Posted inଖେଳ

ଦିନିକିଆରେ ସର୍ବାଧିକ ଥର ମ୍ୟାନ୍‌ ଅଫ୍‌ ଦି ସିରିଜ ହୋଇଥିବା ୩ ଭାରତୀୟ କ୍ରିକେଟର୍‌

ନୂଆଦିଲ୍ଲୀ, ୩୦।୬- ଟୁର୍ନାମେଣ୍ଟ କିମ୍ବା ସିରିଜ ସାରା ପ୍ରଭାବୀ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ମ୍ୟାନ୍‌ ଅଫ୍‌ ଦି ସିରିଜ ପୁରସ୍କାର ପ୍ରଦାନ କରାଯାଇଥାଏ। ଜଣେ ଖେଳାଳିର ସର୍ବଦା ଏହି ସମ୍ମାନଜନକ ପୁରସ୍କାର ପ୍ରତି ଦୁର୍ବଳତା ରହିଥାଏ। ଯେଉଁ ଖେଳାଳି ପୁରା ଟୁର୍ନାମେଣ୍ଟରେ ଲଗାତର ଉଲ୍ଲେଖନୀୟ ପ୍ରଦର୍ଶନ କରିଥାନ୍ତି ଶେଷରେ ତାଙ୍କୁ ମ୍ୟାନ୍‌ ଅଫ୍‌ ଦି ସିରିଜ ପୁରସ୍କାର ପାଇଁ ମନୋନୀତ କରାଯାଇଥାଏ। ଯଦି ଏହି ଖେଳାଳିଙ୍କ ଦଳ ସିରିଜ ଜିତିଛି ତେବେ ପୁରସ୍କାର ଆହୁରି ସ୍ବତନ୍ତ୍ର ହୋଇଯାଏ। ସାଧାରଣତଃ କ୍ରିକେଟ୍‌ ଖେଳରେ ବ୍ୟାଟିଂ ଓ ବୋଲିଂ ଉଭୟରେ ଦକ୍ଷତା ରଖୁଥିବା ଖେଳାଳିମାନେ ହିଁ ମ୍ୟାନ୍‌ ଅଫ୍‌ ଦି ପୁରସ୍କାର ପାଇବା ପାଇଁ ସହଜ ହୋଇଯାଇଥାଏ। ଏହି ପରିପ୍ରେକ୍ଷୀରେ ଦିନିକିଆ କ୍ରିକେଟ୍‌ରେ ଭାରତ ପକ୍ଷରୁ ସର୍ବାଧିକ ଥର ମ୍ୟାନ୍‌ ଅଫ୍‌ ଦି ସିରିଜ ହୋଇଥିବା ୩ ଜଣ ଖେଳାଳି ହେଲେ ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର, ବର୍ତ୍ତମାନର ଅଧିନାୟକ ବିରାଟ କୋହଲି ଓ ପୂର୍ବତନ ଅଲ୍‌ରାଉଣ୍ଡର ଯୁବରାଜ ସିଂ। ତେନ୍ଦୁଲକର ଦିନିକିଆରେ ମୋଟ୍‌ ୧୫ଥର ମ୍ୟାନ୍‌ ଅଫ୍‌ ଦି ସିରିଜ ପୁରସ୍କାର ହାସଲ କରିଛନ୍ତି। ଦିନିକିଆ କ୍ରିକେଟ୍‌ରେ ୪୬୩ ମ୍ୟାଚ୍‌ ଖେଳିଥିବା ସଚିନ ଶେଷଥର ପାଇଁ ୨୦୧୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଏହି ପୁରସ୍କାର ଲାଭ କରିଥିଲେ। ସିରିଜରେ ସେ ମୋଟ୍‌ ୨୦୪ ରନ କରିଥିଲେ। ଯେଉଁଥିରେ ଏକ ଦ୍ୱିଶତକୀୟ ପାଳି ସାମିଲ ରହିଛି। ଦିନିକିଆ କ୍ରିକେଟ୍‌ରେ ଏହା ସର୍ବପ୍ରଥମ ଦ୍ୱିଶତକୀୟ ପାଳି ଥିଲା। ସେହିଭଳି ବର୍ତ୍ତମାନ ଭାରତୀୟ ଦଳର ଅଧିନାୟକ ରହିଥିବା କୋହଲି ଦିନିକିଆରେ ୯ ଥର ମ୍ୟାନ୍‌ ଅଫ୍‌ ଦି ସିରିଜ ହୋଇଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଶେଷଥର ପାଇଁ ସେ ସିରିଜର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ତୃତୀୟ ଭାରତୀୟ ଭାବେ ଯୁବରାଜ ଦିନିକିଆରେ ସର୍ବାଧିକ ୭ଥର ମ୍ୟାନ୍‌ ଅଫ୍‌ ଦି ସିରିଜ ଟ୍ରଫି ଜିତିଛନ୍ତି। କ୍ରିକେଟ୍‌ର ସମସ୍ତ ପ୍ରକାର ଫର୍ମାଟ୍‌ରୁ ଅବସର ନେଇସାରିଥିବା ଯୁବରାଜ ୨୦୦୫ରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମଥର ଲାଗି ମ୍ୟାନ୍‌ ଅଫ୍‌ ଦି ସିରିଜ ପୁରସ୍କାର ଜିତିଥିଲେ। ପାକିସ୍ତାନ ଓ ଇଂଲଣ୍ଡ ବିପକ୍ଷ ଦ୍ୱିପାକ୍ଷିକ ସିରିଜରେ ଯୁବି ୨ଥର ଲେଖାଏ ଏହି ସମ୍ମାନଜନକ ଟ୍ରଫି ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରିଷ୍ଠ  ଆଇନଜୀବୀଙ୍କ ବିୟୋଗ, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୨୫।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ବରିଷ୍ଠ ଆଇନଜୀବୀ ଦିବାକର ପାଢ଼ୀ(୭୫) ଙ୍କ ବ୍ରହ୍ମପୁର ସ୍ଥିତ ବାସଭବନରେ ପରଲୋକ ହୋଇଛି । ସେ ଦୀର୍ଘବର୍ଷ ହେଲା…

ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ରିଙ୍କୁ ସିଂଙ୍କ ବାପା, ଆଗକୁ ଖେଳିବେ କି ନାହିଁ ଜାଣନ୍ତୁ

ନୂଆଦିଲ୍ଲୀ,୨୫।୨: ଭାରତର ଷ୍ଟାର କ୍ରିକେଟର ରିଙ୍କୁ ସିଂହ ସମ୍ପ୍ରତି ଟିମ୍ ଇଣ୍ଡିଆ ଛାଡି ଘରକୁ ଫେରିଥିଲେ । ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ତାଙ୍କ ଫେରିବାର…

କ’ଣ ଗୋଟିଏ ପୁଅ ନାଁରେ ସବୁ ସମ୍ପତ୍ତି କରିପାରିବେ ବାପା? ଜାଣନ୍ତୁ କ’ଣ ରହିଛି ନିୟମ

ପରିବାରରେ ସମ୍ପତ୍ତି ବିବାଦ କିଛି ନୂଆ ନୁହେଁ। ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳ, ପ୍ରାୟତଃ ଏହି ପ୍ରଶ୍ନ ଉଠେ: ଜଣେ ପିତା କ’ଣ ତାଙ୍କର ସମସ୍ତ ଜମି…

୫ ଦିନ ପରେ ମିଳିଲା ପ୍ରଧାନଶିକ୍ଷକଙ୍କ ଝୁଲନ୍ତା ମୃତଦେହ, ପାଖରୁ ମିଳିଲା…

ଝରିଗାଁ,୨୫ା୨(କିଶୋର ଚନ୍ଦ୍ର ମଣ୍ଡଳ): ନିଖୋଜ ହେବାର ୫ ଦିନ ପରେ ମିଳିଲା ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ମୃତଦେହ। ଯାହାକି ପରିବାର ଏବଂ ବିଦ୍ୟାଳୟରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।…

ସ୍ତ୍ରୀକୁ ମାରିବାକୁ ଉଦ୍ୟମ ବେଳେ ମଝିରେ ଆସିଲେ ଶ୍ବଶୁର, ପେଟ୍ରୋଲ ଢାଳି ମାରିଦେଲେ ଜ୍ବାଇଁ

ବାଲିଆପାଳ,୨୫।୨(ଗୋପାଳ ଚନ୍ଦ୍ର ସାହୁ/ରାଜଶ୍ରୀ ପାଣିଗ୍ରାହୀ) ପ୍ରେମ ବିବାହର କରୁଣ ପରିଣତି । ଜ୍ବାଇଁ ସାଜିଲେ ନରରାକ୍ଷସ। ପେଟ୍ରୋଲ ଢ଼ାଳି ଜୀବନରୁ ସ୍ତ୍ରୀଙ୍କୁ ମାରିବା ଉଦ୍ୟମ କରୁଥିବା ବେଳେ…

ମର୍ଡର ଘଟଣା ଉପରୁ ପର୍ଦ୍ଦା ହଟାଇଲେ କୋରାପୁଟ ଏସ୍‌ପି, ପ୍ରେମିକକୁ ପାଇବା ପାଇଁ ହତ୍ୟା କରିଥିଲେ ଝିଅ

ବୋରିଗୁମ୍ମା,୨୫।୨(ବିଜୟ ନାରାୟଣ ସାହୁ): ପ୍ରେମ ପାଇଁ ଜଣେ ନାବାଳିକା ତାଙ୍କ ପ୍ରେମିକ ସହ ମିଶି ମା’ ଓ ନାବାଳକ ଭାଇଙ୍କୁ ହତ୍ୟାକାଣ୍ଡ ମାମଲାରେ ପୋଲିସର ବଡ଼ ଖୁଲାସା…

ଜଙ୍ଗଲରୁ ଦୁର୍ଦ୍ଦାନ୍ତ ମାଓବାଦୀ ଅନ୍ବେଷଙ୍କ ଗଳିତ ମୃତଦେହ ଜବତ, ଏସ୍‌ପି କହିଲେ ପୂରା ଘଟଣା…

ଫୁଲବାଣୀ/ଦାରିଙ୍ଗବାଡ଼ି,୨୫ା୨(ରାକେଶ କୁମାର ରାଉତ/ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା କୁଟିମାହା ଗ୍ରାମ ନିକଟ ପକାରୀ ସଂରକ୍ଷିତ ଜଙ୍ଗଲରୁ ଦୁର୍ଦ୍ଦାନ୍ତ ମାଓବାଦୀ ଅନ୍ବେଷଙ୍କ ଗଳିତ ମୃତଦେହକୁ ପୋଲିସ…

ଗୁଗୁଲ ଏବଂ ୟୁଟ୍ୟୁବକୁ ଚଳାଉଥିବା ସିଇଓମାନେ କେଉଁ ଜାତିର? ଜାଣିଲେ ହୋଇଯିବେ ତାଜୁବ

ବିଶ୍ୱର ସର୍ୱବୃହତ ଟେକ ଏବଂ ଲଗଜରୀ କମ୍ପାନୀଗୁଡ଼ିକରେ ଭାରତୀୟ ବଂଶୋଦ୍ଭବ କାର୍ଯ୍ୟନିର୍ୱାହୀଙ୍କ ପ୍ରାଧାନ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଦିଲ୍ଲୀରେ ସମ୍ପ୍ରତି ଅନୁଷ୍ଠିତ ଏଆଇ ସମ୍ମିଳନୀରେ, ଫ୍ରାନ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri