୩ ବ୍ରାଞ୍ଚ ପୋଷ୍ଟମାଷ୍ଟର ଚାକିରିରୁ ବହିଷ୍କୃତ

କେନ୍ଦ୍ରାପଡ଼ା ଅଫିସ, ୨୬।୪: କେନ୍ଦ୍ରାପଡ଼ା ଡାକ ବିଭାଗରେ ଜାଲ ସାର୍ଟିଫିକେଟ ମାଧ୍ୟମରେ ଚାକିରି ଲିଙ୍କ୍‌ ଧରାପଡ଼ିଛି। ଡାକ ଅଧୀକ୍ଷକ ୨୦୧୮ରୁ ଅଦ୍ୟାବଧି ଚାକିରି କରିଥିବା କର୍ମଚାରୀଙ୍କ ସାର୍ଟିଫିକେଟ ଯାଞ୍ଚ କରି ୩ଜଣ ବ୍ରାଞ୍ଚ ପୋଷ୍ଟମାଷ୍ଟରଙ୍କୁ ମଙ୍ଗଳବାର ଚାକିରିରୁ ବହିଷ୍କୃତ କରିଛନ୍ତି। ଏଥିସହ ଜଣେ କର୍ମଚାରୀଙ୍କ ସାର୍ଟିଫିକେଟ ଅଦ୍ୟାବଧି ସନ୍ଦେହ ଘେରରେ ରହିଛି। ବହିଷ୍କୃତ କର୍ମଚାରୀଙ୍କ ନାମରେ ଟାଉନ ଥାନାରେ ମାମଲା ରୁଜୁ ହୋଇଛି।
ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଡାକ ଅଧୀକ୍ଷକ ଦେବରାଜ ସେଠୀ କହିଛନ୍ତି ଯେ, ଜିଲାର ଧରିବିଲ ବ୍ରାଞ୍ଚର ମାମାଶ୍ରୀ ଭାରତୀ, ନରସିଂହପୁର ଡିହପଡ଼ା ବ୍ରାଞ୍ଚର ସୌମ୍ୟରଞ୍ଜନ ସେଠୀ ଓ କଦଳୀବଣ ବ୍ରାଞ୍ଚର ପ୍ରଶାନ୍ତ କୁମାର ସେଠୀଙ୍କୁ ନକଲି ଶିକ୍ଷା ସାର୍ଟିଫିକେଟ ପ୍ରଦାନ ପାଇଁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି। ଭଦ୍ରକ ଜିଲା ସୋରା କୁଲଣା ଗ୍ରାମର ମାମାଶ୍ରୀ ୨୦୨୧ ଜାନୁୟାରୀ ୨୯ରୁ ଏଠାରେ ଚାକିରି କରିଥିଲେ। ସେହିପରି ଭଦ୍ରକ ଜିଲା ରାଣିପଡ଼ା ଗ୍ରାମର ସୌମ୍ୟରଞ୍ଜନ ୨୦୨୨ ସେପ୍ଟେମ୍ବର ୫ ଓ ବନ୍ତ ଗ୍ରାମର ପ୍ରସନ୍ନ ୨୦୨୨ ସେପ୍ଟେମ୍ବର ୧୨ ତାରିଖଠାରୁ କେନ୍ଦ୍ରାପଡ଼ା ଜିଲାରେ ନିଯୁକ୍ତି ପାଇଥିଲେ। ସେମାନଙ୍କ ସାର୍ଟିଫିକେଟ ଉତ୍ତରପ୍ରଦେଶର ଥିବାବେଳେ ଓଡ଼ିଆ ବିଷୟରେ ୯୦ରୁ ୯୫ ପ୍ରତିଶତ ମାର୍କ ରହିଥିବା ଦେଖିବାକୁ ମିଳିଥିଲା। ଯାଞ୍ଚ ସମୟରେ ଏହାର ତଥ୍ୟ ଠିକ୍‌ ନ ଥିବା ଜାଣି ଚାକିରିରୁ ବହିଷ୍କୃତ ସହ ଥାନାରେ ଏ ନେଇ ଏଫ୍‌ଆଇଆର୍‌ ଦିଆଯାଇଛି। ଟାଉନ ଥାନା ଆଇଆଇସି ତପନ କୁମାର ନାୟକ କହିଛନ୍ତି, ଡାକ ଅଧୀକ୍ଷକ ସେଠୀଙ୍କ ଅଭିଯୋଗକୁ ଭିତ୍ତିକରି ମାମାଶ୍ରୀଙ୍କ ନାମରେ ନଂ.୧୩୧/୨୩, ସୌମ୍ୟରଞ୍ଜନ ଓ ପ୍ରସନ୍ନଙ୍କ ନାମରେ ନଂ. ୧୨୫/୨୩ରେ ମାମଲା ରୁଜୁ ହୋଇଛି। ଏ ନେଇ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଥିବା ଆଇଆଇସି ନାୟକ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ମାର୍ଚ୍ଚ ୨୧ ତାରିଖରେ କେନ୍ଦ୍ରାପଡ଼ା ଡାକ ମଣ୍ଡଳ ଅଧୀନରେ ଗ୍ରାମୀଣ ଡାକସେବକ ଚାକିରି ପାଇଁ ଭଦ୍ରକ ଜିଲା ଲୁଣିଆ ଗ୍ରାମର ଅନୀତା ଜେନା ନିଜର ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରିଥିଲେ। ଉତ୍ତରପ୍ରଦେଶ ଆଦର୍ଶ ଆରିଆ ଏସ୍‌ଏସ୍‌ ଏଚ୍‌ଏସ୍‌ଏସ୍‌ ତରୁଲୀ ହାର୍ଦ୍ଦୋଇ ହାଇସ୍କୁଲରୁ ୨୦୦୯ ମସିହାରେ ମାଟ୍ରିକ ପାସ୍‌ ପ୍ରମାଣପତ୍ରରେ ମୋଟ ୬୦୦ ନମ୍ବରରୁ ୫୭୭ ନଂ. ରଖିଥିବା ମାର୍କଲିଷ୍ଟରେ ଦେଖିବାକୁ ମିଳିଥିଲା; ଯାହା ଡାକ ବିଭାଗର ସନ୍ଦେହକୁ ଆସିଥିଲା। ଏ ନେଇ ଅଭିଯୋଗ ପରେ ଟାଉନ ଥାନା ପୋଲିସ ଅନୀତାଙ୍କ ବିରୋଧରେ ନଂ. ୧୦୧/୨୩ରେ ମାମଲା ରୁଜୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା; ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ, ଭକ୍ତଙ୍କ ପିଠିରେ ଚଢ଼ି ଫେରିଲେ ମା’

ଲାଞ୍ଜିଗଡ,୨୯।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମା’ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ରବିବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି । ଲାଞ୍ଜିଗଡ ଇଷ୍ଟଦେବୀ…

ସକାଳୁ ସକାଳୁ ଜଳଖିଆ ହୋଟେଲ କ୍ୟାବିନତଳୁ ଉଦ୍ଧାର ହେଲା ୨ କିଙ୍ଗ କୋବ୍ରା, ଲୋକେ ଦେଖି….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁର ନିଳାଞ୍ଚଳ ସାହୁଙ୍କ ଜଳଖିଆ ହୋଟେଲର କ୍ୟାବିନତଳୁ କିଙ୍ଗ କୋବ୍ରା ଉଦ୍ଧାର ହୋଇଛି…

ହୋଇପାରେ ଭୟଙ୍କର ଯୁଦ୍ଧ! ଇରାନ ବିରୁଦ୍ଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଛି ଆମେରିକା

ନୂଆଦିଲ୍ଲୀ,୨୯।୩:  ଇରାନ ସହିତ ମାସେ ଧରି ଚାଲିଥିବା ସଂଘର୍ଷର କୌଣସି ଠୋସ୍ ଫଳାଫଳ ମିଳି ନଥିବା ଲକ୍ଷ୍ୟ କରି, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ନୂତନ ପ୍ରସ୍ତୁତି…

ଦୋକାନ-ରାଜପଥ ବନ୍ଦ, ବିବାହ ଉପରେ ପ୍ରତିବନ୍ଧକ… ଲାଗିଲା ‘ସ୍ମାର୍ଟ ଲକଡାଉନ’, କେମିତି ହେବ ଲାଗୁ ଜାଣନ୍ତୁ

ଇସଲାମାବାଦ,୨୯।୩: ଇରାନ ସହିତ ସଂଘର୍ଷ ପରେ, ଏକ ବିଶ୍ୱ ତୈଳ ସଙ୍କଟ ଦେଖାଦେଇଛି। ଏହି ତୈଳ ସଙ୍କଟ ଯୋଗୁ, ପାକିସ୍ତାନର ଆର୍ଥିକ ସ୍ଥିତି ବହୁତ ଖରାପ ହୋଇଛି।…

ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୯।୩: ଭାରତର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ପୁଣିଥରେ ତାଙ୍କ ବ୍ୟାଟ ସହିତ ଧମାଲ କରିଛନ୍ତି। IPL 2026 ର ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର…

ପଶ୍ଚିମବଙ୍ଗରେ ଗର୍ଜିଲେ ଦିଦି, ଭାଜପାକୁ ଟାର୍ଗେଟ କରି କହିଲେ ନନଭେଜ୍…..

ନୂଆଦିଲ୍ଲୀ,୨୯।୩:  ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସମସ୍ତ ରାଜନୈତିକ ଦଳ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଶାସକ ତୃଣମୂଳ କଂଗ୍ରେସ (TMC) ପକ୍ଷରୁ ମୁଖ୍ୟମନ୍ତ୍ରୀ…

ଯୁଦ୍ଧ ଭିତରେ ପାକିସ୍ତାନକୁ ଲାଗିଲା ଶକ୍ତ ଝଟକା!

ଇସଲାମାବାଦ,୨୯।୩: ପାକିସ୍ତାନ ସରକାର କ୍ରମାଗତ ପଞ୍ଚମ ଥର ପାଇଁ ବିମାନ ଇନ୍ଧନର ମୂଲ୍ୟ ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ଗତ ୨୮ ଦିନ ମଧ୍ୟରେ ଘଟିଛି ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri