ଆଜିଠୁ ଯୁକ୍ତ୨ ପରୀକ୍ଷା: ପ୍ରଶ୍ନ ପତ୍ରରେ ଦାଗ ଲାଗିଲେ ଏମ୍‌ପି

ଭୁବନେଶ୍ୱର, ୧୬ା୨(ଅସମାପିକା ସାହୁ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହେବ। ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ପାଇଁ ପରିଷଦ ପକ୍ଷରୁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଛାତ୍ରୀଛାତ୍ର ପରୀକ୍ଷା ଆରମ୍ଭ ହେବାର ଅଧ ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚତ୍ବେ ଓ ୧୫ ମିନିଟ ପୂର୍ବରୁ ହଲ୍‌ ପ୍ରବେଶ କରିବେ। ୧୦ ମିନିଟ୍‌ ପୂର୍ବରୁ ଖାତା ଓ ୫ ମିନିଟ ପୂର୍ବରୁ ପ୍ରଶ୍ନପତ୍ର ପାଇବେ। ଉତ୍ତର ଖାତାର ସିରିୟଲ ନମ୍ବର ଏବଂ ପୃଷ୍ଠା ସଂଖ୍ୟା ଭଲଭାବରେ ଦେଖିନେବେ ଏବଂ ତ୍ରୁଟି ଥିଲେ ତୁରନ୍ତ ଜଣାଇବେ।

ସେହିପରି ପ୍ରଶ୍ନ ପତ୍ରରେ ମଧ୍ୟ ପୃଷ୍ଠା ସଂଖ୍ୟା କିମ୍ବା ଛପାଜନିତ ତ୍ରୁଟି ଥିଲେ ତୁରନ୍ତ ଜଣାଇବେ। ଆଡିଶନାଲ ଶିଟ୍‌ ଦିଆଯିବ ନାହିଁ। ପ୍ରଶ୍ନ ପତ୍ରରେ ରୋଲ୍‌ ନମ୍ବର ଛଡ଼ା କୌଣସି ଦାଗ ଲଗାଇବେ ନାହିଁ। ଅନ୍ୟ କିଛି ଦାଗ ଲଗାଇଲେ ତାହାକୁ ମାଲ୍‌ ପ୍ରାକ୍ଟିସ୍‌ (ଏମ୍‌ପି) ବୋଲି ଧରାଯିବ। ଉତ୍ତର ଖାତାରେ ନିଜ ରୋଲ୍‌ ନମ୍ବର, ରେଜିଷ୍ଟ୍ରେଶନ ନମ୍ବର ଠିକ୍‌ ଭାବରେ ଠିକ୍‌ ଜାଗାରେ ଲେଖିବେ। ପ୍ରଶ୍ନପତ୍ରର ସେଟ୍‌ କୋଡ୍‌କୁ ନିର୍ଭୁଲ ଭାବରେ ଲେଖିବେ। ଉପସ୍ଥାନ ଖାତାରେ ନିଜ ରୋଲ ନମ୍ବର ଦେଖି ଉପସ୍ଥାନ ଦେବେ। ପରୀକ୍ଷା ହଲ୍‌କୁ କଳା ବଲ୍‌ ପେନ୍‌ ଏବଂ ଆଡ଼ମିଟ କାର୍ଡ୍‌ ବ୍ୟତୀତ ଅନ୍ୟ ଜିନିଷ ବର୍ଜନୀୟ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ଏ ସମ୍ପର୍କରେ ସୂଚନା ଦେଇ ପରୀକ୍ଷା ନିୟନ୍ତ୍ରକ କହିଛନ୍ତି, ପ୍ରଥମଦିନ ବିଜ୍ଞାନ ବିଭାଗର ଛାତ୍ରୀଛାତ୍ର ମାତୃଭାଷା ପରୀକ୍ଷା ଦେବେ। ମୋଟ ୧୯ଟି ସିଟିଂରେ ପରୀକ୍ଷା ହେବ। ପ୍ରତ୍ୟେକ ଦିନ ଗୋଟିଏ ବିଷୟରେ ହିଁ ପରୀକ୍ଷା ହେବ। ଏହା ଭିତରେ ମାଟ୍ରିକ ପରୀକ୍ଷା ମଧ୍ୟ ଚାଲିବ। ତେଣୁ ସୂଚୀକୁ ଦେଖି ମାଟ୍ରିକ ପରୀକ୍ଷା ଯେଉଁଦିନ ରହିଛି ସେଦିନ ଯୁକ୍ତ୨ ପରୀକ୍ଷା ରଖାଯାଇ ନାହିଁ। ଏଥିପାଇଁ ସମସ୍ତ ପ୍ରସ୍ତୁତି ରହିଛି। ପ୍ରଥମ ୧୦ଟି ବିଷୟ ପରୀକ୍ଷାର ପ୍ରଶ୍ନପତ୍ର ପରୀକ୍ଷା ହବ୍‌ରେ ପହଞ୍ଚତ୍ ସାରିଥିବାବେଳେ ତ୍ରିସ୍ତରୀୟ ସ୍କ୍ବାଡ୍‌ ବ୍ୟବସ୍ଥା ହୋଇଛି। ପ୍ରଶ୍ନପତ୍ର ବିଭ୍ରାଟ ହେବ ନାହିଁ ବୋଲି ସେ ଜଣାଇଛନ୍ତି।

ସୂଚନାଯୋଗ୍ୟ, ଚଳିତବର୍ଷ ୩ ଲକ୍ଷ ୮୬ ହଜାର ୨୫୦ଜଣ ଛାତ୍ରୀଛାତ୍ର ଯୁକ୍ତ୨ ପରୀକ୍ଷା ଦେବେ। ରେଗୁଲାର ୩ ଲକ୍ଷ ୬୦ ହଜାର ୧୯୮ଜଣ ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ୨୬ ହଜାର ୫୨ଜଣ ରହିଛନ୍ତି। ଏମାନଙ୍କ ମଧ୍ୟରେ ୧ ଲକ୍ଷ ୯୯ ହଜାର ୩୬୧ଜଣ ଛାତ୍ରୀ ଓ ୧ ଲକ୍ଷ ୮୬ ହଜାର ୮୮୯ଜଣ ଛାତ୍ର ଅଛନ୍ତି। ସେହିଭଳି କଳାରେ ୨ ଲକ୍ଷ ୩୭ ହଜାର ୭୫୦, ବିଜ୍ଞାନରେ ୧ ଲକ୍ଷ ୧୬ ହଜାର ୬୨୦, ବାଣିଜ୍ୟରେ ୨୬ ହଜାର ୮୯ଜଣ ଏବଂ ଧନ୍ଦାମୂଳକରେ ୫ହଜାର ୭୯୧ଜଣ ପରୀକ୍ଷା ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri