ଛେଳି ଚୋରି କରି ୩ ଗିରଫ

ଚିତ୍ରକୋଣ୍ଡା,୯ା୯(କ୍ଷୀରୋଦ ବେହେରା): ଛେଳି ଚୋରି କରି ତିନି ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ତିନି ଜଣ ଫେରାର ହୋଇଯାଇଛନ୍ତି।

ମିଳିଥିବା ସୂଚନାନୁଯାୟୀ, ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଦୋରାଗୁଡା ପଞ୍ଚାୟତ ଅନ୍ତର୍ଭୁକ୍ତ ଆର୍‌ଏସ୍‌ସି-୩ ନମ୍ବର ଗ୍ରାମର ସୁକୁ ଜାନିଙ୍କର ଛେଳି ଗତ ୬ ତାରିଖ ରାତିରେ ଚୋରି ହୋଇଯାଇଥିଲା। ସୁକୁ ଚିତ୍ରକୋଣ୍ଡା ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ଚିତ୍ରକୋଣ୍ଡା ଥାନା ଅଧିକାରୀ ମୁକୁନ୍ଦ ମେଲେକାଙ୍କ ନେତୃତ୍ୱରେ ଏଏସ୍‌ଆଇ ଅମୂଲ୍ୟ କୁମାର ଦୁରୁକାଙ୍କ ସହ ଏକ ଟିମ୍‌ ତଦନ୍ତ ଆରମ୍ଭ କରି ଚିତ୍ରକୋଣ୍ଡା ପୋଲିସ ଚୋରି ଛେଳି ସହ ତିନି  ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟ ତିନି ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ଚିତ୍ରକୋଣ୍ଡା ଥାନା କେସ୍‌ ନମ୍ବର ୧୬୯/୨୩ରେ ୩ ଅଭିଯୁକ୍ତ ଚିତ୍ରକୋଣ୍ଡା ନୂଆସାହିର ସୀତାରାମ ହନ୍ତାଳ,ହରି ଖିଲ ଏବଂ ବେନିଆଗୁଡ଼ା ଗ୍ରାମର ରମେଶ ସାଗରଙ୍କୁ ଶନିବାର କୋର୍ଟଚାଲାଣ କରାଯାଇଛି। ଫେରାର ଥିବା ୩ ଅଭିଯୁକ୍ତ ହେଉଛନ୍ତି ଅପରେଟ କଲୋନୀର ଗୋବିନ୍ଦ ଖିଲ, ଚିତ୍ରକୋଣ୍ଡା ନୂଆ କଲୋନୀର ଦହ ପାଙ୍ଗି ଓ ମୋହନ ହନ୍ତାଳ। ଏନେଇ ଚିତ୍ରକୋଣ୍ଡା ପୋଲିସ ଅଧିକ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ଅନିଦ୍ରା ହୋଇ ୪ ଚୋରଙ୍କୁ ଧରିଲେ ଗ୍ରାମବାସୀ, ଆଉ ତା’ ପରେ…

ଜଗନ୍ନାଥପ୍ରସାଦ,୨୯ା୧୨: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମରେ ୪ ଜଣଙ୍କୁ ଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ୪...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

୫ମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଛାତିଥରା…ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ଜୀଅନ୍ତା ଜାଳିଦେଲେ ସ୍ବାମୀ, ପରେ ଝିଅକୁ ବି ଠେଲିଦେଲେ

ନୂଆଦିଲ୍ଲୀ,୨୬।୧୨: ତେଲେଙ୍ଗାନାର ହାଇଦ୍ରାବାଦରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଏଠାରେ ସନ୍ଦେହ ହେତୁ ଜଣେ ମାନସିକ ବିକୃତ ବ୍ୟକ୍ତି ନାଲ୍ଲାକୁଣ୍ଟା ଅଞ୍ଚଳରେ ତାଙ୍କ...

ମାଲକାନଗିରି ବ୍ଲକ୍ ଜେଇଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ

ମାଲକାନଗିରି,୨୬।୧୨(ଦୁର୍ଯ୍ୟୋଧନ ପାତ୍ର): ସକାଳୁ ସକାଳୁ ଭିଜିଲାନ୍ସ ଚଢ଼ାଉ । ମାଲକାନଗିରି ବ୍ଲକ୍ ଜେଇଙ୍କ ଘରେ ଭିଜିଲାନ୍ସ ରେଡ୍‌ କରିଛି । ନିହାର ସରକାରଙ୍କ ନାମରେ ପୂର୍ବରୁ...

ନାବାଳିକାଙ୍କ ଚାଞ୍ଚଲ୍ୟକର ବୟାନ: ପ୍ରେମିକ ଶାରୀରିକ ସମ୍ପର୍କ ରଖିବା ପରେ ତାଙ୍କୁ…

ଭଦ୍ରକ,୨୬।୧୨(ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିଠାରେ ବୁଧବାର ସନ୍ଧ୍ୟାରେ ଜଣେ ନାବାଳିକା ବୈତରଣୀ ନଦୀକୁ ଡେଇଁବା ଘଟଣା ଗୁରୁବାର ନୂଆ ମୋଡ଼ ନେଇଛି। ଭଦ୍ରକ ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri