ବଧୂ ହତ୍ୟା ମାମଲାର ୩ ଗିରଫ

ବୁଗୁଡ଼ା,୧୮ା୧୧(ଡି.ଏନ.ଏ.): ବୁଗୁଡ଼ା ଥାନା ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମର ୩ ଜଣ କନଭିକ୍ସନ୍‌ ଆସାମୀଙ୍କୁ ୱାରେଣ୍ଟି ବଳରେ ପୋଲିସ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସୁବାସ ଭୂୟାଁ, କନକ ଭୂୟାଁ ଓ ପ୍ରଦୀପ କୁମାର ଭୂୟାଁ। ଏ ନେଇ ଏସ୍‌ସି ନଂ ୨୦/୧୯୯୯ରେ ଏକ ମାମଲା ରୁଜୁ ହୋଇଥିଲା। ୧୯୯୯ରେ ଏମାନେ ଏକ ବଧୂ ହତ୍ୟା ମାମଲାରେ ଜଡିତ ଥିବାବେଳେ ଏମାନଙ୍କୁ ଅଦାଲତ ପକ୍ଷରୁ ଚଳିତ ବର୍ଷ ଅକ୍ଟୋବରରେ ଦଣ୍ଡିତ କରାଯାଇଥିଲା। ଦୀର୍ଘ ଏକ ମାସ ଫେରାର ଥିବା ଦଣ୍ଡିତ ବ୍ୟକ୍ତି ଶ୍ୱଶୁର ସୁବାସ, ଶାଶୁ କନକ ଓ ସ୍ବାମୀ ପ୍ରଦୀପକୁ ପୋଲିସ ବର୍ତ୍ତମାନ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଆଇଆଇସି ଚିତ୍ତ ରଞ୍ଜନ ବେହେରାଙ୍କଠାରୁ ପ୍ରକାଶ।