Categories: ବାଣିଜ୍ୟ

ଇଣ୍ଡ୍‌ଲଜ୍‌ର ୩ ନୂତନ ସାଲୁନ୍‌

ଭୁବନେଶ୍ୱର,୧୮।୧୧:ରାଜ୍ୟର ଅଗ୍ରଣୀ ସାଲୁନ ଚେନ୍‌ ଇଣ୍ଡଲଜ୍‌ର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଇଣ୍ଡଲଜ୍‌ର ଆଉ ୩ଟି ନୂତନ ସାଲୁନ୍‌ର ଶୁଭାରମ୍ଭ ହୋଇଯାଇଛି। ଭୁବନେଶ୍ୱରର ଉତ୍କଳ କନିକା ଗ୍ୟାଲେରିଆ ମଲ୍‌, ନୀଳାଦ୍ରି ବିହାର ଏବଂ ଜାଗମରାଠାରେ ଉକ୍ତ ସାଲୁନ୍‌ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବଲିଉଡ୍‌ ଅଭିନେତା ଅଫ୍‌ତାବ୍‌ ଶିବଦାସାନି, ଇଣ୍ଡଲଜ୍‌ର ପ୍ରତିଷ୍ଠାତା ସୁକୀର୍ତ୍ତି ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅପରପକ୍ଷରେ ଉକତ୍ଳ କନିକା ଗ୍ୟାଲେରିଆ ମଲ୍‌ରେ ଖୋଲାହୋଇଥିବା ସାଲୁନ୍‌ର ଫ୍ରାଞ୍ଚାଇଜ୍‌ ମାଲିକ ଲୀତା ପଟ୍ଟନାୟକ, ଜାଗମରା ସାଲୁନ୍‌ର ଅପର୍ଣ୍ଣା ସ୍ବାଇଁ, ସ୍ବପ୍ନା ସ୍ବାଇଁ ଓ ନୀଳାଦ୍ରି ବିହାର ସାଲୁନ୍‌ର ଗାଭାସ୍କର ସ୍ବାଇଁ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଆଫ୍‌ତାବ୍‌ ସମସ୍ତ ଉପସ୍ଥିତ ଦର୍ଶକଙ୍କ ସହ ନିଜର ଅନୁଭୂତି ବାଣ୍ଟିବା ସହ ବିୟୁଟି ଇଣ୍ଡଷ୍ଟ୍ରିରେ ନୂତନ ଉଦ୍ୟୋଗୀଙ୍କ ଯୋଗଦାନ ସହ ଇଣ୍ଡଲଜ୍‌କୁ ପ୍ରଶଂସା କରିଥିଲେ। ଅନେକ ମହିଳା ଉଦ୍ୟୋଗୀଙ୍କ ପାଇଁ ପ୍ରେରଣା ହୋଇଥିବାରୁ ସେ ସୁକୀର୍ତ୍ତି ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଥିଲେ। ଆସନ୍ତା ୨ବର୍ଷରେ ୩୦ଟି ନୂତନ ଆଉଟ୍‌ଲେଟ୍‌ ଖୋଲିବା ସହ ସୁକୀର୍ତ୍ତି ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ସୂଚନା ଦେଇଛନ୍ତି। ଇଣ୍ଡଲଜ୍‌ରେ ଆରମ୍ଭ ହୋଇଥିବା ଅତ୍ୟାଧୁନିକ ଉପତ୍ାଦ ଓ ଉକତ୍ୃଷ୍ଟ ସେବା ନିମନ୍ତେ ମିଳିଥିବା ଜବରଦସ୍ତ ପ୍ରତିକ୍ରିୟା ପାଇଁ ସେ ଗ୍ରାହକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Share