୩ କି.ମି. ଜଙ୍ଗଲ ରାସ୍ତା ପିଚୁ ହେବ

ବଇଣ୍ଡା,୧୨।୬(ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କନ୍ତପଡ଼ାରୁ ମଇମୁରା ପଞ୍ଚାୟତକୁ ସଂଯୋଗ କରୁଥିବା ୧୧ କି.ମି. ଦୀର୍ଘ ତରଣ୍ଡା-କେଞ୍ଚୁଆନାଳି-ବିପ୍ରଡିହ ସଡ଼କର ଅବଶିଷ୍ଟ ୩ କି.ମି. ମାଟି ରାସ୍ତା ପିଚୁ ଢଳେଇ ହେବ। ଶନିବାର ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ। ଏହାପରେ ଦୁଇ ପଞ୍ଚାୟତ ମଧ୍ୟରେ ଗମନାଗମନ ବ୍ୟବସ୍ଥା ସୁଦୃଢ଼ ହେବ ବୋଲି ବିଧାୟକ ଅଶାବ୍ୟକ୍ତ କରିଛନ୍ତି।
ସୂଚନାଯୋଗ୍ୟ, ୨୦୨୦-୨୧ରେ ଉକ୍ତ ୧୧ କି.ମି. ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ପିଚୁ ଢଳେଇ କରାଯାଇଥିଲା। ତେବେ ରାସ୍ତା ମଝିରେ ୩ କିମି ଜଙ୍ଗଲ ଜମି ରହିଥିବାରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହାକୁ ପିଚୁ ଢଳେଇରୁ ବାଦ୍‌ ଦିଆଯାଇଥିଲା। ତେବେ ପିଚୁ ପଡ଼ି ନ ଥିବା ୩ କିମି ରାସ୍ତାରେ ଗମନାଗମନା କରିବା ସମସ୍ୟା ସୃଷ୍ଟି କରୁଥିଲା। ଏ ସଂକ୍ରାନ୍ତରେ କେଞ୍ଚୁଆନାଳି ଗ୍ରାମବାସୀ ଆଠମଲ୍ଲିକ ବିଧାୟକଙ୍କଠାରୁ ଆରମ୍ଭ କରି ଜଙ୍ଗଲ ମନ୍ତ୍ରୀ, କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ, ସମ୍ବଲପୁର ଏମ୍‌ପିଙ୍କ ନିକଟରେ ଏକାଧିକ ଥର ଅଭିଯୋଗ କରିଥିଲେ। ତଥାପି କୌଣସି ସୁଫଳ ମିଳୁ ନ ଥିଲା। ଶନିବାର ବିଧାୟକ ସାଏ, ଆଠମଲ୍ଲିକ ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ଏସ୍‌. କପ୍ଲା, ଧଣ୍ଡାତୋପା ରେଞ୍ଜର ବବ୍ରୁବାହାନ ସାହୁ, ଫରେଷ୍ଟର ସଞ୍ଜୟ ପ୍ରଧାନଙ୍କ ସମେତ ବନ ବିଭାଗର ଏକ ଟିମ୍‌ ଉକ୍ତ ଅଞ୍ଚଳ ଗସ୍ତ କରିଥିଲେ। ବାଦ୍‌ ପଡ଼ିଥିବା ୩ କିମି ରାସ୍ତା ପିଚୁ ଢଳେଇ ହେଲେ ଏହା ଉପରେ ନିର୍ଭର କରୁଥିବା କନ୍ତପଡ଼ା, ମଇମୁରା, ଟାପଢୋଲ ପଞ୍ଚାୟତବାସୀ ଉପକୃତ ହେବ। ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ନେଇ ବନଖଣ୍ଡ ଅଧିକାରୀ ଏହି ସମସ୍ୟା ଦୂର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏ ନେଇ ଡିଏଫଓ କପ୍ଲା କହିଛନ୍ତି, ଉକ୍ତ ୩ କିମି ରାସ୍ତା କିଭଳି ପିଚୁ ଢଳେଇ କରାଯିବ ସେ ନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟକୁ ଚିଠି ମାଧ୍ୟମରେ ଅବଗତ କରାଯିବ। ଏହାକୁ ମଞ୍ଜୁରୀ ମିଳିଲେ କାମ ଆରମ୍ଭ ହେବ।
ଅପରପକ୍ଷେ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ମୁଖ୍ୟ ଜୀବିକା କୃଷି। ହେଲେ ବନ୍ୟପ୍ରାଣୀଙ୍କ ଉପଦ୍ରବ ଯୋଗୁ ଚାଷ ଉଜୁଡ଼ିଯାଉଛି। ଜୀବନଜୀବିକା ପ୍ରଭାବିତ ହେଉଛି। ଏହାର ପ୍ରତିକାର କରିବାକୁ ଗ୍ରାମବାସୀ ବିଧାୟକଙ୍କ ନିକଟରେ ଦାବି କରିଥିଲେ। ସମସ୍ୟାର ସମାଧାନ ଲାଗି ବିଧାୟକ ଆଶ୍ୱାସନା ଦେଇଛନ୍ତି। ଜଙ୍ଗଲୀଜନ୍ତୁ ଉପଦ୍ରୁତ ଅଞ୍ଚଳରେ ସୋଲାର ତାରବାଡ଼ ଘେରାଇବାକୁ ବିଧାୟକ ବନଖଣ୍ଡ ଅଧିକାରୀଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ-ନେତାନ୍ୟାହୁଙ୍କ ବିରୋଧରେ ଯୁଦ୍ଧ ଘୋଷଣା କଲା ଆଉ ଏକ ଦଳ, ଥରିଲା ବିଶ୍ୱ!

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ୟେମେନର ଇରାନ-ସମର୍ଥିତ ହୁଥି ଗୋଷ୍ଠୀ; ଯାହା ଏପର୍ଯ୍ୟନ୍ତ ପ୍ରାୟତଃ ନୀରବ ରହିଥିଲା ସକ୍ରିୟ ଭାବରେ ସଂଘର୍ଷରେ ପ୍ରବେଶ କରିବାକୁ ପ୍ରସ୍ତୁତ…

ଯୁଦ୍ଧର ପ୍ରଭାବ: ବେଳକୁ ବେଳ ମହଙ୍ଗା ହେଉଛି ରାସ୍ତା କଡ଼ର ଖାଦ୍ୟ, ସାଧାରଣ ଜନତା ଚିନ୍ତାରେ

ନୂଆଦିଲ୍ଲଈ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଯୋଗୁ, ରାଜଧାନୀ ଦିଲ୍ଲୀ ଏବଂ ଏନସିଆରର ବାସିନ୍ଦାମାନେ ଗ୍ୟାସ ସିଲିଣ୍ଡର କିଣିବା ପାଇଁ ସଂଘର୍ଷ କରୁଛନ୍ତି; ଲୋକମାନେ ଲମ୍ବା ଧାଡ଼ିରେ ଠିଆ…

ହର୍ମୁଜର ନାଁ ବଦଳେଇଦେଲେ ଟ୍ରମ୍ପ! କଲେ ବଡ଼ ଘୋଷଣା; ବିଶ୍ୱରେ ପଡିଲା ଚହଳ

ଓ଼୍ବାଶିଂଟନ,୨୮।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ହର୍ମୁଜ ପ୍ରଣାଳୀକୁ ନେଇ ଏକ ବିବାଦ ଦେଖାଦେଇଛି। ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଇରାନକୁ ହର୍ମୁଜ ପ୍ରଣାଳୀକୁ…

ଜଳସ୍ତର ନିମ୍ନଗାମୀ: ବଢ଼ିଲାଣି ତାତି,ସଙ୍କଟ ହେଲାଣି ପାନୀୟ ଜଳ

ମହାକାଳପଡ଼ା,୨୮ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦୀର୍ଘଦିନଧରି ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଅଞ୍ଚଳରେ ଜଳସ୍ତର ନିମ୍ନଗାମୀ ଯୋଗୁ ନଳକୂପରୁ ଅଧିକାଂଶ ସମୟରେ…

ଆମେରିକା-ଇରାନ ମଧ୍ୟରେ କେବେ ଶେଷ ହେବ ଯୁଦ୍ଧ? ସମୟସୀମା ସ୍ଥିର କଲେ ଟ୍ରମ୍ପ! ଏହି ଦିନ…

ଓ୍ବାଶିଂଟନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକା ପ୍ରଥମ ଥର ପାଇଁ ସ୍ପଷ୍ଟ ଭାବରେ ସୂଚିତ କରିଛି ଯେ ଇରାନ ବିରୁଦ୍ଧରେ ଏହାର ସାମରିକ ଅଭିଯାନ ଦୀର୍ଘ…

IPL 2026 ର ପ୍ରାରମ୍ଭିକ ମ୍ୟାଚରୁ ବାଦ ପଡ଼ିଲେ ଧୋନୀ, ଜାଣନ୍ତୁ ଏହା ପଛର ବଡ଼ କାରଣ

ନୂଆଦିଲ୍ଲୀ,୨୮।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ଆଜି ଅର୍ଥାତ୍‌ ଶନିବାର, ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ ଶନିବାର RCB ଏବଂ…

ଏହି ଦିନଠୁ ଆରମ୍ଭ ଐତିହାସିକ ଚନ୍ଦନ ଯାତ୍ରା: ଉଠିଲା ଶୁଭଖୁଣ୍ଟ

ଗଞ୍ଜାମ,୨୮।୩(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡର କରଣ ସାହି ସ୍ଥିତ ଶ୍ରୀ ଶ୍ରୀ ମଦନ ମୋହନ ଗୋପାଳ ସ୍ବାମୀଙ୍କ ପୀଠରେ ଚଳିତ ମାସ ୨୦ରୁ…

କାର ଉପରେ ପଡ଼ିଲା ଗଛ: ଆଉ ତା’ପରେ ଘଟିଲା…

ପାଟଣା,୨୮।୩(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ଗୁଳୁଦିପଶି ଗ୍ରାମର କ୍ଷେତ୍ରବାସୀ ବାରିକଙ୍କ ଘର ବାହାରେ ଥିବା ଏକ କୋଳି ଗଛ କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri