ଜମନକିରା,୯ା୩(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ବଡରମା ପଞ୍ଚାୟତ ଡିମିରିମୁଣ୍ଡା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଏନଏଚ୍ ୫୩ରେ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହିତ କଣ୍ଟେନରରେ ମଧ୍ୟ ନିଆଁ ଲାଗିଯାଇଛି ।
ସୂଚନା ଅନୁସାରେ, ବାଇକରେ ଯାଉଥିବା ୩ ଜଣ ଏକ ବିପରୀତ ଦିଗରୁ ଆସୁଥିବା ଏକ କଣ୍ଟେନର ସହ ମୁହାମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଦୁର୍ଘଟଣା ହେବା ଫଳରେ ବାଇକ ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ କଣ୍ଟେନର ଗାଡ଼ିର ସମ୍ମୁଖ କେବିନ୍ ମଧ୍ୟ ଜଳି ଯାଇଛି । ଉଭୟ ପୋଲିସ ଓ ଅଗ୍ନିଶମ ବିଭାଗ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ଖବର ଲେଖାଯିବା ସୁଦ୍ଧା ମୃତକମାନଙ୍କ ପରିଚୟ ମିଳିପାରି ନାହିଁ ।

