Posted inଜାତୀୟ

ଅଟକ ଥିବା ୨୭୬ ଯାତ୍ରୀ ପହଞ୍ଚିଲେ ମୁମ୍ବାଇ

ମୁମ୍ବାଇ,୨୬।୧୨: ମାନବ ଚାଲାଣ ସନ୍ଦେହରେ ଫ୍ରାନ୍ସରେ ଚାରି ଦିନ ଅଟକି ରହିଥିବା ବିମାନରେ ଥିବା ୨୭୬ ଜଣ ଯାତ୍ରୀଙ୍କୁ ନେଇ ଏକ ବିମାନ ମୁମ୍ବାଇରେ ପହଞ୍ଚିଛି। ସୂଚନା ଦେଇ ଜଣେ ଅଧିକାରୀ କହିଛନ୍ତି ଯେ ୨୭୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ମଙ୍ଗଳବାର ସକାଳେ ମୁମ୍ବାଇରେ ପହଞ୍ଚିଛି।

ଅଧିକାରୀ କହିଛନ୍ତି ଯେ ଏୟାରବସ ଏ୩୪୦ ସକାଳ ୪ଟାରେ ମୁମ୍ବାଇରେ ଅବତରଣ କରିଛି। ବିମାନଟି ସ୍ଥାନୀୟ ସମୟ ଅପରାହ୍ନ ପ୍ରାୟ ସାଢେ ୨ଟାରେ ପ୍ୟାରିସର ଭିଟ୍ରି ବିମାନବନ୍ଦରରୁ ଉଡାଣ ଆରମ୍ଭ କରିଥିଲା।
ଫ୍ରାନ୍ସର ଅଧିକାରୀଙ୍କ କହିବାନୁସାରେ, ବିମାନଟି ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବାବେଳେ ୨୭୬ ଯାତ୍ରୀଙ୍କୁ ନେଇ ଯାଉଥିଲା। ତେବେ ଦୁଇ ନାବାଳକଙ୍କ ସମେତ ୨୫ ଜଣ ବ୍ୟକ୍ତି ଶରଣ ନେବାକୁ ଇଚ୍ଛା ପ୍ରକାଶ କରିଥିଲେ। ବର୍ତ୍ତମାନ ଏହି ଲୋକମାନେ ଫ୍ରାନ୍ସରେ ଉପସ୍ଥିତ ଅଛନ୍ତି।
ଫ୍ରାନ୍ସର ଏକ ନ୍ୟୁଜ ଚ୍ୟାନେଲ କହିଛି ଯେ ଅନ୍ୟ ଦୁଇଜଣଙ୍କୁ ଅଟକ ରଖାଯାଇ ବିଚାରପତିଙ୍କ ନିକଟରେ ହାଜର କରାଯାଇଥିଲା। ପରେ ତାଙ୍କୁ ମୁକ୍ତ କରାଯାଇଥିଲା। ଜଣେ ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ ବିମାନରେ ଭାଟ୍ରି ବିମାନବନ୍ଦରରେ ଅବତରଣ କରିବା ସମୟରେ ୩୦୩ ଜଣ ଭାରତୀୟ ଯାତ୍ରୀ ଥିଲେ, ସେମାନଙ୍କ ମଧ୍ୟରେ ୧୧ ଜଣ ନାବାଳକ ମଧ୍ୟ ଥିଲେ।
ଦୂଚନାଯୋଗ୍ୟ, ମାନବ ଚାଲାଣ ସନ୍ଦେହରେ ଫ୍ରାନ୍ସର ଭାଟ୍ରି ବିମାନବନ୍ଦରରେ ୩୦୩ ଜଣ ଯାତ୍ରୀଙ୍କୁ ନେଇ ଦୁବାଇରୁ ନିକାରାଗୁଆ ଅଭିମୁଖେ ଯାତ୍ରା ବନ୍ଦ ହୋଇଯାଇଥିଲା। ଫରାସୀ ଗଣମାଧ୍ୟମ ଅନୁଯାୟୀ, କିଛି ଯାତ୍ରୀ ହିନ୍ଦୀ ଏବଂ କିଛି ତାମିଲ ଭାଷା କହୁଥିଲେ। ତେବେ ଚୋରା କାରବାରରେ କୌଣସି ସମ୍ପୃକ୍ତିକୁ ଏୟାରଲାଇନ୍ସର ଓକିଲ ଅସ୍ବୀକାର କରିଛନ୍ତି। ସୂଚନାନୁସାରେ, ଫ୍ରାନ୍ସରେ ମାନବ ଚାଲାଣ ପାଇଁ ୨୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡର ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ଵର ଅରଡ ବଜାରରେ ଗୁଳିକାଣ୍ଡ, ଦୁଇ ଯୁବକ…

ବାଲେଶ୍ଵର,୨୪।୩( ବାଞ୍ଛାନିଧି ଦେ): ଅଶାନ୍ତ ହୋଇପଡିଛି ବାଲେଶ୍ଵର ସହର । ସହଦେଵଖୁଣ୍ଟା ଥାନା ଅନ୍ତର୍ଗତ ଅରଡ ବଜାର ଅଞ୍ଚଳରେ ପୁଣିଥରେ ଗୁଳିକାଣ୍ଡ ହୋଇଛି। ସୋମବାର ମଧ୍ୟରାତିରେ ଫୁଟିଲା…

ଦୂର ହେବ ଚିନ୍ତା! LPG-Petrol ନେଇ ଭାରତ ଆସୁଛି ଆଉ ୩ ଜାହାଜ, ପାର କଲା Strait of Hormuz

ନୂଆଦିଲ୍ଲୀ,୨୪।୩: ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ସଂଘର୍ଷ ଏବଂ ହର୍ମୁଜ ପ୍ରଣାଳୀ ବନ୍ଦ ହେବା ଯୋଗୁ ଦେଖାଦେଇଥିବା ରୋଷେଇ ଗ୍ୟାସର ଅଭାବ ପାଇଁ ଏବେ ଆଶ୍ୱସ୍ତି ଆଶା…

ଲିଙ୍କ୍ ରୋଡ୍ LIC ଅଫିସରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା….

କଟକ,୨୪।୩: କଟକ ଲିଙ୍କ୍‌ରୋଡରେ ଥିବା LIC ଅଫିସ୍‌ରେ ଅଗ୍ନିକାଣ୍ଡ । ହୁତୁ ହୁତୁ ହୋଇ ଜଳୁଛି ବିଲ୍ଡିଂ । କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ବର୍ତ୍ତମାନ…

ଯୁଦ୍ଧରେ ରୁଷିଆର ଏଣ୍ଟ୍ରିକୁ ନେଇ ଏମିତି କହିଲା ୟୁକ୍ରେନ, ସଭିଏଁ ଚକିତ!

କ୍ୱିଭ,୨।୪୩: ପଶ୍ଚିମ ଏସିଆରେ କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ, ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ଏକ ପ୍ରମୁଖ ଦାବି କରିଛନ୍ତି। ମଙ୍ଗଳବାର, ଜେଲେନ୍ସକି କହିଛନ୍ତି…

ମିଛ କହୁଥିଲେ ଟ୍ରମ୍ପ! ଇରାନର ଦୁଇ ଏନର୍ଜି ପ୍ଲାଣ୍ଟ ଉପରେ ଏୟାରଷ୍ଟ୍ରାଇକ…..

ନୂଆଦିଲ୍ଲୀ,୨୪।୩:ଗୋଟିଏ ପଟେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଂଘର୍ଷର ଅନ୍ତ ହେବାର ସଙ୍କେତ ଦେଉଛନ୍ତି । ଅନ୍ୟପଟେ, ଇରାନ ଆକ୍ରମଣ ସମ୍ପର୍କରେ ଏକ ବଡ଼ ଦାବି କରିଛି…

‘ହଁ ଆମେ ଯୁଦ୍ଧ ଶେଷ କରିବୁ…’, ଆମେରିକାକୁ ଇରାନର ସିଧା ଜବାବ, ସାମ୍ନାରେ ରଖିଲା ୨ ବଡ଼ ସର୍ତ୍ତ

ତେହରାନ୍‌,୨୪।୩: ଆମେରିକା ଏବେ ଇରାନ ସହିତ ସଂଘର୍ଷ ସମାପ୍ତ କରିବାକୁ ପ୍ରସ୍ତୁତ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଇରାନ ଆଉ ଯୁଦ୍ଧ କରିବାକୁ…

ପାଡୁଆ ପୋଲିସକୁ ଚ୍ୟାଲେଞ୍ଜ, ବୋଲେରୋ-ବାଇକ ପରେ ଏବେ ସ୍କୁଟି ଚୋରି

ନନ୍ଦପୁର/ପାଡୁଆ,୨୪।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ଥାନା ପୋଲିସକୁ ଗାଡ଼ି ଚୋର ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ରବିବାର…

ହାର ମାନିବାକୁ ପ୍ରସ୍ତୁତ ନୁହେଁ ଇରାନ, କେମିତି ହେବ ଶାନ୍ତି ଆଲୋଚନା? ଟ୍ରମ୍ପଙ୍କୁ ଫୋନ ଲଗାଇଲେ ନେତାନ୍ୟାହୁ

ଓ୍ବାଶିଂଟନ,୨୪।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏକ ଉତ୍କଟ ସ୍ଥିତିରେ ପହଞ୍ଚିଛି। ଗୋଟିଏ ପଟେ, ବେଞ୍ଜାମିନ ନେତାନ୍ୟାହୁ ଜାରି ଆକ୍ରମଣ ବିଷୟରେ କହୁଛନ୍ତି, ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri