ଓଟିଡିସି ନାଁରେ ଠିକାଦାରଙ୍କଠାରୁ ୩ କୋଟି ଠକେଇ

ଭୁବନେଶ୍ୱର,୨୩।୮(ବ୍ୟୁରୋ): ଓଡ଼ିଶା ଟୁରିଜମ୍‌ ଡେଭଲପ୍‌ମେଣ୍ଟ କର୍ପୋରେଶନ (ଓଟିଡିସି) ନାଁରେ ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର କଣ୍ଟ୍ରାକ୍ଟର ଧନୁର୍ଦ୍ଧର ଚମ୍ପତ୍ତିରାୟଙ୍କୁ ଜାଲ୍‌ ୱାର୍କ ଅର୍ଡର ଦେଇ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ରବିବାର ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କଟକ ସିଡିଏରେ ରହୁଥିବା ଆତ୍ମଘୋଷିତ ବାବା ବିଜୟାନନ୍ଦ ଚୌଧୁରୀ ତଥା ସ୍ବାମୀ ବିଜୟାନନ୍ଦ ମହାରାଜ ଓ ନୟାପଲ୍ଲୀ ଥାନା ଅଞ୍ଚଳର ଓଟିଡିସିର ପୂର୍ବତନ ଇଞ୍ଜିନିୟର ଚନ୍ଦନ ଆକାଶ ମହାନ୍ତି। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଗତବର୍ଷ କରୋନା ମହାମାରୀ ସମୟରେ କାମଧନ୍ଦା ବନ୍ଦ ହୋଇଯିବାରୁ ଧନୁର୍ଦ୍ଧର ହାତବାନ୍ଧି ବସିଥିଲେ। ମେ’ ମାସରେ ଜଣେ ସମ୍ପର୍କୀୟ ତାଙ୍କୁ ବାବା ବିଜୟାନନ୍ଦଙ୍କ ସହିତ ପରିଚୟ କରାଇଥିଲେ। ବିଜୟାନନ୍ଦ ନିଜକୁ ଓଟିଡିସିର ଚେୟାରମ୍ୟାନ ଓ ଆଇଟିଡିସିର ସଦସ୍ୟ କହିବା ସହ ବଡ଼ ବଡ଼ କାମ ଯୋଗାଇ ଦେବାର ଲୋଭ ଦେଖାଇଥିଲେ। ପରେ ଚନ୍ଦନଙ୍କ ସହ ଭେଟ କରାଇ ବିଶ୍ୱାସ ଜନ୍ମାଇଥିଲେ। ଚନ୍ଦନ ନିଜକୁ ଓଟିଡିସିରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଥିବା କହିଥିଲେ। ବିଜୟାନନ୍ଦ ଓ ଚନ୍ଦନ କଣ୍ଟ୍ରାକ୍ଟର ଧନୁର୍ଦ୍ଧରଙ୍କ ସହ କାମ ସଂକ୍ରାନ୍ତରେ ଆଲୋଚନା କରିଥିଲେ। ପରେ ସେମାନେ ଓଟିଡିସି ନାଁରେ ବହୁ କୋଟି ଟଙ୍କାର ୱାର୍କ ଅର୍ଡର ଦେଇ ତାଙ୍କଠାରୁ ୩ କୋଟି ଟଙ୍କା ନେଇଥିଲେ। ୱାର୍କ ଅର୍ଡର ପାଇଥିଲେ ବି ଧନୁର୍ଦ୍ଧର କୌଣସି କାମ ଆରମ୍ଭ କରିପାରି ନ ଥିଲେ। ଏନେଇ ସେ ଅଭିଯୁକ୍ତ ଦ୍ୱୟଙ୍କୁ କହିବାରୁ ମହାମାରୀ ପାଇଁ କାମ ଅଟକିଛି ବୋଲି ସେମାନେ ସଫେଇ ଦେଇଥିଲେ।ଶେଷରେ ଧନୁର୍ଦ୍ଧର ଓଟିଡିସି କାର୍ଯ୍ୟାଳୟକୁ ଯାଇ ବୁଝାଶୁଝା କରିବା ପରେ ସେପରି କାର୍ଯ୍ୟ କିଛି ନ ଥିବା ଓ କାହାକୁ ଓ୍ବାର୍କ ଅର୍ଡର ଦିଆଯାଇ ନ ଥିବା ଜାଣିବାକୁ ପାଇଥିଲେ। ସେ ଠକେଇର ଶିକାର ହୋଇଥିବା ସ୍ପଷ୍ଟ ହେବା ପରେ ଓଟିଡିସିର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିଲେ। ଏନେଇ ଓଟିଡିସି ପକ୍ଷରୁ ଅଭିଯୋଗ ହେବାପରେ ଇଓଡବ୍ଲ୍ୟ ମାମଲା (ନଂ-୧୦/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ବଢୁଛି ତାପମାତ୍ରା: ଆସନ୍ତା ୨ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୧୬ା୨(ବନ୍ଦନା ସେଠୀ):ରାଜ୍ୟରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଉଛି। ରାତିରେ ଶୀତ, ଭୋର୍‌ ସମୟରେ କୁହୁଡି ଓ ଦିନରେ ଖରାତାତି ଅନୁଭୂତ ହେଉଛି। ଉତ୍ତର ଉପକୂଳ ଓଡ଼ିଶାର କିଛି…

ପାକିସ୍ତାନର ଗର୍ବ ଭାଙ୍ଗିଲେ ଏହି ୫ ଖେଳାଳି: ସାଜିଲେ ବିଜୟର ହିରୋ

କଲମ୍ବୋ,୧୬।୨: ୨୦୨୬ ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଆଉ ଏକ ସ୍ମରଣୀୟ ବିଜୟ ସହିତ ଭାରତ ସୁପର ୮ରେ ପ୍ରାୟ ନିଜର ସ୍ଥାନ ସୁରକ୍ଷିତ କରିଛି। ଏହି…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri