Categories: ବାଣିଜ୍ୟ

ଏଏସ୍‌ବିଏମ୍‌ର ୨ୟ ସମାବର୍ତ୍ତନ ଉତ୍ସବ

ଭୁବନେଶ୍ୱର,୨୧ା୯: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଏଏସ୍‌ବିଏମ୍‌ ବିଶ୍ୱବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ଉତ୍ସବ ନିକଟରେ ଅନୁଷ୍ଠିତ ହୋଇଯାଇଛି। ବ୍ୟାଙ୍କ ଅଫ୍‌ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଅତନୁ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ। ସମ୍ମାନିତ ଜିଓଜିତ୍‌ ଫାଇନାନ୍ସସିଆଲ ସର୍ଭିସ୍‌ର ପରିଚାଳନା ନିର୍ଦ୍ଦେଶକ ସି.ଜେ.ଜର୍ଜ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ଓ କୁଳାଧ୍ୟକ୍ଷ ପ୍ରଫେସର ବିଶ୍ବଜିତ ପଟ୍ଟନାୟକ ତାଙ୍କ ଅଭିଭାଷଣରେ ସତ୍ୟମ୍‌, ଏନ୍‌ରନ୍‌, କିଙ୍ଗ୍‌ସର ଆଦିର ଉଦାହରଣ ଦେଇ କହିଥିଲେ, ବ୍ୟବସାୟ ଏବଂ ବୃତ୍ତିଗତ ଜୀବନରେ ଅସାଧୁତାର ପରିଣାମ ଭୟାବହ ହୋଇଥାଏ। ସେହିଭଳି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କଲ୍ୟାଣ ଶଙ୍କର ରାୟ ବାର୍ଷିକ ବିବରଣୀ ପାଠ କରିଥିଲେ। କୁଳାଧ୍ୟକ୍ଷ ପ୍ରଫେସର ପଟ୍ଟନାୟକ କୃତୀ ଛାତ୍ରୀଛାତ୍ରମାନଙ୍କୁ ଏମ୍‌ବିଏ, ବିବିଏ ସମ୍ମାନ ଏବଂ ବି.କମ୍‌ ସମ୍ମାନ ଉପାଧି ପତ୍ର ପ୍ରଦାନ କରିଥିଲେ। ଉପକୁଳପତି ପ୍ରଫେସର ଫଲ୍‌ଗୁ ନିରଞ୍ଜନା କୃତୀ ଛାତ୍ରୀଛାତ୍ରମାନଙ୍କୁ ଶପଥ ପାଠ କରାଇଥିଲେ।

Share