ଅବହେଳିତ ଅବସ୍ଥାରେ ବ୍ରିଟିଶ ଅମଳର ବିଦ୍ୟାଳୟ, ଗୋଟିଏ କୋଠରିରେ ପଢୁଛନ୍ତି ୩ ଶ୍ରେଣୀ ପିଲା

ରାୟଗଡ଼ା,୨୪।୮(ଭାଗ୍ୟଶ୍ରୀ ମିଶ୍ର): ପିଲାଙ୍କ ଗୁଣାତ୍ମକ ଶିକ୍ଷା ପାଇଁ ରାଜ୍ୟ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଅନେକ ସ୍ଥାନରେ ଏହାର ସୁଫଳ ପହଞ୍ଚତ୍ ପାରୁ ନ ଥିବା ଅଭିଯୋଗ ହେଉଛି। ରାୟଗଡ଼ା ସହରର କଂଗ୍ରେସ ଭବନଠାରେ ବ୍ରିଟିଶ୍‌ ଅମଳରୁ ପ୍ରତିଷ୍ଠା ହୋଇଥିବା ଏହି ସରକାରୀ ବିଦ୍ୟାଳୟର ଶ୍ରେଣୀକକ୍ଷ ମରାମତି ଅଭାବରୁ ଏବେ ଅବହେଳିତ ଅବସ୍ଥାରେ ରହିଛି। ଅନ୍ୟପକ୍ଷରେ ଉକ୍ତ ବିଦ୍ୟାଳୟ ସହିତ ଅନ୍ୟ ୨ଟି ସ୍କୁଲକୁ ମିଶ୍ରଣ କରାଯାଇଥିବାବେଳେ ଶ୍ରେଣୀଗୃହ ଅଭାବରୁ ଗୋଟିଏ କୋଠରିରେ ୩ଟି ଶ୍ରେଣୀର ପିଲାଙ୍କୁ ଶିକ୍ଷାଦାନ କରାଯାଉଛି। ୬ଷ୍ଠ, ୭ମ ଓ ୮ମ ଶ୍ରେଣୀ ଛାତ୍ରୀଛାତ୍ର ଗୋଟିଏ କୋଠରିରେ ବସି ପାଠ ପଢୁଥିବାରୁ ଅନେକ ସମସ୍ୟା ସୃଷ୍ଟି ହେଉଛି। ଗୋଟିଏ କ୍ଲାସ୍‌ ପିଲାଙ୍କୁ ପାଠ ପଢାଇବା ସମୟରେ ଅନ୍ୟ ଶ୍ରେଣୀ ପିଲାଙ୍କର ଅସୁବିଧା ହେଉଥିବା ଛାତ୍ରୀଛାତ୍ର ଅଭିଯୋଗ କରିଛନ୍ତି। ସେହିପରି ସାମାନ୍ୟ ବର୍ଷା ହେଲେ ଶ୍ରେଣୀକକ୍ଷ ଛାତରୁ ପାଣି ଗଳୁଛି l ସ୍କୁଲରେ ଷ୍ଟୋରରୁମ୍‌ ନ ଥିବାରୁ ଶ୍ରେଣୀକକ୍ଷରେ ମଧ୍ୟାହ୍ନଭୋଜନ ପାଇଁ ଆସୁଥିବା ଚାଉଳ ରଖାଯାଉଛି l ବର୍ଷା ହେଲେ ପାଣି ଗଳି ଚାଉଳ ନଷ୍ଟ ହୋଇଯାଉଥିବା ଶିକ୍ଷୟିତ୍ରୀ ଶିକ୍ଷକ ଅଭିଯୋଗ କରିଛନ୍ତି l ବିଦ୍ୟାଳୟରେ ଶୌଚାଳୟ ବ୍ୟବସ୍ଥା ନ ଥିବାରୁ ଛାତ୍ରୀଛାତ୍ର ବାଧ୍ୟ ହୋଇ ବାହାରକୁ ଯାଉଛନ୍ତି।

ସୂଚନାଯୋଗ୍ୟ, ରାୟଗଡା ସହରରେ ଥିବା ଏକ୍ସ ବୋର୍ଡ ୟୁପି ସରକାରୀ ବିଦ୍ୟାଳୟ ବ୍ରିଟିଶ ଅମଳରେ ପ୍ରତିଷ୍ଠା ହୋଇଥିଲା। ବିଦ୍ୟାଳୟରେ ନାନା ଅବ୍ୟବସ୍ଥା ଲାଗି ରହିଥିବାବେଳେ କେଉଁଠି ଛାତ୍ରୀଛାତ୍ର ସଂଖ୍ୟା କମ୍‌ ତ କେଉଁଠି ଅନ୍ୟ ବିଦ୍ୟାଳୟର ସ୍ଥିତି ଠିକ୍‌ ନ ଥିବା ଦର୍ଶାଇ ୨୦୧୮ରେ ଜିଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଦ୍ବିଭାଷୀ ବିଦ୍ୟାଳୟ ଏବଂ ଏକ୍ସ ବୋର୍ଡ ୟୁପି ସ୍କୁଲକୁ ରାୟଗଡ଼ା କଂଗ୍ରେସ ଭବନଠାରେ ଥିବା ସରକାରୀ ବିଦ୍ୟାଳୟ ସହିତ ମିଶ୍ରଣ କରାଯାଇଛି । ବିଦ୍ୟାଳୟରେ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ବିଦ୍ୟାଳୟରେ ଏବେ ୨୬୪ ଛାତ୍ରୀଛାତ୍ର ପାଠ ପଢ଼ୁଛନ୍ତି। ବିଦ୍ୟାଳୟରେ ଅନୁଷଙ୍ଗିକ ବ୍ୟବସ୍ଥା ନ ଥିବାରୁ ଧୀରେ ଧୀରେ ଅଭିଭାବକମାନେ ନିଜ ପିଲାଙ୍କୁ ଅନ୍ୟ ସ୍କୁଲକୁ ନେଇଯାଉଥିବା ଜଣାପଡ଼ିଛି। ବିଦ୍ୟାଳୟର ଅବ୍ୟବସ୍ଥା ନେଇ ପ୍ରଧାନ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କୁ ପଚାରିବାରୁ ପ୍ରତିବର୍ଷ ବିଦ୍ୟାଳୟର ଉନ୍ନତୀକରଣ ପାଇଁ ୭୫ ହଜାର ଟଙ୍କା ଅନୁଦାନ ଆସୁଥିଲେ ବି ଏତେ କମ୍‌ ଟଙ୍କାରେ ବିଦ୍ୟାଳୟର ବିକାଶ କରିବା ସମ୍ଭବପର ହୋଇପାରୁ ନାହିଁ। ଅନ୍ୟପକ୍ଷେ ଛାତ୍ରୀଛାତ୍ର ଅନୁସାରେ ସରକାରଙ୍କର କମ୍ପୋଜିଟ ଫଣ୍ଡ ଆସିଥାଏ। କିନ୍ତୁ ତାହାକୁ ମିଶ୍ରଣ କରାଯାଇଥିବା ବିଦ୍ୟାଳୟରେ ଖର୍ଚ୍ଚ କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି। ବିଦ୍ୟାଳୟ ପାଇଁ ଆଉ ୫ଟି ଅତିରିକ୍ତ କ୍ଲାସ୍‌ରୁମ୍‌ର ଆବଶ୍ୟକତା ଥିବା ଏବଂ ଶ୍ରେଣୀକକ୍ଷ ତୁରନ୍ତ ମରାମତି କରାଯିବା କଥା ବୋଲି ସେ କହିଛନ୍ତି l ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ଅନେକ ଥର ଜିଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କିଛି ପଦକ୍ଷେପ ନିଆଯାଉ ନ ଥିବା ସେ କହିଛନ୍ତି l ଅନ୍ୟପକ୍ଷେ ବିଦ୍ୟାଳୟ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିବାକୁ ପ୍ରତିମାସରେ ସିଆର୍‌ସି ବିଦ୍ୟାଳୟ ପରିଦର୍ଶନ କରି ରିପୋର୍ଟ ପ୍ରଦାନ କରିବାର ନିୟମ ଥିଲେ ମଧ୍ୟ ଏହା କାର୍ଯ୍ୟକାରୀ କରାଯାଉ ନ ଥିବା ଅଭିଯୋଗ ହେଉଛି। ସହର ମୁଖ୍ୟ ଛକ ବଜାରରେ ଥିବା ବିଦ୍ୟାଳୟର ସ୍ଥିତି ଯଦି ଏଭଳି ତେବେ ଗ୍ରାମାଞ୍ଚଳ ସ୍ଥିତି କ’ଣ ନ ହୋଇଥିବା ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ଶିକ୍ଷା ବିଭାଗ ତୁରନ୍ତ ଧ୍ୟାନ ଦେଇ ବିଦ୍ୟାଳୟ ପ୍ରତି ଉଚିତ ପଦକ୍ଷେପ ନେଇ ମରାମତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି l ଏ ନେଇ ଜିଲା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଖୁବଶୀଘ୍ର ବିଇଓଙ୍କୁ ଉକ୍ତ ସ୍କୁଲକୁ ପଠାଇ ସମସ୍ୟାର ଅନୁଧ୍ୟାନ କରାଯିବ । ପରେ ବିଦ୍ୟାଳୟର ଉନ୍ନତିକରଣ ପାଇଁ ପଦକ୍ଷେପ ନିଆଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

‘ଭାଇ! ଯଦି ତୁମକୁ…’ଯୁଦ୍ଧବିରତି ମଧ୍ୟରେ ଭାରତକୁ ବଡ଼ ଅଫର ଦେଲା ରୁଷିଆ, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୯।୪: ଯେତେବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ବିଶ୍ୱର ବିଭିନ୍ନ ଦେଶ ତୈଳ ଅଭାବର ସମ୍ମୁଖୀନ ହେଉଥିଲେ, ସେତେବେଳେ ରୁଷିଆ ଭାରତକୁ ତେଲ ଯୋଗାଇଥିଲା। ଏବେ, ରୁଷିଆ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri