ପୁରୀ ଅଫିସ,୨୬।୪: ମହାପ୍ରଭୁଙ୍କ ରଥଯାତ୍ରା ଉପଲକ୍ଷେ ପବିତ୍ର ଅକ୍ଷୟ ତୃତୀୟାଠାରୁ ଶ୍ରୀନହରସ୍ଥିତ ଅସ୍ଥାୟୀ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି। ତିନିରଥର ମୁଖ୍ୟ ବିଶ୍ୱକର୍ମା ମହାରଣାଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରାଥମିକ ପର୍ଯ୍ୟାୟରେ ରଥ ନିର୍ମାଣ ପାଇଁ ଆବଶ୍ୟକ ଚକ ପାଇଁ ତୁମ୍ବ ନିର୍ମାଣର କାର୍ଯ୍ୟ ଜାରିରହିଛି। ଶ୍ରୀନଅରସ୍ଥିତ ଅସ୍ଥାୟୀ ରଥ ଖଳାରେ ମହାପ୍ରଭୁଙ୍କ ରଥ ନିର୍ମାଣରେ ନିୟୋଜିତ ଥିବା କାରିଗର ଏବଂ ସେବକମାନଙ୍କ ହାତୁଡି ଏବଂ ନିହଣ ଶବ୍ଦରେ ଅସ୍ଥାୟୀ ରଥଖଳା ବେଶ୍ ଚଳଚଞ୍ଚଳ ହୋଇ ଉଠିଛି। ବିଶ୍ୱକର୍ମା ମହାରଣା, ଭୋଇ ସେବକ ଏବଂ ଓଝା ସେବକମାନେ ନିଷ୍ଠାର ସହ ରଥ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଉଛନ୍ତି। ରଥ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ତିନି ରଥର ତୁମ୍ବ କାର୍ଯ୍ୟ ଜାରି ରହିଛି। ତିନିରଥରେ ମୋଟ ୪୨ଟି ଚକ ରହିଥାଏ। ତେଣୁ ୪୨ଟି ଚକ ପାଇଁ ୪୨ଟି ତୁମ୍ବ ନିର୍ମାଣ ଚାଲିଛି। ତେବେ ମଙ୍ଗଳବାର ରଥ ନିର୍ମାଣର ଦ୍ୱିତୀୟ ଦିନରେ ରଥ ନିର୍ମାଣକାରୀ ସେବକମାନେ ସକାଳ ୮ଟାରେ ରଥ ଖଳାରେ ପହଞ୍ଚତ୍ କାର୍ଯ୍ୟ ଆରମ୍ଭ କରିଥିଲେ। ମଙ୍ଗଳବାର ସୁଦ୍ଧା ତିନିରଥର ମୋଟ ୯ଟି ତୁମ୍ବର ଗୋଲେଇ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ସୋମବାର ରଥ ନିର୍ମାଣର ପ୍ରଥମ ଦିନରେ ବିଶ୍ୱକର୍ମା ମହାରଣାମାନେ ଚିହ୍ନ ଦେବା ପରେ କରତି ସେବକମାନେ କାଠ ଗଡକୁ ଚିରଟ କରି ତିନି ରଥ ପାଇଁ ଦୁଇଟି ଲେଖାଏ ତୁମ୍ବ ଗଡ଼ ଯୋଗାଇଥିଲେ। ମଙ୍ଗଳବାର ତିନି ରଥର ମହାରଣାମାନଙ୍କୁ କରତି ସେବକମାନେ ଆଉ ଦୁଇଟି ଲେଖାଏ ତୁମ୍ବ ଗଡ଼ ଚିରଟ କରି ଯୋଗାଇଥିଲେ। ସେହିପରି ଦୁଇଟି ତୁମ୍ବ ପାଇଁ କାଠ ଚିରଟ ଜାରି ରଖିଛନ୍ତି। ଏଥିସହ ଓଝା ସେବକମାନେ ମଙ୍ଗଳବାରଠାରୁ ଦୋଳବେଦୀସ୍ଥିତ ଅସ୍ଥାୟୀ କମାରଶାଳରେ ରଥ ପାଇଁ କଣ୍ଟା ନିର୍ମାଣ ଆରମ୍ଭ କରିଛନ୍ତି। ପରମ୍ପରା ଅନୁଯାୟୀ ରଥ ନିର୍ମାଣର ପ୍ରଥମ ଦିନରେ ଓଝା ସେବକମାନେ ପୂଜାଚର୍ଚ୍ଚା ସହ ବିଧିବିଧାନ ଅନୁଯାୟୀ ଶାଳ ଅନୁକୂଳ କରିଥିଲେ। ପରେ ମଙ୍ଗଳବାର ତିନିରଥର କମାର ସେବକମାନେ ତୁମ୍ବରେ ଅର ସଂଯୋଗ ପାଇଁ ସର କଣ୍ଟା ନିର୍ମାଣ ଆରମ୍ଭ କରିଛନ୍ତି। ତେବେ ରଥ ନିର୍ମାଣର ଦ୍ୱିତୀୟ ଦିନରେ ତିନିରଥର ମୋଟ ମହାରଣା ୧୭ଜଣ ନିୟୋଜିତ ଥିବା ବେଳେ ତିନିରଥରେ ଭୋଇ ସେବକ ୧୨ଜଣ, ତିନିରଥରେ କରତି ସେବକ ୪ଜଣ, ତିନିରଥରେ କମାର ସେବକ ୬ଜଣ ନିୟୋଜିତ ଥିବାବେଳେ ରଥଖଳା ସହାୟକ ଭାବେ ଜଣେ ନିୟୋଜିତ ରହିଛନ୍ତି। ଏହିପରି ରଥ ନିର୍ମାଣର ଦ୍ୱିତୀୟ ଦିନରେ ମୋଟ ୪୦ଜଣ ସେବାୟତ ଓ କାରିଗର ନିୟୋଜିତ ରହିଥିଲେ।
Posted inHome Left, ଆମ ଜିଲା ଖବର, ପୁରୀ View All
କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…
ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...
ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…
ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...
ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ
ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...
‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…
ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...
ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା
ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...
ଘରେଥିଲେ ବୃଦ୍ଧ ହଠାତ୍ ଲାଗିଗଲା ନିଆଁ: ଶେଷରେ…
ବାରିପଦା, ୨୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ମୁଣ୍ଢାକଟା ପଞ୍ଚାୟତ ଜୁନା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ...
BSF କନଷ୍ଟେବଳ ନିଯୁକ୍ତିରେ ଅଗ୍ନିବୀରଙ୍କୁ ମିଳିବ ୫୦ ପ୍ରତିଶତ ସଂରକ୍ଷଣ, ଗୃହ ମନ୍ତ୍ରଣାଳୟ ଜାରି କଲା ନୋଟିଫିକେଶନ
ନୂଆଦିଲ୍ଲୀ,୨୧।୧୨: କେନ୍ଦ୍ର ସରକାର ସୀମା ସୁରକ୍ଷା ବାହିନୀର ନିଯୁକ୍ତି ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣି ସାଧାରଣ ଡ୍ୟୁଟି କ୍ୟାଡର ସହିତ ଜଡିତ ନିୟମଗୁଡ଼ିକୁ ସଂଶୋଧନ...
ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋରଦାର ପ୍ରସ୍ତୁତି: ଅଣ୍ଟା ଭିଡିଲେଣି ବିଡିଓ, କହିଲେ ଏଥର ମଞ୍ଚ ଦୁଲୁକିବ…
ଦାରିଙ୍ଗବାଡି, ୨୧।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ଶୀତ ମହୋତ୍ସବକୁ ନେଇ ଜିଲା ତଥା ଜଲା ବାହାରେ ଉତ୍କଣ୍ଠା ବଢିଛି। ଶୀତ ମହୋତ୍ସବ ଦାରିଙ୍ଗବାଡି...
Archives


