୨୭୧.୭ କୋଟିର ବଜେଟ୍‌କୁ ଅନୁମୋଦନ

ପୁରୀ ଅଫିସ,୧୩ା୬: ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ଏକ ସପ୍ତାହ ବାକି ଥିବାବେଳେ ସୋମବାର ନୀଳାଦ୍ରି ଭକ୍ତ ନିବାସରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିି ନିଆଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣକାଳୀନ ବଜେଟ୍‌ ପାରିତ ହୋଇଥିବାବେଳେ ଆୟର ସୂତ୍ର ବଢାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ରଥଯାତ୍ରାକୁ ବ୍ୟବସ୍ଥିତ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବାକୁ ଆଲୋଚନା ହୋଇଛି। ବୈଠକରେ ୨୦୨୩-୨୪ ଆର୍ଥତ୍କ ବର୍ଷ ପାଇଁ ମୋଟ ୨୭୧ କୋଟି ୭ଲକ୍ଷ ଟଙ୍କାର ବଜେଟ୍‌ ପାରିତ ହୋଇଛି। ଖର୍ଚ୍ଚ ଅଟକଳ ରହିଛି ୨୬୧ କୋଟି ୧୬ଲକ୍ଷ ଟଙ୍କା। ସେହିଭଳି ୮କୋଟି ଟଙ୍କାର ବଳକା ବଜେଟ ରହିଛି। ୟୁନିଫର୍ମ ପଲିସିରେ ଶ୍ରୀମନ୍ଦିର ଜମିଜମା ବିକ୍ରି କରି ଆୟ ବୃଦ୍ଧି ସହ ରାଜ୍ୟରେ ଥିବା ୨୦୦ରୁ ଅଧିକ ପଥରଖଣି, ଅନ୍‌ଲାଇନ ବ୍ୟବସ୍ଥାରେ ଫୋନ୍‌ ପେ ଏବଂ ପେଟିଏମ୍‌ ସହ ଅନୁବନ୍ଧିତ କରାଯାଇ କ୍ୟୁଆର୍‌ କୋଡ୍‌ ସ୍କାନ ବ୍ୟବସ୍ଥା କରାଯିବ। ସେହିପରି ଅଧିକ ହୁଣ୍ଡି ସ୍ଥାପନ କରାଯାଇ ଶ୍ରୀମନ୍ଦିର ଆୟ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି।
ଦୁଇଟି ପର୍ଯ୍ୟାୟରେ ଶେଷ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବଜେଟ ଓ ପରେ ରଥଯାତ୍ରା ନୀତି ଉପରେ ଆଲୋଚନା ସହ କିଭଳି ଉତ୍ତମ ସମନ୍ବୟରେ ସେବାୟତମାନେ ଶୃଙ୍ଖଳିତ ଭାବେ ରଥଯାତ୍ରା ସମ୍ପନ୍ନ କରିବେ ସେ ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା। ଶ୍ରୀମନ୍ଦିର ଆୟ ବୃଦ୍ଧି ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଉଛି। କେବଳ ହୁଣ୍ଡିରେ ନୁହେଁ ଏବେ ଭକ୍ତମାନେ ସିଧାସଳଖ ଡିଜିଟାଲ ପେମେଣ୍ଟ ମାଧ୍ୟମରେ ଶ୍ରୀମନ୍ଦିର ପ୍ରଶାସନକୁ ଦାନ ଦେଇପାରିବେ। ସ୍କାନ୍‌ ଓ କୋଡ୍‌ ମାଧ୍ୟମରେ ଭକ୍ତମାନେ ଦାନ ଦେଇପାରିବାର ବ୍ୟବସ୍ଥା ହେଉଛି। ରଥଯାତ୍ରା ଓ ସ୍ନାନ ପୂର୍ଣ୍ଣିମା ପାଇଁ ୧୬ କୋଟି ୬୨ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଆଗତ ହୋଇଥିବା ବଜେଟରେ ସେବାୟତଙ୍କ ପରିବାରର ସଦସ୍ୟଙ୍କ ପାଇଁ ୫କୋଟି ଟଙ୍କାର ସ୍ବାସ୍ଥ୍ୟବୀମା, ସେବକ ଆବାସ ଯୋଜନାରେ ୩.୫୦ କୋଟି, ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ପାଇଁ ୫କୋଟି, କର୍ପସ ଫଣ୍ଡରେ ୫୮ କୋଟି ଟଙ୍କା ଜମା କରାଯିବ। ବିଭିନ୍ନ ଜିଲାରେ ଥିବା ଖଣିରୁ ୩୦ କୋଟି, ହୁଣ୍ଡି ଓ ଡୋନେଶନ୍‌ ବାବଦରେ ୩୬ କୋଟି, କର୍ପସ ଫଣ୍ଡ ସୁଧରୁ ୬୦ କୋଟି, ଜମି ଅଧିଗ୍ରହଣ ଓ ଜମି ବିକ୍ରିବଟା ବାବଦରେ ୫୦ କୋଟି ଟଙ୍କା ଆୟ କରାଯାଇଛି। ତେବେ ଚଳିତ ଆର୍ଥତ୍କ ବର୍ଷରେ ୨୭୧ କୋଟି ୭ ଲକ୍ଷ ଟଙ୍କାର ବଜେଟକୁ ଅନୁମୋଦନ ମିଳିଥିବା ବେଳେ ପ୍ରାୟ ୮ କୋଟି ୯୧ ଲକ୍ଷ ଟଙ୍କାର ବଳକା ବଜେଟ ହୋଇଛି। ପୂର୍ବରୁ ଏହା ୨୬୨ କୋଟି ୫୪ ଲକ୍ଷ ରହିଥିବା ବେଳେ ରାଜ୍ୟ ସରକାରଙ୍କୁ ଆଉ ୮କୋଟି ଟଙ୍କାର ଅନୁଦାନ ମଗାଯାଇ ସମୁଦାୟ ବଜେଟ ୨୭୧ କୋଟି ଟଙ୍କା କରାଯାଇଛି। ତେବେ ଚଳିତ ବର୍ଷ ବଳକା ବଜେଟ ହୋଇଥିବାରୁ ମୁଖ୍ୟ ପ୍ରଶାସକ ଖୁସିବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ବୈଠକରେ ପରିକ୍ରମା ପ୍ରକଳ୍ପ ନେଇ ଠିକା ସଂସ୍ଥା ଟାଟାକୁ ଡକାଯାଇ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ସାରିବା ଏକ ପ୍ରମୁଖ ଚ୍ୟାଲେଞ୍ଜ ଥିବାବେଳେ ବାହ୍ୟ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଦୁଇଦିନ ଭିତରେ ସରିବ। ବାହ୍ୟ ପରିକ୍ରମା ପ୍ରକଳ୍ପର ୬ ମିଟର ପରିଧି ମଧ୍ୟରେ ଭକ୍ତ ଓ ସେବାୟତଙ୍କ ପ୍ରବେଶ ନେଇ ବ୍ୟବସ୍ଥା ହୋଇଛି। ଏହାଦ୍ୱାରା ରଥଯାତ୍ରା ସମୟରେ ଅସୁବିଧା ସୃଷ୍ଟି ହୋଇପାରେ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି। ପଶ୍ଚିମ, ଦକ୍ଷିଣ ଓ ଉତ୍ତର ଦ୍ୱାରରେ କାର୍ଯ୍ୟ ଶେଷ ନେଇ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ପରିଚାଳନା କମିଟିର ସଦସ୍ୟ ସନ୍ଦେହ ପ୍ରକାଶ କରିଛନ୍ତି। ତେବେ ଆସନ୍ତା ୧୫ ତାରିଖ ସୁଦ୍ଧା ଶ୍ରଦ୍ଧାଳୁଙ୍କ ପାଇଁ ସର୍ବନିମ୍ନ ସୁବିଧା ଶେଷ କରି ହସ୍ତାନ୍ତର କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ବୈଠକରେ ଉପମୁଖ୍ୟ ପ୍ରଶାସନ ତଥା ଜିଲାପାଳ ସମର୍ଥ ବର୍ମା, ଏସ୍‌ପି କନଓ୍ବର ବିଶାଲ ସିଂହ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ, ପରିଚାଳନା କମିଟି ସଦସ୍ୟ ଏବଂ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri