ଚୋରି ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ୩ ଅଭିଯୁକ୍ତ ଗଲେ ଜେଲ୍‌

ଦିଗପହଣ୍ଡି/ଚିକିଟି୩୦ା୧୦(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ରହ୍ମା ନଗର ସନ୍ତୋଷ କୁମାର ପଣ୍ଡାଙ୍କ ଘରୁ ଗତ ୭ ତାରିଖ ବିଳମ୍ବିତ ରାତିରେ ଚୋରି ଯାଇଥିବା ଘଟଣାର ପର୍ଦ୍ଦାଫାଶ କରିଛି କେ.ନୂଆଗାଁ ଥାନା ପୋଲିସ। ବୁଧବାର ଏହି ଚୋରି ଘଟଣାରେ ସମ୍ପୃକ୍ତ କେ.ନୂଆଗାଁ ଥାନା ଭୋଳାସିଙ୍ଗି ଗ୍ରାମର ଲକି ଓରଫ ଲକ୍ଷ୍ମୀକାନ୍ତ ସାହୁ, ବି.ବିକାଶ ରାଓ ଏବଂ ସତ୍ୟବାନ ସାହୁଙ୍କୁ ଥାନା ମାମଲା ନଂ.୩୦୪/୨୪ ଅନୁଯାୟୀ ପାତ୍ରପୁର କୋର୍ଟକୁ ଚାଲାଣ କରାଯାଇଛି। ଜାମିନ ଆବେଦନ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତ ଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଥିବା ଆଇଆଇସି କିଶୋର କୁମାର ସାମଲ ଜଣାଇଛନ୍ତି।ଘଟଣାଦିନ ରାତିରେ ପୂର୍ବ ଯୋଜନା ପ୍ରକାରେ ଅଭିଯୁକ୍ତମାନେ ସନ୍ତୋଷଙ୍କ ଘରେ ପଶି ସୁନା ଅଳଙ୍କାର ଏବଂ ଟଙ୍କା ଚୋରି କରି ନେଇଥିଲେ। ଘଟଣାର ପରଦିନ ସାଇଣ୍ଟିଫିକ୍‌ ଟିମ୍‌ ଏବଂ ସନ୍ଧାନୀ କୁକୁର ସହାୟତାରେ ପୋଲିସ ତଦନ୍ତ ଚଳାଇବା ସହ ମୋକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ। ଏହି ଚୋରି ଘଟଣାରେ ସମ୍ପୃକ୍ତ ଥିବା ଭୋଳାସିଙ୍ଗି ଗ୍ରାମର ଲକି ଓରଫ ଲକ୍ଷ୍ମୀକାନ୍ତ ସାହୁଙ୍କୁ ତଦନ୍ତକାରୀ ଅଧିକାରୀ ଚିକିଟି ଫାଣ୍ଡି ଏସ୍‌.ଆଇ ରଞ୍ଜିତ କୁମାର ମହାପାତ୍ର ଗିରଫ କରି ତାଙ୍କ ନିକଟରୁ ଏକ ସୁନା ମଙ୍ଗଳସୂତ୍ର , ସୁନାହାର,୨ଟି କାନଫୁଲ, ମୁଦି,୨ ଟି ରୁପା ପାଉଁଜି,୪୦ ହଜାର ଟଙ୍କା ଏବଂ ଚୋରି ଯାଇଥିବା ସନ୍ତୋଷଙ୍କ ଆଧାରକାର୍ଡ ଜବତ କରିଥିଲେ। ଅଭିଯୁକ୍ତ ଲକିଙ୍କ ସୂଚନା କ୍ରମେ ଚୋରି ଘଟଣାରେ ସମ୍ପୃକ୍ତ ବିକାଶ ଏବଂ ସତ୍ୟବାନଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟତମ ଅଭିଯୁକ୍ତ ଗୋଳନ୍ଥରା ଥାନା ସୁନାପୁର ଗ୍ରାମର ବିଜୁ ଓରଫ ମନୋଜ ବେହେରା ଫେରାର ଥିବା ଜଣାପଡ଼ିଛି। ଘଟଣାଦିନ ଚୋରି କରିବା ପରେ ଅଭିଯୁକ୍ତ ଲକି ସମସ୍ତ ସୁନା ଗହଣା ଏବଂ ଟଙ୍କା ନିଜ ପାଖରେ ରଖିଥିଲେ। ପରେ ସେ ଆନ୍ଧ୍ର ପ୍ରଦେଶ ଇଚ୍ଛାପୁରର ଜଣେ ଗହଣା ବ୍ୟବସାୟୀଙ୍କୁ କିଛି ଗହଣା ବିକ୍ରି କରି ତାଙ୍କ ନିକଟରୁ ୧ ଲକ୍ଷ ୧୩ ହଜାର ୬୫ ଟଙ୍କା ଆଣିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

PEOଙ୍କ ଘରେ ପଶିଲା ଭିଜିଲାନ୍ସ: ଜାରି ରହିଛି ଚଢାଉ

ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ବସନ୍ତିଆସ୍ଥିତ ତାଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ...

ବଣିକ ସଂଘର ନୂତନ କର୍ମକର୍ତ୍ତା ମନୋନୀତ: ସଂକ୍ଷିପ୍ତ ସଭାପତି, ରବୀନ୍ଦ୍ର ସମ୍ପାଦକ

ଲୋଇସିଂହା,୩୦ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଗାଈଖାଇ ଇକୋଟୁରିଜମ୍‌ ପ୍ରକଳ୍ପଠାରେ ଲୋଇସିଂହା ବଣିକ ସଂଘର ବାର୍ଷିକ ଅଧିବେଶନ ପୂର୍ବତନ ସଭାପତି ମୋହିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।...

IPL 2026 ପୂର୍ବରୁ CSKକୁ ବଡ଼ ଝଟକା!

ନୂଆଦିଲ୍ଲୀ,୩୦।୧୨:ଝାଡ଼ଖଣ୍ଡ ଏବଂ ପୁଡୁଚେରୀ ବିଜୟ ହଜାରେ ଟ୍ରଫି ୨୦୨୫-୨୫ର ଗ୍ରୁପ ପର୍ଯ୍ୟାୟରେ ସୋମବାର, ଡିସେମ୍ବର ୨୯, ୨୦୨୫ରେ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ଝାଡ଼ଖଣ୍ଡ ୧୨୩ ରନର...

ରାସ୍ତାକଡ଼ରେ ଛିଡା ହୋଇଥିବା ୧୪ ଜଣଙ୍କ ଉପରେ ମାଡ଼ିଗଲା ମୃତ୍ୟୁର ବସ୍, ଭାଇରାଲ ହେଉଛି ଛାତିଥରା…

ନୂଆଦିଲ୍ଲୀ,୩୦।୧୨: ସୋମବାର ରାତିରେ ମୁମ୍ବାଇର ଭାଣ୍ଡୁପ ଅଞ୍ଚଳରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି, ଯାହା ସମଗ୍ର ସହରକୁ ସ୍ତବ୍ଧ କରିଦେଇଛି। ରାତି ପ୍ରାୟ ୯ଟା ୩୫...

୧୩ ଦିନ ହେବ କୁଆଡ଼େ ପଳାଇଛନ୍ତି ଓଁକାର: ଚିନ୍ତାରେ ପରିବାର

ନୂଆପଡ଼ା/କୋମନା,୩୦।୧୨(ମକାରୁ ବେମାଲ/ ମହେଶ ବାଗ):ନୂଆପଡା ଜିଲା କୋମନା ଥାନା ଜେଠୁପାଲି ଗାଁର ଓଁକାର ତାଣ୍ଡି (୨୩) ଗତ ବୁଧବାର ୧୭ ତାରିଖ ରାତି ୮ରୁ ନିଖୋଜ...

ଗୌତମ ଗମ୍ଭୀରଙ୍କର ହେବ ନାହିଁ କୌଣସି କ୍ଷତି, ସମର୍ଥନରେ ବାହାରିଲେ ବିସିସିଆଇ ଅଧିକାରୀ

ନୂଆଦିଲ୍ଲୀ,୩୦।୧୨: ଘରୋଇ ଟେଷ୍ଟ ସିରିଜରେ ବିପର୍ଯ୍ୟୟଜନକ ପରାଜୟ ପରେ, ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ରିପୋର୍ଟରେ ଏହା ମଧ୍ୟ...

ସରକାରଙ୍କ ନିକଟରେ ନେହୁରା ହେଲେ ନିରଞ୍ଜନ: ମାଗିଲେ ସହାୟତା

ଦାରିଙ୍ଗବାଡି, ୩୦।୧୨ (ଅରୁଣ ସାହୁ ): କିଛି କରିବାର ଇଚ୍ଛା ଅନେକ ହେଲେ ବାଧକ ସାଜିଛି ଅର୍ଥ। ଗୋପାଳନ, ଛେଳି ଲାଳନପାଳନ କରି ପରିବାର ପ୍ରତିପୋଷଣ...

କିଏ ଥିଲେ ଖାଲେଦା ଜିଆଙ୍କ ସ୍ବାମୀ ଜିଆ ଉର ରେହମାନ? ପାକିସ୍ତାନୀ ସେନା ବିରୋଧରେ ବିଦ୍ରୋହ, ପରେ ବିଏନପି ଗଠନ, ଶେଷରେ…

ଡାକା,୩୦।୧୨: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ଦେହାନ୍ତ ହୋଇଛି। ସେ ଅନେକ ରୋଗ ସହିତ ଲଢୁଥିଲେ। ଉଲ୍ଲେଖନୀୟ ଯେ ତାଙ୍କ ମୃତ୍ୟୁର କିଛି ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri