ଛତ୍ରପୁର,୩୦।୩ (ଦିଲ୍ଲୀପ ସାମଲ): ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ଦ୍ୱିତୀୟ ଜାତୀୟ ପାରା ଅସିଚାଳନା ପ୍ରତିଯୋଗିତାରେ ଦଶରୁ ଅଧିକ ପଦକ ଜିତିଛନ୍ତି ଗଞ୍ଜାମର ୩ ଖେଳାଳି। ଛତ୍ରପୁର ଗିଲିଟିପେଟା ସାହିର ସୁନାମଧନ୍ୟ ଖେଳାଳି ଭି. ରମେଶ ରାଓ ପୁରୁଷ ଇପି ଓ ଫଏଲ ଦଳ ପକ୍ଷରୁ ସ୍ୱର୍ଣ୍ଣ, ଇପି ଏକକ ବର୍ଗରେ ରୌପ୍ୟ ଓ ଫଏଲ ଏକକ ବର୍ଗରେ ବ୍ରୋଞ୍ଜ ସମେତ ୪ ପଦକ ହାସଲ କରିଛନ୍ତି।
ସେହିପରି ମାଳତି ପନୁରେ ଏକକ ବର୍ଗ ଫଏଲ ସବ୍ରେ ଇପି ଓ ମହିଳା ଫଏଲ ଟିମ୍ରେ ମୋଟ ୪ଟି ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ଏହା ସହ ସହ ମହିଳା ଇପି ଦଳ ଓ ସବ୍ ବର୍ଗରେ ରୌପ୍ୟ ପଦକକୁ ମିଶାଇ ୬ଟି ପଦକ ହାସଲ କରିଛନ୍ତି। ସେହିପରି ପୁରୁଷ ଫଏଲ ଟିମ୍ରେ ପୂର୍ଣ୍ଣଚନ୍ଦ୍ର ସେଠୀ ସ୍ୱର୍ଣ୍ଣ ପଦକ ଜିଣିଛନ୍ତି। ଏହି ସଫଳତା ପରେ ବିଭିନ୍ନ ମହଲରୁ କ୍ରୀଡ଼ାବିତ୍ଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

