୨୯.୯୧% ଶ୍ରମିକ ପାଇଛନ୍ତି କର୍ମନିଯୁକ୍ତି

ଖୋର୍ଦ୍ଧା ଅଫିସ,୨୨ା୧୦: ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ରେ ଶ୍ରମିକଙ୍କୁ କାମ ଦେବା ପାଇଁ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି। ହେଲେ ପ୍ରଶାସନର ଅବହେଳା ଯୋଗୁ ୨୦୨୨-୨୩ ଆର୍ଥିକ ବର୍ଷରେ ଆଖିଦୃଶିଆ ସଫଳତା ମିଳି ନ ଥିବା ଶୁକ୍ରବାର ଅନୁଷ୍ଠିତ ଏମ୍‌ଜିଏନ୍‌ଆର୍‌ଇଜିଏସ ଜନଶୁଣାଣିର ତଥ୍ୟରୁ ଜଣାପଡ଼ିଛି। ଖୋର୍ଦ୍ଧା ବ୍ଲକ ଅଧୀନରେ ବର୍ତ୍ତମାନ ସୁଦ୍ଧା ମୋଟ ୨୯.୯୧ ପ୍ରତିଶତ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟ ହୋଇଛି। ମାର୍ଚ୍ଚ ମଧ୍ୟରେ ଟାର୍ଗେଟ ପୂରଣ କରିବା ସହ ଯେପରି ପ୍ରତ୍ୟେକ ଶ୍ରମିକ ୧୦୦ ଦିନ କାର୍ଯ୍ୟ ପାଇବେ ସେଥିପ୍ରତି ଦୃଷ୍ଟି ଦେବାକୁ ପ୍ରତ୍ୟେକ ପଞ୍ଚାୟତ ଅଧିକାରୀଙ୍କୁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କାର୍ଯ୍ୟସ୍ଥଳରେ ଶ୍ରମିକଙ୍କ ପାଇଁ ବିଶ୍ରାମାଗାର, ପାନୀୟଜଳର ବ୍ୟବସ୍ଥା ସହିତ ମହିଳା ଶ୍ରମିକଙ୍କ ପିଲାଙ୍କ ପାଇଁ କ୍ରେଚର ବ୍ୟବସ୍ଥା, ପିଲାଙ୍କୁ ଦେଖାରଖା କରିବା ନିମନ୍ତେ ଜଣେ କର୍ମଚାରୀ ନିଯୁକ୍ତି କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି। ତେବେ ନରଣଗଡ଼ ପଞ୍ଚାୟତରେ ଶ୍ରମିକଙ୍କ ପାଇଁ ୯୨୭୫ଟି ଶ୍ରମିକ ଦିବସ ଥିବା ବେଳେ ୩୧ ପ୍ରତିଶତ ଅର୍ଥାତ ୨୯୩୨ଟି ଶ୍ରମଦିବସ ପ୍ରଦାନ କରାଯାଇଛି। ଗୋଳବାଇ ପଞ୍ଚାୟତରେ ୮୩୫୧ଟି ଶ୍ରମଦିବସରୁ ୫୧୦୮ଟି ଶ୍ରମଦିବସ ପ୍ରଦାନ କରାଯାଇଛି। ଯାହାକି ୬୧ପ୍ରତିଶତ। ଗୋଡିପଡା ପଞ୍ଚାୟତରେ ୯୩୩୭ଟି ଶ୍ରମ ଦିବସରୁ ୨୫୭୬ଟି ଶ୍ରମ ପ୍ରଦାନ କରାଯାଇଛି ଅର୍ଥାତ ୨୭ ପ୍ରତିଶତ। ବ୍ରଜମୋହନପୁର ପଞ୍ଚାୟତର ୮୭୧୩ଟି ଶ୍ରମଦିବସ ମଧ୍ୟରୁ ୨୨୩୪ଟି ଶ୍ରମଦିବସ ପ୍ରଦାନ କରାଯାଇଛି ଯାହାକି ୨୫ ପ୍ରତିଶତ। କାଇପଦର ପଞ୍ଚାୟତରେ ୯୯୪୭ଟି ଶ୍ରମଦିବସ ମଧ୍ୟରୁ ୩୩୦୨ ଶ୍ରମଦିବସ ପ୍ରଦାନ କରାଯାଇଛି ଯାହାକି ୩୩ ପ୍ରତିଶତ। ସେହିପରି ଓରବରସିଂ ପଞ୍ଚାୟତରେ ୯୯୦୩ ରୁ ୨୮୧୨ ଶ୍ରମଦିବସ ପ୍ରଦାନ କରାଯାଇଛି ଯାହାକି ୨୮ ପ୍ରତିଶତ। ନନ୍ଦପୁର ପଞ୍ଚାୟତର ୯୫୦୪ ମଧ୍ୟରୁ ୧୩୬୬ଟି ଶ୍ରମଦିବସ ପ୍ରଦାନ କରାଯାଇଛି ଯାହାକି ୧୪.୩୭ ପ୍ରତିଶତ। ବାଜପୁର ପଞ୍ଚାୟତର ୯୭୭୫ ମଧ୍ୟରୁ ୧୭୦୭ଟି କର୍ମଦିବସ ପ୍ରଦାନ କରାଯାଇଛି ଯାହାକି ୧୭.୪୬ ପ୍ରତିଶତ। କୁରାଢମଲ ପଞ୍ଚାୟତର ୯୯୪୬ଟି କର୍ମଦିବସ ମଧ୍ୟରୁ ୬.୩୬ ପ୍ରତିଶତ ଅର୍ଥାତ ୬୩୩ଟି କର୍ମ ଦିବସ ପ୍ରଦାନ କରାଯାଇଛି। ସେହିପରି ପଲତାତପଡ଼ା ପଞ୍ଚାୟତର ୧୨୮୦୫ କର୍ମ ଦିବସରୁ ୬୬୦ଟି କର୍ମଦିବସ ପ୍ରଦାନ କରାଯାଇଛି ଏହା ୫.୧୫ ପ୍ରତିଶତ। ସେହିପରି ଗଡ଼ହଳଦିଆ ପଞ୍ଚାୟତର ୨୦୯୦୮ ଶ୍ରମ ଦିବସରୁ ୨୦୨୧୫ଟି କର୍ମ ଦିବସ ଦିଆହୋଇଛି ଯାହାକି ୯୬.୬୯ ପ୍ରତିଶତ। ବରସାହି ପଞ୍ଚାୟତର ୨୧.୧୭ ପ୍ରତିଶତ କାର୍ଯ୍ୟ ହୋଇଥିବା ବେଳେ କେରାଙ୍ଗ ପଞ୍ଚାୟତରେ ୨୯.୧୫ ପ୍ରତିଶତ ଶ୍ରମ ଦିବସ ପ୍ରଦାନ କରାଯାଇଛି। ମାଳିପୁର ପଞ୍ଚାୟତର ୧୨.୦୬ ପ୍ରତିଶତ, ଟାଙ୍ଗିଆପଡା ୩୨.୧୦ ପ୍ରତିଶତ, କାନପୁର ୧୬.୪୩ ପ୍ରତିଶତ, ବଙ୍ଗିଦା ୧୯.୫୮ ପ୍ରତିଶତ, ଧଉଳିମୁଁହ ୭.୩୫ ପ୍ରତିଶତ, ଜଙ୍କିଆ ୪୭.୧୭ ପ୍ରତିଶତ, ପୂବୁସାହି ୨୬.୫୮ ପ୍ରତିଶତ, ନେଳିପଡା ଅର୍ଜୁନପୁର ୨୩.୧୪ ପ୍ରତିଶତ, ନିଜିଗଡ଼ ତାପଙ୍ଗ ପଞ୍ଚାୟତରେ ୧୯.୭୦ ପ୍ରତିଶତ କର୍ମ ଦିବସ ପ୍ରଦାନ କରାଯାଇଛି। ଖୋର୍ଦ୍ଧା ବ୍ଲକର ଗଡ ହଳଦିଆ ପଞ୍ଚାୟତରେ ସର୍ବାଧିକ ୯୬.୬୯ ପ୍ରତିଶତ କର୍ମଦିବସ ପ୍ରଦାନ କରିଥିବା ବେଳେ ପଲତାତପଡ଼ା ପଞ୍ଚାୟତ ୫.୧୫ ପ୍ରତିଶତ ସର୍ବନିମ୍ନ କର୍ମଦିବସ ପ୍ରଦାନ କରାଯାଇଛି। ତେବେ ସରକାର ୨ ଲକ୍ଷ ୩୫ ହଜାର ୨୭୪ଟି କର୍ମଦିବସ ଖୋର୍ଦ୍ଧା ବ୍ଲକକୁ ପ୍ରଦାନ କରିଥିବା ବେଳେ ସେଥିମଧ୍ୟରୁ ୨୨ଟି ପଞ୍ଚାୟତର ୭୦ ହଜାର ୩୭୫ ଜଣ କର୍ମନିଯୁକ୍ତି ପାଇଛନ୍ତି। ମୋଟ୍‌ ୨୯.୯୧ ପ୍ରତିଶତ ଶ୍ରମିକ କର୍ମ ନିଯୁକ୍ତି ପାଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri