Categories: ବାଣିଜ୍ୟ

ସିୟୁଟିଏମ୍‌ରେ ୩ଦିନିଆ ‘ଆଗ୍ରିଭିଜନ-୨୦୨୩’

ଭୁବନେଶ୍ୱର,୨୬।୧: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ସେଞ୍ଚୁରିଅନ୍‌ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି ଓ ମ୍ୟାନେଜମେଣ୍ଟ (ସିୟୁଟିଏମ୍‌) ପରିସରରେ ଏକ ୩ଦିନିଆ ଜାତୀୟସ୍ତରୀୟ କର୍ମଶାଳା ‘ଆଗ୍ରିଭିଜନ-୨୦୨୩’ ଅନୁଷ୍ଠିତ ହେବ। ଏପରିକି କୃଷି ଅନୁସନ୍ଧାନ ଓ ପରିଚାଳନା ସଂସ୍ଥା (ଏସ୍‌ଏଆର୍‌ଏମ୍‌) ଓ ସେଞ୍ଚୁରିଅନ୍‌ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି ଓ ମ୍ୟାନେଜମେଣ୍ଟ (ସିୟୁଟିଏମ୍‌) ଏବଂ ନାଇଜର ଭୁବନେଶ୍ୱରର ମିଳିତ ପ୍ରାୟୋଜନରେ ଉକ୍ତ କର୍ମଶାଳା ଅନୁଷ୍ଠିତ ହେବାକୁ ଯାଉଛି। ବିଶେଷକରି କୃଷି ଓ ଗ୍ରାମ୍ୟ ଉନ୍ନୟନ ଶୀର୍ଷକ ବିଷୟବସ୍ତୁ ଉପରେ ଏହି ଅନ୍ତର୍ଜାତୀୟ ସମ୍ମିଳନୀର ଆୟୋଜନ କରାଯାଉଛି। ସେହିଭଳି ଚଳିତ ମାସ ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ସିୟୁଟିଏମ୍‌ ଭୁବନେଶ୍ୱର କ୍ୟାମ୍ପସ ପରିସରରେ ଏହା ଅନୁଷ୍ଠିତ ହେବ। ଅପରପକ୍ଷରେ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରର ବୈଜ୍ଞାନିକ, ଗବେଷକ ଏବଂ ଛାତ୍ରୀଛାତ୍ରମାନେ ଉକ୍ତ ସମ୍ମିଳନୀରେ ଯୋଗଦେବେ ବୋଲି ଜଣାପଡିଛି। ଏହି ପରିପ୍ରେକ୍ଷୀରେ ବୈଜ୍ଞାନିକ ଅଧିବେଶନ, ପୋଷ୍ଟର ଅଧିବେଶନ, ପ୍ରଦର୍ଶନୀ ଏବଂ କୃଷକ ମିଳନ କାର୍ଯ୍ୟକ୍ରମ ଆଜିର ଆୟୋଜନ କରାଯାଉଛି।

Share