ଅସହାୟ ଅବସ୍ଥାରେ ୩ ଅନାଥ ବାଳିକା

ଭବାନୀପାଟଣା,୩ା୧(ଉତ୍ତମ କୁମାର ଦାଶ): ମା’ବାପାଙ୍କ ମୃତ୍ୟୁ ପରେ ଗୋଟିଏ ପରିବାରର ୨ ଭଉଣୀଙ୍କ ସମେତ ଅନ୍ୟ ଏକ ପରିବାର ଜଣେ ବାଳିକା ଅସହାୟ ହୋଇପଡିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଗଣ୍ଡବାରଝୋଲା ପଞ୍ଚାୟତ କରାଟିକିଲି ଗ୍ରାମରେ। ଏହି ଗାଁର ରଜ ମାଝୀ ଓ ଗୋମତୀ ମାଝୀଙ୍କ ମୃତ୍ୟୁ ପରେ ତାଙ୍କ ୨ ଝିଅ ପାୟଲ ମାଝୀ (୧୧) ଓ ବନିତା ମାଝୀ (୯) ଏବେ ବେସାହାରା ହୋଇପଡିଛନ୍ତି। ବଡ଼ ଝିଅ ପାୟଲ ବାଦିଲୀ କିସ ଆବାସିକ ବିଦ୍ୟାଳୟରେ ୪ର୍ଥ ଶ୍ରେଣୀରେ ପଡୁଥିବା ବେଳେ ବନିତା ଗାଁ ପ୍ରାଥମିକ ସ୍କୁଲରେ ଚତୁର୍ଥ ଶ୍ରେଣୀରେ ପଢୁଛନ୍ତି। ୧୦ବର୍ଷ ତଳେ ତାଙ୍କ ବାପା ରଜଙ୍କ ମୃତ୍ୟୁ ହୋଇଥିବାବେଳେ ଗତ ୨୫ ତାରିଖରେ ମା’ ଗୋମତୀଙ୍କ ମୃତ୍ୟୁ ହୋଇଛି। ମା’ବାପା ଚାଲିଯିବା ପରେ ଦୁଇଭଉଣୀ ଏବେ କେଉଁଠି ରହିବେ କାହା ସହ ରହିବେ ତା’କୁ ନେଇ ଚିନ୍ତାରେ ରହିଛନ୍ତି। କାରଣ ନିଜର ବୋଲି ଏବେ ତାଙ୍କର କେହି ନାହାନ୍ତି। ୨ ଅନାଥ ଭଉଣୀ ଅସହାୟ ଅବସ୍ଥାରେ ରହୁଥିବା ଜାଣିବା ପରେ ସ୍ବେଚ୍ଛାସେବୀ ଯଶୋବନ୍ତ ରଣା, ସ୍ଥାନୀୟ ସ୍କୁଲର ଶିକ୍ଷକ ଗୋବର୍ଦ୍ଧନ ମାଝୀ, ସିଆର୍‌ପି ଦେବକୀ ଗଉଡ଼ ପ୍ରମୁଖ ସେମାନଙ୍କୁ ଭେଟିବା ସହ ତାଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ। ୨ ଭଉଣୀ ପାଠ ପ୍ରତି ଆଗ୍ରହ ରଖିଥିବାରୁ ସରକାରୀ ସହଯୋଗ ମିଳିଲେ ଆହୁରି ଆଗକୁ ପଢିବେ ବୋଲି ମତ ରଖିଥିଲେ। ସେହିପରି ଉକ୍ତ ଗାଁର ଯୋଶୀତା ମାଝୀ (୧୫) ମଧ୍ୟ ପିତାମାତାଙ୍କ ଦେହାନ୍ତ ପରେ ଘରେ ଆର୍ଥିକ ଅସୁବିଧା ହେତୁ ମାଟ୍ରିକ ପରେ ପଢା ଛାଡିଛନ୍ତି। ତାଙ୍କୁ ସରକାରୀ ସହାୟତା ମିଳିଲେ ସେ ମଧ୍ୟ ଆସନ୍ତ ବର୍ଷରୁ କଲେଜରେ ଆଡ଼୍‌ମିଶନ କରିବେ ବୋଲି ପ୍ରକାଶ କରିଛନ୍ତି। ଉପରୋକ୍ତ ଅନାଥ ବାଳିକାମାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ନେଇ ଜିଲା ପ୍ରଶାସନ ପଦକ୍ଷେପ ନେବାକୁ ସ୍ବେଚ୍ଛାସେବୀ ଯଶୋବନ୍ତ ରଣା ଓ ଗ୍ରାମବାସୀ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

ଦିଗପହଣ୍ଡିରେ ‘ଆସ ସ୍କୁଲ ଯିବା’ ସଚେତନତା ସଭା ଅନୁଷ୍ଠିତ

ଦିଗପହଣ୍ଡି,୨୨।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ୟାପୀଠ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ‘ଆସ ସ୍କୁଲ ଯିବା’ ସଚେତନତା ସଭା ସୋମବାର...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri