Posted inଖେଳ

ବିନା ବିଶ୍ରାମରେ ସର୍ବାଧିକ ଟେଷ୍ଟ ମ୍ୟାଚ୍‌ ଖେଳିଥିବା ୩ ଭାରତୀୟ କ୍ରିକେଟର୍‌

ନୂଆଦିଲ୍ଲୀ, ୨୪।୭: କ୍ରିକେଟ୍‌ ଖେଳରେ ଟେଷ୍ଟ ମ୍ୟାଚ୍‌ ସବୁଠାରୁ ଚ୍ୟାଲେଞ୍ଜପୂର୍ଣ୍ଣ ଫର୍ମାଟ୍‌। ସାଧାରଣତଃ ଗୋଟିଏ ଟେଷ୍ଟ ମ୍ୟାଚ୍‌ ୫ ଦିବସୀୟ ହୋଇଥିବାବେଳେ ପ୍ରତ୍ୟେକ ଦିନ ୯୦ ଓଭର ଖେଳ ହୋଇଥାଏ। ତେଣୁ ଟେଷ୍ଟ କ୍ରିକେଟର୍‌ଙ୍କ ସହନଶୀଳତା ଅବିଶ୍ୱସନୀୟ ରହିଥାଏ। ଯେପରିକି ଦ୍ରୁତ ବୋଲରମାନେ ଲମ୍ବା ଦୂରତାରୁ ଦୌଡ଼ି ଲମ୍ବା ସ୍ପେଲ୍‌ ଧରି ବୋଲିଂ କରିଥାନ୍ତି। ସେହିଭଳି ବ୍ୟାଟ୍ସମ୍ୟାନମାନେ ଧୌର୍ଯ୍ୟର ସହ ନିରନ୍ତର ଭାବେ ଏକାଗ୍ରତା ରଖି ବ୍ୟାଟିଂ କରିବା ସହ ବୋଲରଙ୍କୁ ନିରାଶ କରିଥାନ୍ତି। ତେବେ ଫିଟ୍‌ନେସ ସମସ୍ୟା ଲାଗି ଅଧିକାଂଶ କ୍ରିକେଟର୍‌ ସବୁ ଟେଷ୍ଟରେ ଖେଳିପାରି ନ ଥାନ୍ତି। ଆଘାତଜନିତ ସମସ୍ୟା ଯୋଗୁ ଅଧିକାଂଶ ସମୟ ସେମାନଙ୍କୁ ଦଳରୁ ବାହାରେ ବସିବାକୁ ପଡ଼ିଥାଏ। ତେବେ ଏମିତି କିଛି କ୍ରିକେଟର୍‌ ରହିଛନ୍ତି ଯେଉଁମାନେ ବିନା ବିଶ୍ରାମରେ କ୍ରମାଗତ ଭାବେ ଟେଷ୍ଟ ମ୍ୟାଚ୍‌ ଖେଳିବାର ରେକର୍ଡ କରିଛନ୍ତି।
ବିନା ବିଶ୍ରାମରେ ଭାରତ ପକ୍ଷରୁ ସର୍ବାଧିକ ମ୍ୟାଚ୍‌ ଖେଳିଥିବା ୩ ଜଣ ଖେଳାଳିଙ୍କ ସମ୍ପର୍କରେ ସଂକ୍ଷେପରେ ଆଲୋଚନା କରିବା।

ଏହି ତାଲିକାର ସର୍ବାଗ୍ରେ ରହିବେ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର। ଲିଟିଲ୍‌ ମାଷ୍ଟର ଭାବେ ବିଶ୍ୱରେ ପରିଚିତ ଗାଭାସ୍କର ବିନା ବିଶ୍ରାମରେ ୧୦୬ ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି। ସେ ୨୩ ଜାନୁୟାରୀ ୧୯୭୫ରୁ ୩ ଫେବ୍ରୁୟାରୀ ୧୯୮୭ ପର୍ଯ୍ୟନ୍ତ କ୍ରମାଗତ ଭାବେ ୧୦୬ଟି ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି। ଜଣେ ଭାରତୀୟ ଖେଳାଳି ଭାବେ ଏହା ରେକର୍ଡ। ଏହି ସମୟ ମଧ୍ୟରେ ସେ ୮,୫୪୫ ରନ ସଂଗ୍ରହ କରିଥିଲେ। ଯେଉଁଥିରେ ୨୯ ଶତକ ଓ ୩୫ ଅର୍ଦ୍ଧଶତକ ସାମିଲ ରହିଛି। ଅବସର ପୂର୍ବରୁ ଗାଭାସ୍କର ବିଶ୍ୱର ପ୍ରଥମ କ୍ରିକେଟର୍‌ ଭାବେ ଟେଷ୍ଟ ଫର୍ମାଟ୍‌ରେ ୧୦ ହଜାର ରନ ସଂଗ୍ରହ କରିଥିଲେ। କ୍ରମାଗତ ଟେଷ୍ଟ ମ୍ୟାଚ୍‌ ଖେଳିଥିବା ଭାରତୀୟଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରାହୁଲ ଡ୍ରାଭିଡ୍‌ ରହିଛନ୍ତି। ଡ୍ରାଭିଡ୍‌ ୨୦ ଜୁନ୍‌ ୧୯୯୬ରେ ଲଡର୍‌ସରେ ଟେଷ୍ଟ ପଦାର୍ପଣ କରିଥିଲେ। ଏହାପରଠାରୁ ସେ ବିଶ୍ରାମ ନ ନେଇ ୧୦ ଡିସେମ୍ବର ୨୦୦୫ ପର୍ଯ୍ୟନ୍ତ ୯୩ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ଏହି ସମୟ ମଧ୍ୟରେ ସେ ୫୭.୧୬ ଆଭରେଜରେ ୮,୦୦୩ ରନ ସଂଗ୍ରହ କରିଥିଲେ। ଯାହା ମଧ୍ୟରେ ୨୦ ଶତକ ଓ ୩୯ ଅର୍ଦ୍ଧଶତକ ସାମିଲ ରହିଥିଲା। ଏହି ସମୟ ମଧ୍ୟରେ ସେ ନିଜ ଟେଷ୍ଟ କ୍ୟାରିୟରର ସର୍ବାଧିକ ସ୍କୋର (୨୭୦ ବନାମ ପାକିସ୍ତାନ) ମଧ୍ୟ ହାସଲ କରିଥିଲେ। ଏହି ତାଲିକାର ଅନ୍ତିମ ତଥା ୩ୟ ସ୍ଥାନରେ ରହିଛନ୍ତି ଗୁଣ୍ଡାପ୍ପା ବିଶ୍ୱନାଥ। ମହୀସୂର ଜନ୍ମିତ ବିଶ୍ୱନାଥ କ୍ୟାରିୟରରେ ମୋଟ୍‌ ୯୧ ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି। କିନ୍ତୁ ସେଥିମଧ୍ୟରୁ ସେ ୮୭ଟି ଟେଷ୍ଟ ମ୍ୟାଚ୍‌ ବିନା ବିଶ୍ରାମରେ ୧୯ ମାର୍ଚ୍ଚ ୧୯୭୧ରୁ ୩୦ ଜାନୁୟାରୀ ୧୯୮୩ ପର୍ଯ୍ୟନ୍ତ କ୍ରମାଗତ ଭାବେ ଖେଳିଥିଲେ। ଏହି ପିରିୟଡ଼ରେ ସେ ୧୩ ଶତକ ଓ ୩୩ ଅର୍ଦ୍ଧଶତକ ସହାୟତାରେ ୫,୭୪୬ ରନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri