ଚିକିତ୍ସା କରିବାକୁ ମନା କଲେ ୩ ହସ୍ପିଟାଲ: କରୋନା ଆକ୍ରାନ୍ତ ଦ୍ୱାଦଶ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

କୋଲକାତା, ୧୨।୭: କରୋନା ମହାମାରୀ ସଂକ୍ରମଣ ଠାରୁ ଲୋକଙ୍କ ମଧ୍ୟରେ ଅଧିକ ଆତଙ୍କ ସୃଷ୍ଟି କରୁଛି ଏହା ପ୍ରତି ଥିବା ଭୟ। ଫଳରେ କେତେକ ରୋଗୀଙ୍କୁ ଠିକ୍‌ ସମୟରେ ଚିକିତ୍ସା ନ ମିଳିପାରିବାରୁ ସେମାନଙ୍କର ମୃତ୍ୟୁ ଘଟୁଛି। ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଡାଇବେଟିସ୍‌ ସମସ୍ୟା ଥିବା ଜଣେ ୧୮ ବର୍ଷ ବୟସ୍କ ଦ୍ୱାଦଶ ଶ୍ରେଣୀ ଛାତ୍ର ଶୁଭ୍ରଜିତ ଚଟ୍ଟୋପାଧ୍ୟାୟଙ୍କର ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଥିଲା।  ମାତାପିତା ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ଲାଗି ଉଦ୍ୟମ କରିଥିଲେ। ସେମାନେ ୩ଟି ହସ୍ପିଟାଲକୁ ଯାଇଥିଲେ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ ଶୁଭ୍ରଜିତଙ୍କୁ ଆଡମିଶନ କରିବାକୁ ମନା କରିଦେଇଥିଲେ। ସେମାନେ କୋଲକାତା ମେଡିକାଲ କଲେଜ ଏବଂ ହସପିଟାଲ (କେଏମ୍‌ସିଏଚ୍‌)କୁ ଯାଇଥିଲେ। ହସ୍ପିଟାଲ ପକ୍ଷରୁ ମନା କରାଯାଇଥିଲା। ତେବେ ଶୁଭ୍ରଜିତଙ୍କ ମାତା ଆତ୍ମହତ୍ୟା କରିବାକୁ ଧମକ ଦେବାରୁ ଚିକିତ୍ସା ଆରମ୍ଭ ହୋଇଥିଲା। ଶୁକ୍ରବାର ରାତିରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଶୁୁଭ୍ରଜିତଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଶୁଭ୍ରଜିତଙ୍କ ମାତାପିତା ଚିକିତ୍ସାରେ ଅବହେଳା ଅଭିଯୋଗ କରିଛନ୍ତି। ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶକ ଅଜୟ ଚକ୍ରବର୍ତ୍ତୀ କହିଛନ୍ତି ଯେ, ଏହି ଘଟଣାର ତଦନ୍ତ କରାଯିବ। ନିଶ୍ୱାସ ନେବାରେ କଷ୍ଟ ହେବାରୁ ଶୁଭ୍ରଜିତଙ୍କୁ ପ୍ରଥମେ କାମରହାଟିସ୍ଥିତ ଇଏସ୍‌ଆଇ ହସ୍ପିଟାଲକୁ ନିଆଯାଇଥିବା ତାଙ୍କ ମାତା କହିଛନ୍ତି। କିନ୍ତୁ ସେଠାରେ ଆଇସିୟୁରେ କୌଣସି ଶଯ୍ୟା ଖାଲି ନ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା। ଏହାପରେ ଏକ ଘରୋଇ ହସ୍ପିଟାଲରେ ଶୁଭ୍ରଜିତଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ ଆସିଥିଲା। ତେବେ ଶଯ୍ୟାର ଅଭାବ ଥିବା କହି ସେଠାରେ ତାଙ୍କର ଚିକିତ୍ସା କରାଯାଇ ନ ଥିଲା। ଏହାପରେ ସାଗର ଦତ୍ତା ହସ୍ପିଟାଲରେ ମଧ୍ୟ ତାଙ୍କୁ ଆଡମିଶନ କରିବାକୁ ବାରଣ କରାଯାଇଥିବା ମାତା କହିଛନ୍ତି।
କେଏମ୍‌ସିଏଚ୍‌ରେ ଚିକିତ୍ସା ସମୟରେ ଶୁଭ୍ରଜିତଙ୍କୁ କୌଣସି ଔଷଧ ଦିଆଯାଇ ନ ଥିଲା। ତାଙ୍କୁ ୱାର୍ଡକୁ ନିଆଯାଇଥିଲା। ସେଠାରେ କୌଣସି ସୁବିଧା ନ ଥିଲା। ମାତାପିତା ବିକଳରେ ପୁଅର ସ୍ବାସ୍ଥ୍ୟ ବିଷୟରେ ପଚରାଉଚରା ଜାରି ରଖିଥିଲେ ମଧ୍ୟ ସେମାନଙ୍କୁ କିଛି ସୂଚନା ଦିଆଯାଇ ନ ଥିଲା। ପରେ ଅନୁସନ୍ଧାନ ବିଭାଗରେ ପଚରାଉଚରା କରିବାରୁ ଜଣା ପଡ଼ିଥିଲା ଯେ, ରାତି ୯ଟା ୩୦ରେ ଶୁଭ୍ରଜିତଙ୍କର ମୃତ୍ୟୁ ଘଟିଛି। ଅବହେଳା ଯୋଗୁ ଏହା ଘଟିଥିବା ମାତାପିତା ଅଭିଯୋଗ କରିଛନ୍ତି। ଠିକ୍‌ ସମୟରେ ଚିକିତ୍ସା ସୁବିଧା ମିଳିଥିଲେ ଶୁଭ୍ରଜିତଙ୍କ ଜୀବନ ରକ୍ଷା ସମ୍ଭବ ହୋଇଥାନ୍ତା ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri