ବେସରକାରୀ କଲେଜରେ ୨୭୪ ଅଧ୍ୟାପକ ନିଯୁକ୍ତ

ଭୁବନେଶ୍ୱର, ୩୧ା୮ (ବ୍ୟୁରୋ): ଉଚ୍ଚଶିକ୍ଷାର ବିକାଶ କରିବା ସହ ଏହାକୁ ଗତିଶୀଳ କରିବା ଦିଗରେ ଶିକ୍ଷକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଅଧ୍ୟାପକମାନେ ଛାତ୍ରୀଛାତ୍ରମାନଙ୍କୁ କେବଳ ପାଠ୍ୟକ୍ରମ(ସିଲାବସ୍‌)ରେ ସୀମିତ ନ ରଖି ସେମାନଙ୍କୁ ବର୍ତ୍ତମାନ ସମାଜରୁ ଶିକ୍ଷାଲାଭ କରିବା ସହ ବାସ୍ତବ ସାମାଜିକ-ରାଜନୈତିକ ବିଷୟଗୁଡ଼ିକୁ ବୁଝିବା ଦିଗରେ ସହାୟତା କରିବା ଆବଶ୍ୟକ। ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ନୂତନ ଭାବେ ଯୋଗ ଦେଉଥିବା ୨୭୪ ଅଧ୍ୟାପକମାନଙ୍କୁ ମୁଖ୍ୟମନ୍ତ୍ରୀ ଏଭଳି ପରାମର୍ଶ ଦେଇଛନ୍ତି। ଅଧ୍ୟାପକଙ୍କ ନିଯୁକ୍ତି କାର୍ଯ୍ୟକ୍ରମରେ ଭର୍ଚୁଆଲ ପ୍ଲାଟ୍‌ଫର୍ମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଇଂଲିଶ ଅଧ୍ୟାପକ ଇଂଲିଶ ଭାଷା ଶିକ୍ଷାରେ ଗୁଣବତ୍ତା ଆଣିବାରେ ସହାୟତା କରିବେ। ବିଶ୍ୱରେ ବିଭିନ୍ନ ସମସ୍ୟା ଓ ଅର୍ଥନୀତି ସମ୍ପର୍କରେ ବୁଝିବା ପାଇଁ ଇଂଲିଶ ଭାଷା ଛାତ୍ରୀଛାତ୍ରମାନଙ୍କୁ ସାହାଯ୍ୟ କରିବ। ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ବୈଷୟିକ ଓ ବୃତ୍ତିଗତ ଅନୁଷ୍ଠାନ ପ୍ରତିଷ୍ଠା ହେବା ଦ୍ୱାରା ଓଡ଼ିଶା ଉଚ୍ଚଶିକ୍ଷା ହବ୍‌ରେ ପରିଣତ ହୋଇଛି। ପାରମ୍ପରିକ ଡିଗ୍ରୀ ଶିକ୍ଷା ମଧ୍ୟ ଛାତ୍ରୀଛାତ୍ରମାନଙ୍କୁ ସମାଜ ବିଷୟରେ ବୁଝିବାରେ ସହାୟତା କରିବ। ରାଜ୍ୟ ସରକାର ସର୍ବଦା ଉଚ୍ଚଶିକ୍ଷାର ବିକାଶ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ସରକାରୀ ଓ ବେସରକାରୀ କଜେଲଗୁଡ଼ିକରେ ଖାଲି ପଦବୀ ପୂରଣ କରିବା ଦିଗରେ ନିଯୁକ୍ତି ପ୍ରକ୍ରିୟାକୁ ବହୁମାତ୍ରାରେ ତ୍ୱରାନ୍ବିତ କରାଯାଉଛି।
ନୂତନ ଭାବେ ନିଯୁକ୍ତି ପାଇଥିବା ୨୭୪ ଜଣ ଅଧ୍ୟାପକମାନଙ୍କ ମଧ୍ୟରେ ୧୫୬ ଜଣ ଇଂଲିଶ, ୧୧୭ ଜଣ ରାଜନୀତି ବିଜ୍ଞାନ ଓ ଜଣେ ଗଣିତ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି।
ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ଉନ୍ନୟନ କମିଶନର ପ୍ରଦୀପ ଜେନା ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ ନବନିଯୁକ୍ତ ଅଧ୍ୟାପକଙ୍କ ସହ ଆଲୋଚନା ବେଳେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ସାଧାରଣ ଜୀବନରେ ସର୍ବଦା ସ୍ବଚ୍ଛତାକୁ ସର୍ବାଧିକ ଗୁରୁତ୍ୱ ଦେଇ ଆସିଛନ୍ତି। ରାଜ୍ୟବାସୀଙ୍କୁ ସେ ନିଜର ପରିବାର ଭାବେ ଚିନ୍ତା କରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ସ୍ବଚ୍ଛ ଓ ମେଧାବୀ ଆଧାରରେ ସୁଯୋଗ ପାଇବା ପ୍ରତ୍ୟେକ ନାଗରିକଙ୍କ ଅଧିକାର। ଉଚ୍ଚଶିକ୍ଷା ସଚିବ ବିଷ୍ଣପଦ ସେଠୀ ସ୍ବାଗତ ଭାଷଣ ଦେଇଥିବା ବେଳେ ଅତିରିକ୍ତ ସଚିବ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri