Categories: ଖେଳ

ଆଇପିଏଲ୍‌ ଅକ୍‌ଶନର ସମ୍ମୁଖୀନ ହେବେ ୨୯୨ ଖେଳାଳି

ଚେନ୍ନାଇ, ୧୧।୨: ଆସନ୍ତା ୧୮ ତାରିଖରେ ହେବାକୁ ଥିବା ଆଇପିଏଲ୍‌ ଅକ୍‌ଶନ(ନିଲାମ ପ୍ରକ୍ରିୟା) ଲାଗି ମୋଟ ୨୯୨ ଖେଳାଳିଙ୍କ ନାମ ବଛାଯାଇଛି। ଏ ନେଇ ଗୁରୁବାର ସୂଚନା ଦେଇଛି ବିସିସିଆଇ। ଚଳିତ ଥର ଅକ୍‌ଶନ ଲାଗି ୧୧୧୪ ଖେଳାଳି ନାମ ପଞ୍ଜିକୃତ କରିଥିଲେ।
୧୬୪ ଭାରତୀୟ, ୧୨୫ ବିଦେଶୀ ଓ ଆସୋସିଏଟ୍‌ ଦେଶର ୩ ଜଣ ଖେଳାଳିଙ୍କ ନାମ ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଛି। ଭାରତୀୟଙ୍କ ମଧ୍ୟରେ ହରଭଜନ ସିଂ ଓ କେଦାର ଯାଦବ ସର୍ବାଧିକ ବେସ୍‌ ପ୍ରାଇସ୍‌ ସ୍ଲାବରେ ରହିଛନ୍ତି।

Share