ତାରାତାରିଣୀଙ୍କ ଦର୍ଶନକରି ପୂଜାକଲେ ୩ ଅଧିକାରୀ

ପୁରୁଷୋତ୍ତମପୁର,୨୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ନୂତନ ଭାବେ ଯୋଗଦେଇଥିବା ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ପିଡି ଭି.କୀର୍ତ୍ତିଭାସନ ଏବଂ ବ୍ରହ୍ମପୁର ମହାନଗର ନିଗମର କମିଶନର ଜେ. ସୋନାଲ ସୋମବାର ମା’ତାରା ତାରିଣୀଙ୍କ ଦର୍ଶନକରି ପୂଜାର୍ଚ୍ଚନା କରିଛନ୍ତି। ଏହି ଅବସରରେ ଜିଲାପାଳ ମନ୍ଦିରର ସମସ୍ତ କାର୍ଯ୍ୟ ଓ ପାରିପାର୍ଶ୍ୱିକ ସ୍ଥିତି ବୁଲି ଦେଖିଥିଲେ। ଏପରି କି ବାକିଥିବା ଅନ୍ୟ ଆନୁଷଙ୍ଗିକ କାର୍ଯ୍ୟ କରିବା ସହ ଆସୁଥିବା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଯେପରି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି ପ୍ରକାଶ କରିଛନ୍ତି। ଏପରି କି ମନ୍ଦିରର କିପରି ଆହୁରି ବିକାଶ ହୋଇପାରିବ ସେନେଇ ପ୍ରଶାସନ ପଦକ୍ଷେପ ନେବ ବୋଲି ସେ କହିଛନ୍ତି।