୨ୟ ଓଡ଼ିଶା ଖଣି ଏବଂ ଭିତ୍ତିଭୂମି ଅନ୍ତର୍ଜାତୀୟ ପ୍ରଦର୍ଶନୀ ଉଦ୍‌ଘାଟିତ

ଭୁବନେଶ୍ୱର,୧୬ା୨: ଫ୍ୟୁଚରେକ୍ସ ଟ୍ରେଡ୍‌ ଫେୟାର ଆଣ୍ଡ ଇଭେଣ୍ଟସ ପ୍ରାଇଭେଟ୍‌ ଲିମିଟେଡ୍‌ ଦ୍ୱାରା ଆୟୋଜିତ ୪ ଦିନିଆ ୨ୟ ଓଡ଼ିଶା ଖଣି ଏବଂ ଭିତ୍ତିଭୂମି ଅନ୍ତର୍ଜାତୀୟ ପ୍ରଦର୍ଶନୀ- ୨୦୨୪ ଗୁରୁବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ମନ୍ତ୍ରୀ ପ୍ରତାପ କେଶରୀ ଦେବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଫ୍ୟୁଚରେକ୍ସ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ସ୍ବାମୀ ପ୍ରେମ ଅନ୍ବେଷୀ, ଏମ୍‌ଏସ୍‌ଏମ୍‌ଇର ନିର୍ଦ୍ଦେଶକ ପଓ୍ବନ ଗୁପ୍ତା, ଏଏମ୍‌ଏନଏସ୍‌ ଇଣ୍ଡିଆର ହେଡ୍‌ (ମାଇନିଂ) ଅମିତ ଦୁବେ, ଓସ୍‌ମିର ଅଧ୍ୟକ୍ଷା ସାଲିନ ଅଗ୍ରଓ୍ବାଲ, ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆର୍କିଟେକ୍ଟସ୍‌ ଓଡ଼ିଶା ଚାପ୍ଟରର ଚେୟାରମ୍ୟାନ୍‌ ଆର୍କିଟେକ୍ଟ ସ୍ବପ୍ନାଦତ୍ତ ମହାନ୍ତି, ପରିଚୟ ଫାଉଣ୍ଡେଶନର ପ୍ରତିଷ୍ଠାତା ରୋଜାଲିନ୍‌ ପାଟଶାଣୀ ମିଶ୍ର ଏବଂ ରୋଟାରି ଇଣ୍ଟରନ୍ୟାଶନାଲ-୩୨୬୨ ଡିଷ୍ଟ୍ରିକ୍ଟ ଗଭର୍ନର ରୋଟାରିଆନ ଜୟଶ୍ରୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ୨ୟ ଓଡ଼ିଶା ଖଣି ଏବଂ ଭିତ୍ତିଭୂମି ଅନ୍ତର୍ଜାତୀୟ ପ୍ରଦର୍ଶନୀ-୨୦୨୪ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ୪ ଦିବସୀୟ ପ୍ରଦର୍ଶନୀ ୨୦୨୪ ଫେବୃଆରୀ ୧୮ ପର୍ଯ୍ୟନ୍ତ ଭୁବନେଶ୍ୱରର ବରମୁଣ୍ଡା ପଡ଼ିଆଠାରେ ଦୈନିକ ସକାଳ ୧୧ ଘଟିକାରୁ ରାତ୍ର ୮ ଘଟିକା ପର୍ଯ୍ୟନ୍ତ ଚାଲିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ଓଡ଼ିଶା ଆସେମ୍ବ୍ଲି ଅଫ୍‌ ସ୍ମଲ ଆଣ୍ଡ ମିଡ଼ିୟମ ଏଣ୍ଟରପ୍ରାଇଜ (ଓସ୍‌ମି), ପିଏଚ୍‌ଡି ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଏବଂ ଅନ୍ୟାନ୍ୟ ବାଣିଜ୍ୟ ସଂସ୍ଥାଗୁଡ଼ିକର ସହଯୋଗରେ ଏହି ପ୍ରଦର୍ଶନୀ ବିଶ୍ୱର ଖଣି ସମ୍ବନ୍ଧୀୟ ଉତ୍ପାଦ, ସେବା ଏବଂ ଯୋଗାଣରେ ଅତ୍ୟାଧୁନିକ ଉନ୍ନତି ସମ୍ବନ୍ଧରେ ଆଲୋକପାତ କରିବ ।

ଏ ସମ୍ପର୍କରେ ଫ୍ୟୁଚରେକ୍ସ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ସ୍ବାମୀ ପ୍ରେମ ଅନ୍ବେଷୀ କହିଛନ୍ତି, ୨ୟ ଓଡ଼ିଶା ଖଣି ଏବଂ ଭିତ୍ତିଭୂମି ଅନ୍ତର୍ଜାତୀୟ ପ୍ରଦର୍ଶନୀ ଓଡ଼ିଶାର ଖଣି ଏବଂ ଭିତ୍ତିଭୂମି କ୍ଷେତ୍ରର ଅପାର ସମ୍ଭାବନାକୁ ଦର୍ଶାଇବା ପାଇଁ ଏକ ସର୍ବବୃହତ୍‌ ପ୍ଲାଟ୍‌ଫର୍ମ ଭାବେ କାର୍ଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

ହୋଟେଲ, ରେଷ୍ଟୁରାଣ୍ଟରେ ବଡ଼ ଧରଣର ଚଢ଼ାଉ

ନୂଆପଡ଼ା,୨୬ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଘରୋଇ ଏଲ୍‌ପିଜି ସିଲିଣ୍ଡରର କୃତ୍ରିମ ଅଭାବ ଦେଖାଦେଇଥିବା ବେଳେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଅବୈଧ ବ୍ୟବହାର କରାଯାଉଥିବା ଅଭିଯୋଗ…

ଚୌକା-ଛକାରେ ଝୁମି ଉଠୁଥିବା ଚିୟରଲିଡର୍ସଙ୍କୁ କେତେ ମିଳେ ଦରମା… ଗୋଟିଏ ମ୍ୟାଚର ପାରିଶ୍ରମିକ ସହ ବିଳାସପୂର୍ଣ୍ଣ ସୁବିଧା ପଛର କାହାଣୀ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୩: ଆଇପିଏଲର ୧୯ତମ ସିଜିନ ୨୮ ମାର୍ଚ୍ଚରୁ ଆରମ୍ଭ ହେଉଛି। ଫାଇନାଲ ମ୍ୟାଚ ୩୧ ମଇରେ ଖେଳାଯିବ। ପଡ଼ିଆରେ ଖେଳାଳିମାନେ ସେମାନଙ୍କ ବିଡ ଏବଂ ଦୌଡ଼ ପାଇଁ…

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

ହର୍ମୁଜ ବନ୍ଦ ହେଲେ LPG ପାଇଁ ଛଟପଟ ହେବ ସାରା ବିଶ୍ୱ, ଇରାନ ଏହି ରାସ୍ତା ବନ୍ଦ କଲେ କ’ଣ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ/ତେହରାନ୍‌,୨୬।୩: ଯେତେବେଳେ ଇରାନ ଆମେରିକା ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ହର୍ମୁଜ ପ୍ରଣାଳୀ ବନ୍ଦ କରିଦେଲା, ସମଗ୍ର ବିଶ୍ୱ ଚିନ୍ତାରେ ପଡ଼ିଗଲା। ପେଟ୍ରୋଲ ପମ୍ପରେ ଧାଡ଼ି ଲାଗିଲା…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ଭତ୍ତା କାର୍ଡରେ ମୃତ, ରାଶନକାର୍ଡରେ ଜୀବିତ

କେନ୍ଦୁଝର,୨୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ବୋଦାପଳଶା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଗୀତାଞ୍ଜଳି ମୁଣ୍ଡା ସ୍ବାମୀଙ୍କ ମୃତ୍ୟୁ ପରେ ୨୦୧୭ରୁ ବିଧବା ଭତ୍ତା ପାଇ ଆସୁଥିଲେ। କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri