରହିଛି। ଏହି ରେସରେ ଇଂଲଣ୍ଡର ହାରୀ କେନ ୬ ଗୋଲ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।