Posted inଖେଳ

ଖେଲୋ ଇଣ୍ଡିଆ ନାମରେ ଠକେଇ ପାଇଁ ୩ ଗିରଫ

ନୂଆଦିଲ୍ଲୀ, ୭ା୧୧ (ପି.ଟି.)-ଆଥଲେଟ୍‌ମାନଙ୍କୁ ପ୍ରତାରଣା କରିଥିବା ଅଭିଯୋଗରେ ଉତ୍ତର ପ୍ରଦେଶ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଜଣେ ପୂର୍ବତନ କବାଡ଼ି ଖେଳାଳି ଅଛନ୍ତି। ଆସନ୍ତାବର୍ଷ ଖେଲୋ ଇଣ୍ଡିଆ ଗେମ୍ସ ପାଇଁ ସେମାନେ ସୋସିଆଲ ମିଡିଆରେ ଜାଲ୍‌ ବିଜ୍ଞାପନ ଜରିଆରେ ତୃଣମୂଳସ୍ତରର ଆଥଲେଟମାନଙ୍କଠାରୁ ଦରଖାସ୍ତ ଅହ୍ବାନ କରିଥିଲେ। ଇଭେଣ୍ଟରେ ଅଂଶଗ୍ରହଣ କରାଇବା ପାଇଁ ସେମାନେ ଆଥଲେଟ୍‌ମାନଙ୍କଠାରୁ ୬,୦୦୦ ଟଙ୍କା ଲେଖାଏଁ ଦାବି କରୁଥିଲେ। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ତରଫରୁ ଏତଲା ଦିଆଯିବାର ୨ ଦିନ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆସନ୍ତା ବର୍ଷ ଖେଲୋ ଇଣ୍ଡିଆ ଗେମ୍ସ ପଞ୍ଚକୁଲାରେ ହେବାର କାର୍ଯ୍ୟକ୍ରମ ରହିଛି। ଗିରଫ ୩ଜଣ ହେଲେ ସଞ୍ଜୟ ପ୍ରତାପ ସିଂ, ଅନୁଜ କୁମାର ଏବଂ ରବି। ସେମାନଙ୍କ ମଧ୍ୟରୁ ସଞ୍ଜୟ ହେଉଛନ୍ତି ଆଗ୍ରାର ଜଣେ ପୂର୍ବତନ କବାଡ଼ି ଖେଳାଳି। ସେ ରୁଦ୍ର ପ୍ରତାପ ସିଂ ନାମରେ ଏକ ଜାଲ୍‌ ପରିଚୟପତ୍ର ତିଆରି କରିଥିଲେ। ଖେଲୋ ଇଣ୍ଡିଆ ଗେମ୍ସରେ ଭାଗ ନେବାକୁ ଆଗ୍ରହୀ ଆଥଲେଟ୍‌ମାନଙ୍କ ସହ ବାର୍ତ୍ତାଳାପ କରୁଥିଲେ। ଅନ୍ୟପକ୍ଷରେ ଅନୁଜ ଓ ରବିଙ୍କ ନାମରେ ଉତ୍ତର ପ୍ରଦେଶରେ କାନାରା ବ୍ୟାଙ୍କ ଓ ଷ୍ଟେଟ ବ୍ୟାଙ୍କରେ ରହିଥିବା ଆକାଉଣ୍ଟ ନମ୍ବରରେ ଟଙ୍କା ଜମା କରିବା ଲାଗି ଆଥଲେଟମାନଙ୍କୁ କୁହାଯାଇଥିଲା। ଏହି ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିଦିଆଯିବା ସହ ଘଟଣାର ତଦନ୍ତ ଚାଲିଛି। କେତେଜଣ ଆଥଲେଟ୍‌ ଠକାମିର ଶିକାର ହୋଇଛନ୍ତି ତାହାର ହିସାବ ହେଉଥିବା ସାଇ କହିଛି। ଗିରଫ ୩ ଜଣ ସେମାନଙ୍କ ବିଜ୍ଞାପନରେ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ, ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ ଏବଂ ଖେଲୋ ଇଣ୍ଡିଆର ଲୋଗୋ ବ୍ୟବହାର କରିଥିଲେ। ବହୁ ଆଥଲେଟ ଏହାକୁ ଏକ ସରକାରୀ ବିଜ୍ଞାପନ ବୋଲି ମନେ କରିଥିଲେ। ସୂଚନାଯୋଗ୍ୟ, ଖେଲୋ ଇଣ୍ଡିଆ ହେଉଛି ସରକାରଙ୍କର ଏକ ଯୋଜନା। ତୃଣମୂଳ ସ୍ତରରୁ ପ୍ରତିଭା ଚିହ୍ନଟ କରିବା ଏହାର ମୂଳ ଲକ୍ଷ୍ୟ। ଏଥିରେ ଭାଗ ନେବା ପାଇଁ କୌଣସି ଫି’ ଦେବାକୁ ହୋଇ ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ ଖେଳାଳିଙ୍କୁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରିବ ପିସିବ

କରାଚୀ,୨।୩: ଚଳିତ ଟି୨୦ ବିଶ୍ୱକପ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ପାକିସ୍ତାନ ଦଳର ଖେଳାଳିଙ୍କୁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରିବାକୁ ଦେଶର କ୍ରିକେଟ ବୋର୍ଡ ଚିନ୍ତା କରୁଛି। ଏକ…

କୋହଲିଙ୍କ ରେକର୍ଡ ଭାଙ୍ଗିଲେ ସାମସନ

କୋଲକାତା,୨।୩: ଭାରତୀୟ ଓପନର ସଞ୍ଜୁ ସାମସନ ଓ୍ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ୫୦ ବଲରେ ଅପରାଜିତ ୯୭ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଟି୨୦ ବିଶ୍ୱକପ୍‌…

ସ୍ୱଦେଶ ଫେରିପାରୁନାହିଁ ଜିମ୍ୱାଓ୍ୱେ ଦଳ

ନୂଆଦିଲ୍ଲୀ, ୧ା୩: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଜିମ୍ୱାଓ୍ୱେର ଅଭିଯାନ ଶେଷ ହୋଇଛି। ଦଳ ବର୍ତ୍ତମାନ ସ୍ୱଦେଶ ଫେରିବାକୁ ଥିବାବେଳେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଯୋଗୁ ବର୍ତ୍ତମାନ ଦୁବାଇ…

‘ଏମିତି ଖେଳିବା ବନ୍ଦ କର..’ ଅଭିଷେକଙ୍କ ଉପରେ ବର୍ଷିଲେ ପୂର୍ବତନ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୨।୩: ୨୦୨୬ ଟି୨୦ ବିଶ୍ୱକପରେ ଅଭିଷେକ ଶର୍ମାଙ୍କ ବ୍ୟାଟ ଭଲ ପ୍ରଦର୍ଶନ କରିନାହିଁ। ସେ ତାଙ୍କର ପ୍ରଥମ ତିନୋଟି ମ୍ୟାଚରେ ହ୍ୟାଟ୍ରିକ ପାଇଁ ଆଉଟ ହୋଇଥିଲେ। ଟିମ…

କିଙ୍ଗ୍‌ କୋହଲିଙ୍କ ମହାରେକର୍ଡ ଭାଙ୍ଗିଲେ ସଞ୍ଜୁ ସାମସନ, ଏମିତି କରି…

ନୂଆଦିଲ୍ଲୀ,୨।୩: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ରନ ଚେଜ ସମୟରେ ସଞ୍ଜୁ ସାମସନ ୫୦ଟି ବଲରେ ୧୨ଟି ଚୌକା ଏବଂ ୪ଟି ଛକା…

ମ୍ୟାଚ୍‌ ବିଜୟୀ ଇନିଂସ ପରେ ପ୍ରଥମେ କାହାକୁ ଭିଡିଓ କଲ୍‌ କଲେ ସଞ୍ଜୁ ସାମସନ: ବଢୁଛି ଚର୍ଚ୍ଚା

କୋଲକାତା,୨।୩: ICC T20 ବିଶ୍ୱକପ 2026 ପୂର୍ବରୁ ଫର୍ମ ଖୋଜୁଥିବା ସଞ୍ଜୁ ସାମସନ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ ତାଙ୍କର ବ୍ୟାଟିଂ ଦକ୍ଷତା ପ୍ରଦର୍ଶନ…

BCCIର ବଡ଼ ଘୋଷଣା, ଭାରତ ପ୍ରଥମ ଥର ପାଇଁ ଏହି ଦଳ ସହିତ ଖେଳିବ ODI

ନୂଆଦିଲ୍ଲୀ,୨।୩: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ୨୦୨୬ ଟି୨୦ ବିଶ୍ୱକପ୍ ସମୟରେ ଏକ ବଡ଼ ଘୋଷଣା କରିଛି । ୨୦୨୬ ଆଇପିଏଲ୍ ପରେ, ଭାରତୀୟ ଦଳ ଗୋଟିଏ…

ଜିତିବା ପରେ ହେଲମେଟ ଫିଙ୍ଗି ଦେଇଥିଲେ ସଞ୍ଜୁ ସାମସନ, ICC ଲଗାଇବ ଜରିମାନା! ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨।୩: କୋଲକାତାର ଇଡେନ ଗାର୍ଡେନରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ୨୦୨୬ ଟି-୨୦ ବିଶ୍ୱକପର ଅନ୍ତିମ ସୁପର ୮ ମ୍ୟାଚ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri