୧ମ ତ୍ରୈମାସରେ ୩.୭ କୋଟି ଅଳଙ୍କାର ହଲ୍‌ମାର୍କ ଚିହ୍ନିତ

ନୂଆଦିଲ୍ଲୀ,୩ା୯: ଦେଶର ସୁନା ବ୍ୟବସାୟ ଓ ଗ୍ରାହକ ଠକେଇ ଘଟଣାକୁ ଗୁରୁତ୍ୱ ସହ ନେଇ ସରକାର ୨୦୨୧ ଜୁନ୍‌ ୧୬ରେ ସୁନା କାରବାରରେ ହଲ୍‌ମାର୍କିଂକୁ ବାଧ୍ୟତାମୂଳକ କରାଯାଇଥିଲା। ଏପରିକି ସରକାରଙ୍କ ନିର୍ଦ୍ଦେଶନାମାକୁ କେନ୍ଦ୍ରୀୟ ସଂସ୍ଥା ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍‌) ପକ୍ଷରୁ ସୁନା ଅଳଙ୍କାରଗୁଡ଼ିକରେ ହଲ୍‌ମାର୍କର ବାଧ୍ୟତାମୂଳକ ସହ ବିନା ହଲ୍‌ମାର୍କରେ କାରବାର କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସମ୍ପର୍କରେ ଘୋଷଣା କରିଥିଲେ। ଫଳରେ ସୁନା କାରବାର ଓ ଠକେଇର ମାତ୍ରା ପୂର୍ବାପେକ୍ଷା କମିଥିଲା। ସେହିଭଳି ଚଳିତ ଆର୍ଥିକ ବର୍ଷର ୧ମ (ଏପ୍ରିଲ-ଜୁନ୍‌) ତ୍ରୈମାସିକରେ ପ୍ରାୟ ୩.୭ କୋଟି ଅଳଙ୍କାର ସାମଗ୍ରୀରେ ହଲ୍‌ମାର୍କ ଚିହ୍ନିତ କରାଯାଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ସେହିଭଳି ୨୦୨୧-୨୨ ଆର୍ଥିକ ବର୍ଷରେ ୮.୬୮ କୋଟି ଅଳଙ୍କାର ସାମଗ୍ରୀ ଗୁଡ଼ିକରେ ହଲ୍‌ମାର୍କ ଚିହ୍ନ ଦିଆଯାଇଥିଲା। ଗତ ବର୍ଷ ଜୁଲାଇ ୧ରେ ହଲ୍‌ମାର୍କ ସ୍ବତନ୍ତ୍ର ଚିହ୍ନଟ (ଏଚ୍‌ୟୁଆଇଡି) ଆଧାରିତ ହଲ୍‌ମାର୍କ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରାଯାଇଥିଲା। ଏଥିରେ ଆସେସିଂ ଓ ହଲ୍‌ମାର୍କିଂ କେନ୍ଦ୍ର (ଏଏଚ୍‌ସ)ର ସବୁ କାର୍ଯ୍ୟକୁ ସ୍ବୟଂଚାଳିତ ଏବଂ ଅନ୍‌ଲାଇନ୍‌ କରାଯାଇଛି। ଫଳରେ ମାନ୍ୟତାପ୍ରାପ୍ତ ଏଏଚ୍‌ସିଗୁଡ଼ିକର ସଂଖ୍ୟା ୧,୨୨୦କୁ ବୃଦ୍ଧି ପାଇଛି। ପ୍ରଥମ ପର୍ଯ୍ୟାୟରେ ସୁନା ସାମଗ୍ରୀଗୁଡ଼ିକର ୩ଟି ମାନକୁ ଯଥା ୧୪କ୍ୟାରେଟ୍‌ (୫୮୫ ଶୁଦ୍ଧତା), ୧୮ କ୍ୟାରେଟ୍‌ (୭୫୦ ଶୁଦ୍ଧତା) ଏବଂ ୨୨ କ୍ୟାରେଟ୍‌ (୯୧୬ ଶୁଦ୍ଧତା)କୁ ବାଧ୍ୟତାମୂଳକ ହଲ୍‌ମାର୍କ ପ୍ରଦାନ ଆଦେଶନାମା ଅଧୀନରେ ପରିସରଭୁକ୍ତ କରାଯାଇଥିଲା। ଉକ୍ତ ପର୍ଯ୍ୟାୟରେ ଆଦେଶନାମାକୁ ନିହାତି କ୍ରମରେ ଗୋଟିଏ ପରୀକ୍ଷଣ ଏବଂ ହଲ୍‌ମାର୍କ ପ୍ରଦାନକାରୀ କେନ୍ଦ୍ର ଥିବା ୨୫୬ ଜିଲାରେ କାର୍ଯ୍ୟକାରୀ କରାଯାଇଥିଲା। ସେହିପରି ୨୦୨୨ ଏପ୍ରିଲ ୪ରୁ ବାଧ୍ୟତାମୂଳକ ହଲ୍‌ମାର୍କର ୨ୟ ପର୍ଯ୍ୟାୟ କାର୍ଯ୍ୟକାରୀ କରାଯାଇଥିଲା। ସେଥିରେ ୨୦ କ୍ୟାରେଟ (୮୩୩ ଶୁଦ୍ଧତା), ୨୩ କ୍ୟାରେଟ (୯୫୮ ଶୁଦ୍ଧତା) ଏବଂ ୨୪ କ୍ୟାରେଟ (୯୯୫ ଶୁଦ୍ଧତା)କୁ ପରିସରଭୁକ୍ତ କରାଯାଇଥିଲା।

ହ୍ରାସ ପାଉଛି ସୁନା ଅଳଙ୍କାର ମୂଲ୍ୟ

ଗତ କିଛିଦିନ ହେବ ସୁନା ଦର ପୂର୍ବାପେକ୍ଷା ହ୍ରାସ ପାଉଛି। ଫଳରେ ଗ୍ରାହକ ମଧ୍ୟ ନିଜ ଆବଶ୍ୟକ ମୁତାବକ ସୁନା ଅଳଙ୍କାର କ୍ରୟ କରୁଥିବା ଦେଖାଯାଇଛି। ଏପରିକି ଚଳିତ ବର୍ଷର ପାର୍ବଣ ଋତୁକୁ ନଜରରେ ରଖି ସୁନା ବ୍ୟବସାୟୀମାନେ ନୂଆ ନୂଆ ଅଳଙ୍କାର ଡିଜାଇନ ସମ୍ଭାରର ବଜାର ପ୍ରବେଶ କରାଉଛନ୍ତି। ଇଣ୍ଡିଆନ ବୁଲିଆନ ଆଣ୍ଡ ଜୁଏଲର୍ସ ଆସୋସିଏଶନ (ଆଇବିଜେଏ) ର କହିବା ଅନୁସାରେ ନୂଆଦିଲ୍ଲୀରେ ଶୁକ୍ରବାର ସୁନା,ରୁପାର ମୂଲ୍ୟରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ସେହିଭଳି ଗୁରୁବାର ସୁନା କାରବାର ବନ୍ଦ ମୂଲ୍ୟ ତୁଳନାରେ ଶୁକ୍ରବାର ସୁନା ୩୦୦ ଟଙ୍କା ଏବଂ ରୁପା ୯୦୦ ଟଙ୍କା ଶସ୍ତାରେ ବିକ୍ରି ହୋଇଛି। ଫଳରେ ୯୯୯ ବର୍ଗ ୧୦ଗ୍ରାମର ସୁନା ମୂଲ୍ୟ ୫୦,୪୭୦ ଟଙ୍କାରେ ରହିଛି। ସେହିପରି ରୁପା କେଜି ପିଛା ୫୨,୬୯୦ ଟଙ୍କାରେ କାରବାର ହୋଇଥିଲା। ଏହାଛଡା ୨୩ କ୍ୟାରେଟ୍‌ ସୁନାର ମୂଲ୍ୟ ୪୯,୧୯୯ ଟଙ୍କା ରହିଥିଲା ବେଳେ ୨୨ କ୍ୟାରେଟ୍‌ ୪୬,୧୬୭ ଟଙ୍କା, ୧୮ କ୍ୟାରେଟ୍‌ ୩୭,୮୦୧ ଟଙ୍କା, ୧୪ କ୍ୟାରେଟ ସୁନାର ମୂଲ୍ୟ ୨୯,୪୮୫ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି। ଅପରପକ୍ଷରେ ଭୁବନେଶ୍ୱରରେ ମଧ୍ୟ ୨୪ କ୍ୟାରେଟ ସୁନାର ମୂଲ୍ୟ ୫୦,୬୧୮ ଟଙ୍କା ଥିବା ବେଳେ ୨୨ କ୍ୟାରେଟର ମୂଲ୍ୟ ୪୬,୪୦୦ ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri