ଆଜିଠୁ ଯୁକ୍ତ୨ ପରୀକ୍ଷା: ପ୍ରଶ୍ନ ପତ୍ରରେ ଦାଗ ଲାଗିଲେ ଏମ୍‌ପି

ଭୁବନେଶ୍ୱର, ୧୬ା୨(ଅସମାପିକା ସାହୁ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହେବ। ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ପାଇଁ ପରିଷଦ ପକ୍ଷରୁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଛାତ୍ରୀଛାତ୍ର ପରୀକ୍ଷା ଆରମ୍ଭ ହେବାର ଅଧ ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚତ୍ବେ ଓ ୧୫ ମିନିଟ ପୂର୍ବରୁ ହଲ୍‌ ପ୍ରବେଶ କରିବେ। ୧୦ ମିନିଟ୍‌ ପୂର୍ବରୁ ଖାତା ଓ ୫ ମିନିଟ ପୂର୍ବରୁ ପ୍ରଶ୍ନପତ୍ର ପାଇବେ। ଉତ୍ତର ଖାତାର ସିରିୟଲ ନମ୍ବର ଏବଂ ପୃଷ୍ଠା ସଂଖ୍ୟା ଭଲଭାବରେ ଦେଖିନେବେ ଏବଂ ତ୍ରୁଟି ଥିଲେ ତୁରନ୍ତ ଜଣାଇବେ।

ସେହିପରି ପ୍ରଶ୍ନ ପତ୍ରରେ ମଧ୍ୟ ପୃଷ୍ଠା ସଂଖ୍ୟା କିମ୍ବା ଛପାଜନିତ ତ୍ରୁଟି ଥିଲେ ତୁରନ୍ତ ଜଣାଇବେ। ଆଡିଶନାଲ ଶିଟ୍‌ ଦିଆଯିବ ନାହିଁ। ପ୍ରଶ୍ନ ପତ୍ରରେ ରୋଲ୍‌ ନମ୍ବର ଛଡ଼ା କୌଣସି ଦାଗ ଲଗାଇବେ ନାହିଁ। ଅନ୍ୟ କିଛି ଦାଗ ଲଗାଇଲେ ତାହାକୁ ମାଲ୍‌ ପ୍ରାକ୍ଟିସ୍‌ (ଏମ୍‌ପି) ବୋଲି ଧରାଯିବ। ଉତ୍ତର ଖାତାରେ ନିଜ ରୋଲ୍‌ ନମ୍ବର, ରେଜିଷ୍ଟ୍ରେଶନ ନମ୍ବର ଠିକ୍‌ ଭାବରେ ଠିକ୍‌ ଜାଗାରେ ଲେଖିବେ। ପ୍ରଶ୍ନପତ୍ରର ସେଟ୍‌ କୋଡ୍‌କୁ ନିର୍ଭୁଲ ଭାବରେ ଲେଖିବେ। ଉପସ୍ଥାନ ଖାତାରେ ନିଜ ରୋଲ ନମ୍ବର ଦେଖି ଉପସ୍ଥାନ ଦେବେ। ପରୀକ୍ଷା ହଲ୍‌କୁ କଳା ବଲ୍‌ ପେନ୍‌ ଏବଂ ଆଡ଼ମିଟ କାର୍ଡ୍‌ ବ୍ୟତୀତ ଅନ୍ୟ ଜିନିଷ ବର୍ଜନୀୟ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ଏ ସମ୍ପର୍କରେ ସୂଚନା ଦେଇ ପରୀକ୍ଷା ନିୟନ୍ତ୍ରକ କହିଛନ୍ତି, ପ୍ରଥମଦିନ ବିଜ୍ଞାନ ବିଭାଗର ଛାତ୍ରୀଛାତ୍ର ମାତୃଭାଷା ପରୀକ୍ଷା ଦେବେ। ମୋଟ ୧୯ଟି ସିଟିଂରେ ପରୀକ୍ଷା ହେବ। ପ୍ରତ୍ୟେକ ଦିନ ଗୋଟିଏ ବିଷୟରେ ହିଁ ପରୀକ୍ଷା ହେବ। ଏହା ଭିତରେ ମାଟ୍ରିକ ପରୀକ୍ଷା ମଧ୍ୟ ଚାଲିବ। ତେଣୁ ସୂଚୀକୁ ଦେଖି ମାଟ୍ରିକ ପରୀକ୍ଷା ଯେଉଁଦିନ ରହିଛି ସେଦିନ ଯୁକ୍ତ୨ ପରୀକ୍ଷା ରଖାଯାଇ ନାହିଁ। ଏଥିପାଇଁ ସମସ୍ତ ପ୍ରସ୍ତୁତି ରହିଛି। ପ୍ରଥମ ୧୦ଟି ବିଷୟ ପରୀକ୍ଷାର ପ୍ରଶ୍ନପତ୍ର ପରୀକ୍ଷା ହବ୍‌ରେ ପହଞ୍ଚତ୍ ସାରିଥିବାବେଳେ ତ୍ରିସ୍ତରୀୟ ସ୍କ୍ବାଡ୍‌ ବ୍ୟବସ୍ଥା ହୋଇଛି। ପ୍ରଶ୍ନପତ୍ର ବିଭ୍ରାଟ ହେବ ନାହିଁ ବୋଲି ସେ ଜଣାଇଛନ୍ତି।

ସୂଚନାଯୋଗ୍ୟ, ଚଳିତବର୍ଷ ୩ ଲକ୍ଷ ୮୬ ହଜାର ୨୫୦ଜଣ ଛାତ୍ରୀଛାତ୍ର ଯୁକ୍ତ୨ ପରୀକ୍ଷା ଦେବେ। ରେଗୁଲାର ୩ ଲକ୍ଷ ୬୦ ହଜାର ୧୯୮ଜଣ ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ୨୬ ହଜାର ୫୨ଜଣ ରହିଛନ୍ତି। ଏମାନଙ୍କ ମଧ୍ୟରେ ୧ ଲକ୍ଷ ୯୯ ହଜାର ୩୬୧ଜଣ ଛାତ୍ରୀ ଓ ୧ ଲକ୍ଷ ୮୬ ହଜାର ୮୮୯ଜଣ ଛାତ୍ର ଅଛନ୍ତି। ସେହିଭଳି କଳାରେ ୨ ଲକ୍ଷ ୩୭ ହଜାର ୭୫୦, ବିଜ୍ଞାନରେ ୧ ଲକ୍ଷ ୧୬ ହଜାର ୬୨୦, ବାଣିଜ୍ୟରେ ୨୬ ହଜାର ୮୯ଜଣ ଏବଂ ଧନ୍ଦାମୂଳକରେ ୫ହଜାର ୭୯୧ଜଣ ପରୀକ୍ଷା ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ T20I: ଡି’ କକ୍‌ଙ୍କ ବିସ୍ଫୋରକ ଇନିଂସ୍; ଭାରତ ଆଗରେ ବିଶାଳ ଲକ୍ଷ୍ୟ

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20Iରେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’ କକ୍‌ଙ୍କ ବିସ୍ଫୋରକ ବ୍ୟାଟିଂ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

ଟାରିଫ୍ ଧମକ ପରେ ଟ୍ରମ୍ପଙ୍କୁ ଫୋନ୍ କଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ଏସବୁ କଥା

ନୂଆଦିଲ୍ଲୀ,୧୧।୧୨: ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟିକ ତିକ୍ତତା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଟେଲିଫୋନ ଯୋଗେ କଥାବାର୍ତ୍ତା...

ଗୋଟିଏ ଦଳରେ ସ୍ଥାନ ପାଇଲେ ବିରାଟ କୋହଲି ଓ ଋଷଭ ପନ୍ତ, ଏପଟେ BCCI ଦେଲା ବଡ ଖବର

ନୂଆଦିଲ୍ଲୀ,୧୧।୧୨: ଆଗାମୀ ବିଜୟ ହଜାରେ ଟ୍ରଫି ପାଇଁ ଦିଲ୍ଲୀର ସମ୍ଭାବ୍ୟ ଦଳରେ ଭାରତର ଦୁଇ ଷ୍ଟାର ଖେଳାଳି ବିରାଟ କୋହଲି ଏବଂ ଋଷଭ ପନ୍ତଙ୍କୁ ସାମିଲ...

ଟସ୍‌ ଜିତିଲା ଭାରତ: ସୂର୍ଯ୍ୟକୁମାରଙ୍କୁ ମିଳିଲା ବଡ଼…

ଚଣ୍ଡିଗଡ,୧୧।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟି-୨୦ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ...

ରୋଷେଇ ଘରେ ଅସ୍ତ୍ର ଅଛି, ଭାଜପାକୁ…ମହିଳାଙ୍କୁ ଉସ୍‌କାଇଲେ ଦିଦି

କୋଲକାତା,୧୧।୧୨: ପଶ୍ଚିମବଙ୍ଗରେ SIRକୁ ନେଇ ରାଜନୀତି ସରଗରମ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ମହିଳାମାନଙ୍କୁ ଭୋଟର ତାଲିକା ସମୀକ୍ଷା ସମୟରେ ଯଦି ସେମାନଙ୍କ ନାମ...

ଜବରଦଖଲକାରୀଙ୍କୁ ରାଜସ୍ବ ମନ୍ତ୍ରୀଙ୍କ କଡ଼ା ଚେତାବନୀ: ସମୟ ଅଛି ଜମି ଫେରାଅ ନଚେତ୍‌…

ଭୁବନେଶ୍ୱର,୧୧ା୧୨: ପ୍ରଭାବଶାଳୀ ଜମି ଜବରଦଖଲକାରୀଙ୍କୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ଚେତାବନୀ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ସମୟ ଅଛି ଜମି ଫେରାଅ, ନ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri