ଏକାସାଙ୍ଗରେ ଆକ୍ରମଣ କଲେ ୩ ଭାଲୁ, ଚାଲିଗଲା ଚାଷୀଙ୍କ ଜୀବନ

କଣ୍ଟିପାଳ,୧୩ା୯(ସୁଶାନ୍ତ କୁମାର ସାହୁ): ଆନନ୍ଦପୁର ବ୍ଲକ ମନୋହରପୁର ପଞ୍ଚାୟତର ସାନ ପୁରୁଣାପାଣି ଅଞ୍ଚଳରେ ଭାଲୁ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ସାନପୁରୁଣାପାଣିର ଘନଶ୍ୟାମ ହେମ୍ବ୍ରମ (୪୫)। ସେ ବୁଧବାର ସକାଳେ ଘରଠାରୁ ମାତ୍ର ୫୦୦ ଦୂରରେ ଥିବା ଜମିକୁ ଚାଷକାର୍ଯ୍ୟ ଦେଖିବାକୁ ଆସିଥିବା ବେଳେ ୩ଟି ଭାଲୁଙ୍କ ହାବୁଡ଼ରେ ପଡ଼ିଯାଇଥିଲେ। ସମସ୍ତ ଭାଲୁ ମିଳିମିଶି ଘନଶ୍ୟାମଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଭାଲୁ ଆକ୍ରମଣରେ ଘନଶ୍ୟାମଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏକମାତ୍ର ରୋଜଗାରିଆ ବ୍ୟକ୍ତି ହୋଇଥିବାରୁ ମୃତକଙ୍କ ପରିବାକୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଜିଲା କଂଗ୍ରେସ ସମ୍ପାଦକ ହାଡ଼ିବନ୍ଧୁ ଖୁଣ୍ଟିଆ ଦାବି କରିଛନ୍ତି।