Posted inଜାତୀୟ

ବିଶ୍ୱରେ ସ୍କୁଲ ଯାଉନାହାନ୍ତି ୨୭୨ ନିୟୁତ ପିଲା

ନୂଆଦିଲ୍ଲୀ,୧୬ା୬(ପି.ଟି.):ସାରା ବିଶ୍ୱରେ ସ୍କୁଲ ଯାଉ ନ ଥିବା ପିଲାଙ୍କ ସଂଖ୍ୟା ୨୭୨ ନିୟୁତ, ଯାହା ପୂର୍ବ ଆକଳନ ତୁଳନାରେ ୨୧ ନିୟୁତ ଅଧିକ। ୟୁନେସ୍କୋର ଗ୍ଲୋବାଲ ଏଜୁକେଶନ ମନିଟରିଂ ଟିମ୍‌ (ଜିଇଏମ୍‌) ରିପୋର୍ଟରୁ ଏହା ଜଣାପଡ଼ିଛି। ଶିକ୍ଷାରୁ ବଞ୍ଚତ୍ତ ପିଲାଙ୍କ ମଧ୍ୟରୁ ୭୮ ନିୟୁତ ପ୍ରାଥମିକ ସ୍କୁଲ୍‌ ବୟସର ହୋଇଥିବାବେଳେ ୬୪ ନିୟୁତ ନିମ୍ନ ମାଧ୍ୟମିକ ଏବଂ ୧୩୦ ନିୟୁତ ଉଚ୍ଚ ମାଧ୍ୟମିକ ସ୍କୁଲ ଯିବା ବୟସର। ୨୦୧୫ରେ ଚତୁର୍ଥ ଥର ପାଇଁ ଶିକ୍ଷା ଉପରେ ସତତ ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ଧାର୍ଯ୍ୟ କରାଯାଇଥିଲା। ସେବେଠାରୁ ସ୍କୁଲ ବାହାରେ ରହିଥିବା ପିଲାଙ୍କ ସଂଖ୍ୟାରେ ୧ ପ୍ରତିଶତରୁ କମ୍‌ ହ୍ରାସ ପାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ସ୍ତରରେ ସର୍ବାଧିକ ୧୩୦ ନିୟୁତ ଛାତ୍ରୀଛାତ୍ର ପାଠପଢ଼ାରୁ ବଞ୍ଚତ୍ତ ହୋଇଛନ୍ତି, ଯାହାକି ସବୁ ସ୍ତରର ମୋଟ ସଂଖ୍ୟାର ୪୮%।
ଶିକ୍ଷା କ୍ଷେତ୍ରରେ ଗରିବ ଦେଶଗୁଡ଼ିକ ବହୁ ପଛରେ ପଡ଼ିଛନ୍ତି। ସବୁଠୁ ଗରିବ ଦେଶରେ ୩୬% ପିଲା ସ୍କୁଲ ଶିକ୍ଷାରୁ ବଞ୍ଚତ୍ତ ହୋଇଥିବାବେଳେ ସବୁଠୁ ଧନୀ ଦେଶରେ ଏହି ହାର ୩ ପ୍ରତିଶତ। ସାରା ବିଶ୍ୱରେ ସ୍କୁଲ୍‌ ବାହାରେ ଥିବା ମୋଟ ପିଲାଙ୍କ ମଧ୍ୟରୁ ତିନି-ଚତୁର୍ଥାଂଶ କେନ୍ଦ୍ରୀୟ ଓ ଦକ୍ଷିଣ ଏସୀୟ ଦେଶ (୩୪%) ଏବଂ ଆଫ୍ରିକୀୟ ଦେଶର (୩୯%)। ସାରା ବିଶ୍ୱରୁ ଦେଖିଲେ ଝିଅଙ୍କ ତୁଳନାରେ ଅଧିକ ପୁଅ ସ୍କୁଲ୍‌ ବାହାରେ ରହିଛନ୍ତି। ଅର୍ଥାତ ୧୩୯ ନିୟୁତ ପୁଅ ଏବଂ ୧୩୩ ନିୟୁତ ଝିଅ ପାଠପଢ଼ାରୁ ବଞ୍ଚତ୍ତ ହୋଇଛନ୍ତି। ଏହି ଧାରା ୨୦୦୭ରୁ ଆରମ୍ଭ ହୋଇଥିବାବେଳେ ବଢ଼ିଚାଲିଛି।
ଜିଇଏମ୍‌ ଟିମ୍‌ର ସଦ୍ୟ ରିପୋର୍ଟ ଅନୁଯାୟୀ, ୨୦୨୫ ସୁଦ୍ଧା ଦେଶଗୁଡ଼ିକ ସେମାନଙ୍କ ଜାତୀୟ ଲକ୍ଷ୍ୟ ହାସଲ କରିବାକୁ ହେଲେ ୭୫ ନିୟୁତଙ୍କୁ ଏହି ଧାରାରୁ ବାହାରକୁ ଆଣିବାକୁ ହେବ। ନୂଆ ନାମଲେଖା ଏବଂ ଉପସ୍ଥାନ ତଥ୍ୟ ଅନୁଯାୟୀ, ଶିକ୍ଷାରୁ ବଞ୍ଚତ୍ତ ପିଲାଙ୍କ ସଂଖ୍ୟା ୮ ନିୟୁତ ବଢ଼ିଥିବାବେଳେ ଜାତିସଂଘର ସଂଶୋଧିତ ଜନସଂଖ୍ୟା ରିପୋର୍ଟ ଯୋଗୁ ୧୩ ନିୟୁତ ବଢ଼ିଯାଇଛି। ୨୦୨୧ରେ ଆଫଗାନିସ୍ତାନ ମାଧ୍ୟମିକ ସ୍କୁଲ ବୟସର ଝିଅମାନଙ୍କ ପାଠପଢ଼ାକୁ ବେଆଇନ ଘୋଷଣା କରିବା ପରେ ସ୍କୁଲ୍‌ ଶିକ୍ଷାରୁ ବାଦ୍‌ ପଡ଼ିଥିବା ପିଲାଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହା ବ୍ୟତୀତ ବିଭିନ୍ନ ଦେଶ ମଧ୍ୟରେ ଯୁଦ୍ଧ ଚାଲିଥିବାରୁ ତଥ୍ୟ ସଂଗ୍ରହ କରିବାରେ ସମସ୍ୟା ସୃଷ୍ଟି ହୋଇଛି। ପ୍ରଶାସନ, ସର୍ଭେ ଏବଂ ଜନଗଣନା ଆଦି ଏକାଧିକ ତଥ୍ୟ ଉତ୍ସକୁ ମଡେଲ ଭାବେ ନିଆଯାଇ ଆଞ୍ଚଳିକ ଏବଂ ବୈଶ୍ୱିକ ହାରାହାରି ସ୍କୁଲ୍‌ ଶିକ୍ଷାରୁ ବଞ୍ଚତ୍ତ ପିଲାମାନଙ୍କ ସଂଖ୍ୟା ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମାନନ୍ଦ ଜୀ ମହାରାଜଙ୍କ ଶରଣ ନେଲେ ବିରୁଷ୍କା

ନୂଆଦିଲ୍ଲୀ,୧୭।୨: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ପ୍ରେନାନନ୍ଦଜୀ ମହାରାଜଙ୍କ ଦର୍ଶନ ପାଇଁ ଆସିଛନ୍ତି। ଏହା ପ୍ରଥମ ଥର ନୁହେଁ…

ବଜେଟ୍ ଅଧିବେଶନ: ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ, ରାଜ୍ୟରେ ବଢ଼ିଛି ଚାଷୀଙ୍କ ମୁଣ୍ଡ ପିଛା ଆୟ

ଭୁବନେଶ୍ବର,୧୭।୨:  ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ । ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ । ୨୦୩୬ରେ ଓଡ଼ିଶା…

ଆମେ ବଞ୍ଚିଥିଲୁ ହେଲେ….ପୁଅର ମୃତ୍ୟୁକୁ ସହିନପାରି ଝୁଲି ପଡ଼ିଲେ ବାପା ମାଆ

ରାୟପୁର,୧୭।୨: ଛତିଶଗଡ଼ର ଜାଞ୍ଜଗିର-ଚମ୍ପା ଜିଲାର ଧାରଦେଇ ଗାଁରୁ ସାମ୍ନାକୁ ଆସିଛି ଦୁଃଖଦ ଘଟଣା । ଘର ଅଗଣାରେ ଏକ ନିମ ଗଛରେ ଝୁଲୁଥିବା ଅବସ୍ଥାରେ ଏକ ଦମ୍ପତିଙ୍କ ମୃତଦେହ…

ବାଂଲାଦେଶର ପ୍ରଥମ Shadow କ୍ୟାବିନେଟ! ବିରୋଧୀଙ୍କ ‘ୱାଚଡଗ’ ଯୋଜନା ସ୍ବଚ୍ଛତା ଆଣିବ ନା ନୂଆ ବିବାଦ ସୃଷ୍ଟି କରିବ? ଜାଣନ୍ତୁ…

ଢାକା,୧୭।୨: ଗତ କିଛି ଦିନ ଧରି, ବାଂଲାଦେଶୀ ରାଜନୀତିରେ ଏକ ନୂତନ କାର୍ଯ୍ୟକାଳ ଆରମ୍ଭ ହୋଇଛି, Shadow କ୍ୟାବିନେଟ। ଫେବୃଆରୀ ୧୨, ୨୦୨୬ରେ ଅନୁଷ୍ଠିତ ୧୩ତମ ସଂସଦୀୟ…

ଫାଇନାଲ ଷ୍ଟେଜରେ ଭାରତ-ଆମେରିକା ଟ୍ରେଡ ଡିଲ! ଏହିଦିନ ଆମେରିକା ଯିବ ଭାରତୀୟ ଟିମ୍‌

ନୂଆଦିଲ୍ଲୀ,୧୭।୨: ବାଣିଜ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏବଂ ଭାରତର ମୁଖ୍ୟ ଆଲୋଚନାକାରୀ ଦର୍ପଣ ଜୈନ ଆସନ୍ତା ସପ୍ତାହରେ ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ତାଙ୍କର ଲକ୍ଷ୍ୟ…

ପୂର୍ବତନ ବିଧାୟକଙ୍କ ବିବାଦୀୟ ଫାର୍ମ ହାଉସରେ ମାପଚୁପ ଆରମ୍ଭ, ଜବରଦଖଲ ଅଭିଯୋଗରେ ହୋଇଥିଲା ନୋଟିସ

ଧର୍ମଶାଳା,୧୭।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ଗ୍ରାମପଞ୍ଚାୟତସ୍ଥିତ ପନ୍ତୁରୀ ଠାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ଫାର୍ମହାଉସରେ ଆରମ୍ଭ ହୋଇଛି…

ଅଧାରେ ରହିଗଲା ବାହାଘର, ନିମନ୍ତ୍ରଣ କାର୍ଡ ଦେଇ ଫେରିବା ବେଳେ ଦୁର୍ଘଟଣାରେ ଚାଲିଗଲା ଜୀବନ

ଝାରସୁଗୁଡା/ବ୍ରଜରାଜନଗର,୧୭।୨(ଆଶିଷ ରଞ୍ଜନ ଦାଶ /ବିଜୟ ବରାଡ଼ ): ଘରକୁ ଫେରୁଥିବା ବେଳେ ଅଧ ରାସ୍ତାରେ ପିଟି ହେଲା ବାଇକ୍ । ଫଳରେ ବିବାହ କରିବାକୁ ଥିବା ଯୁବତୀଙ୍କ…

ଆଜି ଏହି ୨ଟି ଦଳ T20 World Cup Super-8 ପାଇଁ ଟିକେଟ ପାଇପାରନ୍ତି, ପୂର୍ବରୁ ୫ଦଳକୁ ମିଳି ସାରିଛି ଏଣ୍ଟ୍ରି

ନୂଆଦିଲ୍ଲୀ,୧୭।୨: ୨୦୨୬ ଟି-୨୦ ବିଶ୍ୱକପ ଯାତ୍ରା ଆରମ୍ଭ ହୋଇଥିଲା ୨୦ଟି ଦଳକୁ ପାଞ୍ଚଟି ଲେଖାଏଁ ଗ୍ରୁପରେ ରଖାଯାଇ। ଏବେ ଗ୍ରୁପ ପର୍ଯ୍ୟାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri