Categories: Uncategorized

ଓଡ଼ିଶାରୁ ଭାଗନେବେ ୨୮ ପ୍ରତିଯୋଗୀ

ଭୁବନେଶ୍ୱର, ୫।୮ (ତପନ ସ୍ବାଇଁ): ବିହାରର ପାଟନାସ୍ଥିତ କଙ୍କରବାଗ୍‌ ପାଟଳିପୁତ୍ର ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଚଳିତ ମାସ ୬ରୁ ୧୧ ପର୍ଯ୍ୟନ୍ତ ୨୨ତମ ଜାତୀୟ ଜୁନିୟର ଉଷୁ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାର ୨୮ ପ୍ରତିଯୋଗୀଙ୍କ ସମେତ ମୋଟ ୩୬ ଜଣିଆ ପ୍ରତିନିଧି ଦଳ ଅଂଶଗ୍ରହଣ କରିବ। ଏହା ମଧ୍ୟରେ ୪ ଅଫିସିଆଲ୍ସ ଓ ୪ ଜାତୀୟ ଓ ଅନ୍ତର୍ଜାତୀୟ ଜଜ୍‌ ସାମିଲ। ଅନ୍ତର୍ଜାତୀୟ ଜଜ୍‌ ସୁଧାଂଶୁ ଶେଖର ହରିଚନ୍ଦନଙ୍କ ନେତୃତ୍ୱରେ ଓଡ଼ିଶା ଦଳ ଶନିବାର ବିହାର ଯାତ୍ରା କରିବ। ଏହି ଦଳରେ ଅନ୍ତର୍ଜାତୀୟ ଜଜ୍‌ ପ୍ରଦ୍ୟୁମ୍ନ ବେହେରା, ଜାତୀୟ ଜଜ୍‌ ଅନୁରାଧା ଦୋରା ଓ ପୃଥ୍ବୀରାଜ ହରିଚନ୍ଦନ, ଟିମ୍‌ ମ୍ୟାନେଜର ସୁସ୍ମିତ କୁମାର ପଣ୍ଡା ଓ ସନାତନ ଦେହୁରି ଏବଂ କୋଚ୍‌ ପଙ୍କଜ ମହନ୍ତ ଓ ସୁଜନ ରଥ ସାମିଲ ରହିବେ।
ଓଡ଼ିଶା ପ୍ରତିଯୋଗୀ: ମଦନ ମୁଣ୍ଡା, ପ୍ରେମ୍‌ ମୁଣ୍ଡା, ରାଜକୁମାର ମୁଣ୍ଡା, ପର୍ବିଲ ମୁଣ୍ଡା, ଜ୍ଞାନରଞ୍ଜନ ମହାନ୍ତି, ସାଇ ସାର୍ଥକ ଭଟ୍ଟାଚାର୍ଯ୍ୟ, ସୂର୍ଯ୍ୟପ୍ରକାଶ ମହାନ୍ତି, ଅଂଶ ଶୁକ୍ଳା, ପ୍ରତୀକ କୁମାର ମହାପାତ୍ର (ସମସ୍ତେ ପୁରୁଷ ସାଣ୍ଡା), ସୁମିତ୍ରା ମୁଣ୍ଡା, ଶ୍ୱେତାରାଣୀ ମହନ୍ତୋ, ସାବିତ୍ରୀ ଗୁପ୍ତା, ଅନିଶା ମିଶ୍ର, ପରୀ ମିତ୍ତଲ (ସମସ୍ତେ ମହିଳା ସାଣ୍ଡା), ଆଶୁତୋଷ ମହାରଣା, ଲମ୍ବୋଦର ମାଝି (ଉଭୟେ ପୁରୁଷ ରେଗୁଲାର ଟାଓଲୁ), ସମୃଦ୍ଧି (ମହିଳା ରେଗୁଲାର ଟାଓଲୁ), ରାହୁଲ ଘଡ଼େଇ, ଆଶିଷ ସାମନ୍ତ, ପୀୟୂଷ ଭରଦ୍ୱାଜ (ସମସ୍ତେ ପୁରୁଷ ଟ୍ରାଡିଶନାଲ ଟାଓଲୁ), ପାୟଲ ପଟ୍ଟନାୟକ, ନୂପୁର ପଟ୍ଟନାୟକ (ଉଭୟେ ମହିଳା ଟ୍ରାଡିଶନାଲ ଟାଓଲୁ), ବାବୁଲା ମୁଣ୍ଡା, ଅଭିଷେକ ମହାରଣା, ଆଲୋକ ମେହେର, ସାଇ ସମର୍ଥ ଭଟ୍ଟାଚାର୍ଯ୍ୟ (ସମସ୍ତେ ୟୁଥ୍‌ ପୁରୁଷ ସାଣ୍ଡା), ଯଶୋଦା ପୂର୍ତ୍ତି ଓ ସୋନାଲିସା ଦେହୁରୀ (ଉଭୟେ ୟୁଥ୍‌ ମହିଳା ସାଣ୍ଡା)।