Categories: ବାଣିଜ୍ୟ

ଜାନୁୟାରୀରେ ୨୯୬,୩୬୩ ୟୁନିଟ୍‌ ଗାଡ଼ି ବିକ୍ରି

ନୂଆଦିଲ୍ଲୀ,୩।୨:ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ଚଳିତ ବର୍ଷ ଜାନୁୟାରୀର ଗାଡି ବିକ୍ରି ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଜାନୁୟାରୀରେ କମ୍ପାନୀ ମୋଟ ୨୯୬,୩୬୩ ୟୁନିଟ୍‌ ଗାଡି ବିକ୍ରି କରିଥିବା ଜଣାପଡିଛି। ବିଶେଷକରି କମ୍ପାନୀ ଦେଶ ଭିତରେ ୨୭୮,୧୪୩ ୟୁନିଟ୍‌ ଗାଡ଼ି ବିକ୍ରି କରିଥିବା ବେଳେ ୧୮,୨୨୦ ୟୁନିଟ୍‌ ଗାଡ଼ି ରପ୍ତାନି କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।
ଏ ସମ୍ପର୍କରେ ଏଚ୍‌ଏମ୍‌ଏସ୍‌ଆଇର ସଭାପତି ଓ ସିଇଓ ଆତ୍‌ସୁସି ଓଗାତା କହିଛନ୍ତି, ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସମୟ ସୀମାର ବହୁ ପୂର୍ବରୁ କମ୍ପାନୀ ତା’ର ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିସାରିଛି। ସେହିଭଳି ନିକଟରେ ଉପସ୍ଥାପନ ହୋଇଥିବା ବଜେଟ ଅଭିଭାଷଣରେ ଯାନ ସ୍କ୍ରାପିଂ, ସବୁଜ ଗମନାଗମନ ଏବଂ ନେଟ୍‌-ଜିରୋ ଏମିସନ୍‌ ଲକ୍ଷ୍ୟ ଉପରେ ଅଧିକ ଗୁରୁତ୍ୱାରୋପ କରାଯାଇଛି, ଯାହା ଦେଶର ଗମନାଗମନ ଭବିଷ୍ୟତର ରୂପରେଖ ନିର୍ଦ୍ଧାରଣ କରି ଭାରତୀୟ ଅଟୋମୋବାଇଲ ଶିଳ୍ପକୁ ସୁଦୃଢ଼ କରିବା ଲାଗି ଏକ ରୋଡ୍‌ମ୍ୟାପ୍‌ ପ୍ରଦାନ କରିବ।

Share