ମୋଦିଙ୍କ କ୍ୟାବିନେଟ୍‌ରେ ସ୍ଥାନ ପାଇଲେ ଓଡ଼ିଶାର ୩ ଏମ୍‌ପି: ଜାଣନ୍ତୁ କିଏ କିଏ…

ନୂଆଦିଲ୍ଲୀ,୯।୬: ଦେଶର ପ୍ରଧାନମନ୍ତ୍ରୀ ଭାବରେ ପୁଣି ଥରେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ରାଷ୍ଟ୍ରପତି ଭବନରେ ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ମୋଟ ୭୨ ମନ୍ତ୍ରୀ ଶପଥ ଗ୍ରହଣ କରୁଛନ୍ତି। ଏଥିମଧ୍ୟରେ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ, ୫ ରାଜ୍ୟ ମନ୍ତ୍ରୀ (ସ୍ବତନ୍ତ୍ର ଭାର)ଏବଂ ୩୬ ଜଣ ରାଜ୍ୟ ମନ୍ତ୍ରୀ ଅଛନ୍ତି। ମୋଦିଙ୍କ କ୍ୟାବିନେଟ୍‌ରେ ଏଥର ଓଡ଼ିଶାର ୩ ଜଣଙ୍କୁ ସ୍ଥାନ ମିଳିଛି। ସେମାନେ ହେଲେ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନ୍‌ ବୈଷ୍ଣବ ଏବଂ ଜୁଏଲ ଓରାମ।
ଲୋକ ସଭା ନିର୍ବାଚନର ଫଳାଫଳ ଘୋଷଣା ହେବାର ପାଞ୍ଚ ଦିନ ପରେ ଭାରତ ଏକ ନୂତନ ସରକାର ପାଇଛି। ଲଗାତାର ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ମୋଦିଙ୍କ ପରେ ରାଜନାଥ ସିଂ ଶପଥ ନେଇଥିଲେ। ଶପଥ ଗ୍ରହଣ କରିବାକୁ ଅମିତ ଶାହା ତିନି ନମ୍ବରରେ ପହଞ୍ଚିଥିଲେ। ୨୦୧୯ରେ ମଧ୍ୟ ଶପଥ ଗ୍ରହଣ କରିବାର କ୍ରମ ସମାନ ଥିଲା। ଏହାପରେ ନୀତିନ ଗଡକରୀ, ଜେପି ନଡ୍ଡା, ନିର୍ମଳା ସିତାରମଣ, ଏସ୍‌ ଜୟଶଙ୍କର, ଶିବରାଜ ସିଂ ଚୌହାନ, ମନୋହରଲାଲ ଖଟ୍ଟର, ଏଚ୍‌ଡି କୁମାରସ୍ବାମୀ, ପିୟୁଷ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ, ଜିତନ ରାମ ମାନଝୀ, ରାଜୀବ ରଞ୍ଜନ ସିଂ, ସର୍ବାନ୍ଦ ସୋନଓ୍ବାଲ,ବୀରେନ୍ଦ୍ର କୁମାର,କେ.ରାମମୋହନ ନାଇଡୁ,ପ୍ରହ୍ଲାଦ ଯୋଶୀ, ଜୁଏଲ ଓରାମ, ଗିରିରାଜ ସିଂ, ଅଶ୍ୱିନୀ ବୈଷ୍ଣବ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଭୂପେନ୍ଦ୍ର ଯାଦବ, ଗନ୍ଦ୍ରେ ସିଂ ଶେଖାଓ୍ବତ, ଅର୍ନପୂର୍ଣ୍ଣା ଦେବୀ, କିରନ୍‌ ରିଜିଜୁ, ହରଦୀପ ସିଂ ପୁରୀ, ମନସୁଖ ମାଣ୍ଡବ୍ୟ,ଜି କିଷନ ରେଡ୍ଡୀ, ଚିରାଗ ପାଶଓ୍ବାନ୍‌, ସି.ଆର୍‌ ପାଟିଲ, ଇନ୍ଦ୍ରଜିତ୍‌ ସିଂ, ଜିତେନ୍ଦ୍ର ସିଂ ଶପଥ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ଯୁଦ୍ଧ ମଧ୍ୟରେ ସଂସଦରେ କଡ଼ା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri