ଗଞ୍ଜାମକୁ ଫେରିଲେଣି ୨୮,୯୦୩ ପ୍ରବାସୀ

ଛତ୍ରପୁର,୧୬।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାକୁ ବର୍ତ୍ତମାନ ସୁଦ୍ଧା ୨୮ ହଜାର ୯୦୩ ଜଣ ପ୍ରବାସୀ ଫେରିଛନ୍ତି ଏଥିମଧ୍ୟରେ ଗ୍ରାମାଞ୍ଚଳକୁ ୨୭ ହଜାର ୩୨୦ ଓ ସହରାଞ୍ଚଳକୁ ୧ ହଜାର ୫୮୩ ପ୍ରବାସୀ ଫେରିଛନ୍ତି। ବର୍ତ୍ତମାନ ୯ ହଜାର ୬୧୨ ଜଣ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ୩୬ ହଜାର ୭୮ ଜଣଙ୍କ ହୋମ୍‌ କ୍ୱାରାଣ୍ଟାଇନ୍‌ ଅବଧି ସରିଛି। ଜିଲାରେ ୪୧ଟି ଟିଏମ୍‌ସି ରହିଛି। ସେଥିରେ ୩୫୨୦ ଟି ଶଯ୍ୟା ଅଛି।